ପାକିସ୍ତାନ ଭାରତ ବିରୋଧ ପ୍ରଚାର କରୁଥିବାରୁ | ପାକିସ୍ତାନ ଉପରେ ଭାରତ କରିଦେଲା Digital Strike…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ କିଭଳି ଭାବରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ନରେନ୍ଦ୍ର ମୋଦୀ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଫୁଣି ଥରେ ପାକିସ୍ଥାନ ଉପରେ କରିଛନ୍ତି ଏକ ଡିଜିଟାଲ ଷ୍ଟ୍ରାଇକ୍ । ଭାରତ ର ଜାତୀୟ ସୁରକ୍ଷା ,ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ବିଷୟରେ କିଛି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ମିଥ୍ୟା ପ୍ରଚାର କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏଭଳି ମିଥ୍ୟା ସୂଚନା ପ୍ରଚାର କରୁଥିବା ୟୂଟ୍ୟୁବ ଚ୍ୟାନେଲ ଗୁଡିକ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ ।

 

ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ , ମିଥ୍ୟା ଖବର ପ୍ରଚାର କରୁଥିବା ୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ କୁ ବ୍ଲକ୍ କରି ଦିଆ ଯାଇଛି । ତେବେ ଏଥିପାଇଁ ବର୍ତ୍ତମାନ ମୋଟ 22 ଟି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡ଼ିକୁ ବ୍ଲକ୍ କରି ଦିଆ ଯାଇଛି । ଏହା ସହିତ ମଧ୍ୟ ୩ଟି ଟ୍ୱିଟର, ଗୋଟିଏ ଫେସବୁକ୍ ଆକାଉଣ୍ଟ ଏବଂ ଗୋଟେ ନ୍ୟୁଜ୍ ୱେବସାଇଟ କୁ ବ୍ଲକ କରି ଦିଆ ଯାଇଛି ।

 

ତେବେ ଏହି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ଅନ୍ୟ ଟିଭି ନ୍ୟୁଜ୍ ଚ୍ୟାନେଲ ର ଲୋଗୋ ଏବଂ ଥମ୍ବନେଲ କୁ ବ୍ୟବହାର କରି ଦର୍ଶକ ମାନଙ୍କୁ ବିଭ୍ରାନ୍ତ କରୁଥିଲେ ବୋଲି ଏହା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେବଳ ଏତିକି ନୁହେଁ ଦେଶ ର ସ-ଶ-ସ୍ତ୍ର ବାହିନୀ ର ସମସ୍ତ ଖବର କୁ ସେହି ଚ୍ୟାନେଲ ରେ ପୋଷ୍ଟ କରୁଥିଲେ ।

 

ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ମିଥ୍ୟା ଖବର କୁ ଚ୍ୟାନେଲ ରେ ଦେଖାଉଥିଲେ । ତେବେ ଏଥିପାଇଁ ସରକାର ଙ୍କ ତରଫରୁ ସେହି ସବୁ ଚ୍ୟାନେଲ ଗୁଡ଼ିକୁ ବ୍ଲକ କରି ଦିଆ ଯାଇଛି । ପୂର୍ବରୁ ମଧ୍ୟ ଥରେ ଅର୍ଥାତ୍ ଜାନୁଆରି ମାସରେ ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରା ଯାଇଥିଲା । ସେଥିରେ ପ୍ରାୟ ସମସ୍ତ ଚ୍ୟାନେଲ ଗୁଡ଼ିକ ପାକିସ୍ତାନ ରୁ ପରିଚାଳିତ ହେଉଥିଲା ଏବଂ ସେଥିରେ ଭାରତ ବିରୋଧୀ ଖବର ପ୍ରଚାର କରାଯାଉଥିଲା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *