ଆମେରିକା ଭାରତ ବଢିଲା ଶତ୍ରୁତା । ଆମେରିକା ରାଷ୍ଟ୍ରପତି Joe Baiden ଭାରତକୁ ଧମକ ଦେଇ କହିଲେ….

 

 

ଦର୍ଶକ ବନ୍ଧୁ ଭାରତ କୁ ବର୍ତ୍ତମାନ କଡା ଧମକ ଦେଇଛି ଆମେରିକା । ଭାରତ କୁ ଆମେରିକା ଏହା ଚେତାବନୀ ଦେଇ କହିଛି ଯେ , ଋଷ ଠାରୁ ତୈଳ କ୍ରୟ କଲେ ପରିଣାମ ଭଲ ହେବ ନାହିଁ । ଭାରତ ମଧ୍ୟ ଶୁଣିକି ଚୁପ୍ ରହି ନାହିଁ ଉତ୍ତର ରେ କଡା ଜବାବ ଦେଇଛି । ଋଷ ଠାରୁ ତୈଳ କିଣିବା ପ୍ରସଙ୍ଗ  କୁ ନେଇ ପରୋକ୍ଷ ଭାବରେ ଭାରତ କୁ ଧମକ ଦେଇଛି ଆମେରିକା ।

 

ଆମେରିକା ର ଡେପୁଟି ଏନ୍ ଏସ୍ ଏ ତଥା ଜାତୀୟ ସୁରକ୍ଷା ଉପପରାମର୍ସ ଦାତା ଦଲିପ୍ ସିଂହ ନିକଟରେ ଭାରତ ଗ୍ରସ୍ଥ ରେ ଆସିଥିଲେ । ତେବେ ସେତେବେଳେ ସେ ଋଷ ସହ ଭାରତ ର ବାଣିଜ୍ୟିକ ସମ୍ପର୍କ କୁ ନେଇ ଚେତାବନୀ ଦେଇଥିଲେ । ତେବେ ଋଷ ଓ ୟୁକ୍ରେନ ଯୁଦ୍ଧ କାରଣ ରୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷ ବିରୋଧ ରେ ଅନେକ କଟକଣା ଲାଗୁ କରିଛନ୍ତି ।

 

ତେବେ ଦଲିପ୍ ଏହା କହିଛନ୍ତି ଯେ , ଯଦି କୌଣସି ଦେଶ କଟକଣା ର ଉଲଂଘନ କରି ଋଷ ଠାରୁ ତୈଳ କିଣନ୍ତି ତେବେ ପରିଣାମ ଭୟାବହ ହୋଇପାରେ । ଏହାପରେ ସେ ରୋକଠୋକ୍ କହିଥିଲେ ଯେ ,ଭାରତ ଯଦି ଏପରି କରେ ତାହେଲେ ଭାରତ ମଧ୍ୟ ଆମେରିକା ର ଆକ୍ରୋଶ ରୁ ବର୍ତିବ ନାହିଁ । ସେ ଏହା କହିଛନ୍ତି ଯେ , ତେଲ କିଣା ପ୍ରସଙ୍ଗ ରେ ଋଷ ସହ ଟଙ୍କା ରୁବେଲ୍ ମେକାନିଯିମ୍ କୁ କାର୍ଯ୍ୟକାରୀ କରାଗଲେ ଏହା ଆମେରିକା ପ୍ରତି ଶତ୍ରୁତା ଭାବେ ପରିଗଣିତ ହେବ।

 

ଏହାପରେ ସେ କହିଥିଲେ ଯେ ଭାରତ ପରି ବିକାଶଶିଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଆଗ୍ରହୀ ଅଟେ । କିନ୍ତୁ ଯଦି ଏହି ଘଡିସନ୍ଧି ମୁହୂର୍ତ୍ତ ରେ ଭାରତ କିମ୍ବା ଅନ୍ୟ କୌଣସି ଦେଶ ଋଷ ଠାରୁ ତୈଳ କିଣନ୍ତି ,ତାହେଲେ ଏହା ବୁଝିବାକୁ ହେବ ଯେ ସେମାନେ କଟକଣା ର ଗୁରୁତ୍ବ କୁ ଅପମାନିତ କରୁଛନ୍ତି ।

 

 

ଏହାପରେ ସେ ଚୀନ୍ ର ନାମ ନେଇ ଭାରତକୁ ଧମକ ଦେଇଥିଲେ । ଏହାପରେ ସେ ଭାରତକୁ ଡରାଇବା ଉଦ୍ଦେଶ୍ୟ ରେ ଏହା କହିଥିଲେ ଯେ ,ଭାରତ ବର୍ତ୍ତମାନ ୟୁକ୍ରେନ ଓ ଆମେରିକା କୁ ସମର୍ଥନ କରୁ ନାହିଁ । କିନ୍ତୁ ଭବିଷ୍ୟତ ରେ ଯଦି ଚୀନ୍ ; ଭାରତ ଉପରେ ଆକ୍ରମଣ କରେ । ସେତେବେଳେ ଋଷ ସାହାଯ୍ୟ କରିବ ତ ? ଆଉ କିଏ ଭାରତ ର ରକ୍ଷା କରିବ ବୋଲି ଏପରି ପ୍ରଶ୍ନ କରିଛନ୍ତି ।

 

 

ଭାରତ ମଧ୍ୟ ଶୁଣିକି ଚୁପ୍ ରହି ନାହିଁ ଉତ୍ତର ରେ କଡା ଜବାବ ଦେଇଛି ।ଭାରତର ଜାତିସଂଘ ସ୍ଥାୟୀ ଅଧିକାରୀ ଏହା କହିଛନ୍ତି ଯେ , ଦଲିପ୍ ଭାରତ ପ୍ରତି ଯେଉଁ ଭଳି ଭାଷା ର ବ୍ୟବହାର କରିଛନ୍ତି ତାହା କେତେ ଦୂର୍ ଗ୍ରହଣୀୟ ,ଆଉ ଏହା କଣ ଭାରତ ପ୍ରତି ଆମେରିକା ର ବନ୍ଧୁତ୍ୱ। ଏହା ଏକ ପ୍ରକାରର ଜବରଦସ୍ତି ଚାପ ପ୍ରୟୋଗ ର ଭାଷା ।ଏକ ତରଫା ଦ-ଣ୍ଡା-ତ୍ମ-କ ପ୍ରତିବନ୍ଧକ ଅନ୍ତଃ ରାଷ୍ଟ୍ରୀୟ ଆଇନ୍ ର ଉ-ଲଂ-ଘ-ନ ବୋଲି ଏହା ବୋଧ ହୁଏ ଦଲିପ ଙ୍କ ଜ୍ଞାନ ରେ ନାହିଁ ।

 

 

Leave a Reply

Your email address will not be published. Required fields are marked *