ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚୀନରେ ପୁଣି କରୋନାର ଭୟ । ଦୈନିକ ସଂକ୍ରମଣ ୨୦ ହଜାରରୁ ଅଧିକ । ଦୁଇ ବର୍ଷ ପରେ ଲାଗୁହେଲା ସବୁଠୁ ବଡ଼ ଲକଡାଉନ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କରୋନାର ଦୁଇ ବର୍ଷ ପରେ ଚୀନର ସଂଘାଇରେ ଲାଗୁ ହୋଇଛି ବଡ ଲକଡାଉନ । କରୋନା ମାମଲା ଚହ୍ନଟ ହେବା ପରେ ସୋମବାର ବଡ଼ ଲକଡାଉନ ଲାଗୁ କରିଛନ୍ତି ଚୀନ ସରକାର । ଚୀନର ଆର୍ଥିକ ରାଜଧାନୀ ତଥା ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସବୁଠାରୁ ବଡ଼ ସହର ସଂଘାଇରେ ଏହା ପୂର୍ବରୁ ସାର୍ବଜାନୀନ ସ୍ଥାନ ଏବଂ କାର୍ଯ୍ୟସ୍ଥଳ ଗୁଡିକୁ ବନ୍ଦ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଅନୁସାରେ, ସଂଘାଇର ଆର୍ଥିକ କେନ୍ଦ୍ର ପୁଡୋଙ୍ଗ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଠାରୁ ଶୁକ୍ରବାର ଯାଏଁ ଲକଡାଉନ କରାଯାଇଛି ।
କାରଣ ସାଂଘାଇ ରେ ଦୈନିକ ପ୍ରାୟ ୨୦ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆକ୍ରାନ୍ତଙ୍କ ଶରୀରର ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ଏହାସହ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ଘଟି ନାହିଁ । ତେବେ ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ହୁଆଙ୍ଗପୁ ନଦୀର ପଶ୍ଚିମ ପ୍ରାନ୍ତରେ ଶୁକ୍ରବାର ଠାରୁ ୫ ଦିନ ଯାଏଁ ଲକଡାଉନ ଲାଗୁ କରାଯିବ । ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ ରେ ପୁଣିଥରେ କରୋନା ଦେଖାଉଛି ନିଜର କରାଳ ରୂପ । ସଂଘାଇରେ ରବିବାର କରୋନାର ୩୫୦୦ ମାମଲା ଚିହ୍ନଟ ହୋଇଥିଲା । ଏଥିରୁ ୫୦ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା । ଚୀନରେ ଚଳିତ ମାସରେ ୫୬,୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏଥିରୁ ଅଧଂକାଶ ଜିଲିନରୁ ଚିହ୍ନଟ ହୋଇଥିଲା । ସମସ୍ତ ସହରବାସୀଙ୍କୁ କୋଭିଡ ସେଲ୍ଫ ଟେଷ୍ଟ କରାଇନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
କରୋନା ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ ସାଂଘାଇକୁ ସେନା, ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି ଚୀନ ସରକାର । କିଛି ଲୋକଙ୍କର ବାସଭବନ ପରିସରରେ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ହେବ । ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧରେ ଚୀନ ଶୂନ ସହନଶୀଳତା ନୀତି ଅବଲମ୍ୱନ କରିଛି । ମହାମାରୀ ଆଇନକୁ କଡାକଡି ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।