ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମାଡି ଆସୁଛି ବାତ୍ୟା ! ପାଣିପାଗ ବିଭାଗ ତରଫ ରୁ ବର୍ତ୍ତମାନ କେଉଁ ସୂଚନା ମିଳିଛି , ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ତରଫ ରୁ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ବର୍ତ୍ତମାନ ସମୟ ରେ ବାତ୍ୟା କୁ ନେଇ ପାଣିପାଗ ବିଭାଗ କେଉଁ ସବୁ ସୂଚନା ଦେଇଛି ,ଆସନ୍ତୁ ଜାଣିବା । ଆସନ୍ତା 11 ତାରିଖ ରେ ବଙ୍ଗୋପସାଗର ରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୮ ତାରିଖ ରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ଏବଂ ଏହା ୯ ତାରିଖ ରେ ଏହା ଅବପାତ ର ରୂପ ନେଇ ୧୧ ତାରିଖରେ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ତେବେ ବର୍ତ୍ତମାନ ସମୟ ରେ ବିଭିନ୍ନ ପାଣିପାଗ ବିଭାଗ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।
ଜି ଏଫ ଏସ ମଡେଲ ପୂର୍ବାନୁମାନ କରି ଏହା କହିଛି ଯେ , ଲଘୁଚାପର ରୂପ ନେଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।ତେବେ ଏହା ପଶ୍ଚିମ ଦିଗରେ ଗତିକରି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର କୁ ମୁହାଁଇବ ଏବଂ ଉତ୍ତରକୁ ଯାଇ ମିଆଁମାର ଆଉ ବାଂଲାଦେଶ ଆଡ଼କୁ ଗତି କରିବ ।
ଅନ୍ୟପଟେ ଅଷ୍ଟ୍ରେଲିଆନ ମଡେଲ ଏବଂ ୟୁରୋପିୟାନ ମଡେଲ ଆକଳନ କରି ଏହା କହିଛନ୍ତି ଯେ ,ଲଘୁଚାପ ଟି ବେଶୀ ଘନୀଭୂତ ହେବ ନାହିଁ ଏବଂ ଏହା ତାମିଲନାଡୁ ଆଡ଼କୁ ଗତି କରିବ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ , ଏହା ପ୍ରଭାବ ରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟ ର ଗଜପତି, ଗଞ୍ଜାମ, ବାଲେଶ୍ଵର ,ମାଲକାନଗିରି,କୋରାଫୁଟ,ରାୟଗଡା, ନବରଙ୍ଗପୁର ଆଦି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।