ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ୱାମୀ ମରିଯାଇଥିଲେ ଶାଶୁ ଶ୍ୱଶୁରଙ୍କ ଭରଣ ପୋଷଣ ଦେବେ ବୋହୂ । ହାଇକୋର୍ଟର ନିର୍ଦେଶ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାରତୀୟ ଆଇନ ଅନୁଯାୟୀ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ଭରଣ ପୋଷଣ ଦେବାର ବି ଆଇନ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଜଣେ ପୁଅର ମ-ର-ଣ ହୁଏ ତେବେ ତାଙ୍କ ବୃଦ୍ଧ ପିତା ମାତାଙ୍କର ଭରଣ ପୋଷଣ ବୋହୂଙ୍କୁ ଦେବାପାଇଁ ପଡିବ। ନିକଟରେ ପଞ୍ଜାବ- ହରିୟାଣା ହାଇକୋର୍ଟ ଏକ ମାମଲାରେ ରାୟ ଶୁଣାଇ କହିଛନ୍ତି କି ଯଦି ଅର୍ଦ୍ଧସାରିକ ବାହୀନିରେ ଚାକିରି କରିଥିବା ଯୁବକର ମ-ର-ଣ ହୋଇଯାଏ ଓ ତାଙ୍କ ସ୍ତ୍ରୀଙ୍କୁ ଅନୁକମ୍ପା ମୂଳକ ଚାକିରୀ ମିଳିଛି ।
ସ୍ତ୍ରୀ ଜଣଙ୍କ ଅନ୍ୟତ୍ର ବିବାହ କରୁଛନ୍ତି ତ ଏହି କ୍ଷେତ୍ରରେ ସଂପୃକ୍ତ ମହିଳାଙ୍କୁ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ପଡିବ । ଏହାସହ ଦ୍ୱତୀୟ ସ୍ୱାମୀଙ୍କ ଠାରୁ ଜନ୍ମ ହୋଇଥିବା ପିଲାଙ୍କ ଭରଣ ପୋଷଣ ଆଳରେ ବୋହୂ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବେ ନାହିଁ । ଏଥିସହିତ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ଯଦି ମୃ-ତ ସ୍ୱାମୀଙ୍କର ଅନ୍ୟ କେହି ଭାଇ ଥାନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ ତଥାପି ମୃ-ତ ପୁଅର ସ୍ତ୍ରୀ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବ ନାହିଁ ।
ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ର ଜଣେ ମହିଳା କନଷ୍ଟେବଳଙ୍କ ଆବେଦନକୁ ଖାରଜ କରିବାବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ୍ ରାଜବୀର ସେହରାୱତ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଲେଡି କନଷ୍ଟେବଳଙ୍କୁ ମୃ-ତ ପତିଙ୍କ ପିତାମାତାଙ୍କୁ ଦରମାର ୨୫ ପ୍ରତିଶତ ଦେବାକୁ ସିଏସ୍ଏଫ୍ ପକ୍ଷରୁ କୁହାଯାଇଥିଲା । ଏହା ପରେ ମହିଳା କନଷ୍ଟେବଳ ଫୋର୍ସ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ତେବେ ଆବେଦନକାରୀଙ୍କ ସ୍ୱାମୀ କୁଲଦୀପ ସିଂ ସିଏସଏଫରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଫେବୃଆରୀ ୧୩, ୧୯୯୮ ରେ ତାଙ୍କର ଦେ-ହା-ନ୍ତ ହୋଇଥିଲା।
ବିବାହର ଆବେଦନକାରୀଙ୍କର କେବଳ ଗୋଟିଏ ଝିଅ ଥିଲା । ଏହାପରେ ମହିଳା ଜଣଙ୍କୁ ଅନୁକମ୍ପା ଭିତ୍ତିରେ ସ୍ୱାମୀଙ୍କ ସ୍ଥାନରେ ଚାକିରୀ ମିଳିଥିଲା । ଏବଂ ନିୟମ ଅନୁଯାୟୀ ସେ ତାଙ୍କ ମୃ-ତ ସ୍ୱାମୀଙ୍କ ପିତାମାତାଙ୍କୁ ପରିଚାଳନା କରିବେ । ଏହି ନିୟମରେ ରାଜି ହେବା ପରେ ଆବେଦନକାରୀ ମେ ୨୦୦୨ ରେ ସିଆଇଏସଏଫ ରେ କନଷ୍ଟେବଳ ଭାବରେ ନିଯୁକ୍ତ ହୋଇଥିଲେ । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିଏସ୍ଏଫ୍ ପତ୍ନୀଙ୍କୁ ତାଙ୍କ ମୋଟ ବେତନର ୨୫% ତାଙ୍କ ପ୍ରଥମ ସ୍ୱାମୀଙ୍କ ମାତାଙ୍କୁ ଦେବାକୁ ନିର୍ଦ୍ଦେଶ । ଦେଇଥିଲେ ଏହା ପରେ ମହିଳା କନଷ୍ଟେବଳ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ । ଯାହାକି ହାଇକୋର୍ଟ ଖାରଜ କରିଦେଇଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।