କରୋନା କରିଲା ପିକ | କାଲିଠାରୁ 13 ସହରରେ ସମ୍ପୂର୍ଣ୍ଣ ଲକଡାଉନ !

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚୀନରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ୧୩ଟି ସହରରେ ଲାଗୁହେଲା ଲକଡ଼ାଉନ୍ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 

କାରଣ ସାଂଘାଇ ରେ ଦୈନିକ ପ୍ରାୟ ୨୦ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆକ୍ରାନ୍ତଙ୍କ ଶରୀରର ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ଏହାସହ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ଘଟି ନାହିଁ । ତେବେ ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ହୁଆଙ୍ଗପୁ ନଦୀର ପଶ୍ଚିମ ପ୍ରାନ୍ତରେ ଶୁକ୍ରବାର ଠାରୁ ୫ ଦିନ ଯାଏଁ ଲକଡାଉନ ଲାଗୁ କରାଯିବ । ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । 

 

କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ ରେ ପୁଣିଥରେ କରୋନା ଦେଖାଉଛି ନିଜର କରାଳ ରୂପ । ସଂଘାଇରେ ରବିବାର କରୋନାର ୩୫୦୦ ମାମଲା ଚିହ୍ନଟ ହୋଇଥିଲା । ଏଥିରୁ ୫୦ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା । ଚୀନରେ ଚଳିତ ମାସରେ ୫୬,୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏଥିରୁ ଅଧଂକାଶ ଜିଲିନରୁ ଚିହ୍ନଟ ହୋଇଥିଲା । ସମସ୍ତ ସହରବାସୀଙ୍କୁ କୋଭିଡ ସେଲ୍‌ଫ ଟେଷ୍ଟ କରାଇନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କରୋନା ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ ସାଂଘାଇକୁ ସେନା, ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି ଚୀନ ସରକାର । 

 

ଅସ୍ଥାୟୀ ଡାକ୍ତରଖନା ଗୁଡ଼ିକ ମଧ୍ୟ ତିଆରି ହୋଇଛି । କିଛି ଲୋକଙ୍କର ବାସଭବନ ପରିସରରେ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ହେବ । ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧରେ ଚୀନ ଶୂନ ସହନଶୀଳତା ନୀତି ଅବଲମ୍ୱନ କରିଛି । ଡବ୍ଲୁ-ଏଚ୍-ଓ ନିର୍ଦେଶକ ଡାକ୍ତର ଟେଡେ଼ରସ୍ କହିଛନ୍ତି କରୋନାର ଅନ୍ତ ଏବେ ଆହୁରି ଦୂର ଅଛି । ଏହି ଭୂତାଣୁ ଏବେ ଆମ ଭିତରେ ରହିବ । କିନ୍ତୁ ଟୀକା କାରଣରୁ ଏହାର ପ୍ରଭାବ ପୂର୍ବ ଅପେକ୍ଷା କମ୍ ରହିବ । କେବଳ ଚୀନ୍ ନୁହଁ ଜର୍ମାନୀ, ଇଟାଲୀ ଓ ଫ୍ରାନ୍ସରେ ମଧ୍ୟ ବଢୁଛି କରୋନା ସଂକ୍ରମଣ । ଫ୍ରାନ୍ସରେ ୩୫% ତଥା ଇଟାଲୀରେ ୪୨% ବୃଦ୍ଧି ପାଇଛି କରୋନା ସଂକ୍ରମଣ ।

କରୋନାର ଦୁଇ ବର୍ଷ ପରେ ଚୀନର ସଂଘାଇରେ ଲାଗୁ ହୋଇଛି ସବୁଠାରୁ ବଡ ଲକଡାଉନ । କରୋନା ମାମଲା ଚହ୍ନଟ ହେବା ପରେ ଗତ କାଲିଠାରୁ ବଡ଼ ଲକଡାଉନ ଲାଗୁ କରିଛନ୍ତି ଚୀନ ସରକାର । ଚୀନର ଆର୍ଥିକ ରାଜଧାନୀ ତଥା ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସବୁଠାରୁ ବଡ଼ ସହର ସଂଘାଇରେ ଏହା ପୂର୍ବରୁ ସାର୍ବଜାନୀନ ସ୍ଥାନ ଏବଂ କାର୍ଯ୍ୟସ୍ଥଳ ଗୁଡିକୁ ବନ୍ଦ କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଅନୁସାରେ, ସଂଘାଇର ଆର୍ଥିକ କେନ୍ଦ୍ର ପୁଡୋଙ୍ଗ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଠାରୁ ଶୁକ୍ରବାର ଯାଏଁ ଲକଡାଉନ କରାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.