ଭିଜିବ ଓଡ଼ିଶା । ଆଜି ଠାରୁ ୩ ଦିନ ବର୍ଷା । ୯ ଗୋଟି ଜିଲ୍ଲାକୁ ଲାଗୁହେଲା ୟେଲୋ ୱାର୍ଣ୍ଣିଂ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । 

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭିଜିବ ଓଡ଼ିଶା । ଆଜି ଠାରୁ ୩ ଦିନ ବର୍ଷା । ୯ ଗୋଟି ଜିଲ୍ଲାକୁ ଲାଗୁହେଲା ୟେଲୋ ୱାର୍ଣ୍ଣିଂ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଓଡିଶାରେ ବାତ୍ୟା ଆସିବା ଏକ ସାଧାରଣ କଥା । ତେବେ ବାତ୍ୟାରେ ଅନେକ କ୍ଷୟ ଖ୍ଯାତି ହୋଇଥାଏ । ଲୋକମାନେ ବହୁତ ହଇରାଣ ହୋଇଥାନ୍ତି । ଖାଦ୍ୟ ପେୟ ପାଇଁ ବହୁତ ଅସୁବିଧା ହୋଇଥାଏ । ତେବେ ସେହିଭଳି ଏପ୍ରିଲ ୧୧ ରେ ହୋଇପାରେ ବାତ୍ୟା ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହି ସୂଚନା ପାଣିପାଗ ବିଭାଗ ତରଫରୁ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବ ଅନୁମାନ ଲଗାଇଛନ୍ତି । 

 

ତେବେ ଆଶଙ୍କା କରାଯାଉଥିବା ବେଳେ ଏ ପର୍ଯ୍ଯନ୍ତ କୌଣସି ସ୍ଥାନରେ ବର୍ଷା ହୋଇ ନାହି । ବାତ୍ୟା ରେ ଏହା ଘୁର୍ନିଭୂତ ହେବନି ବୋଲି ୟୂରୋପିଆନ ମଡେଲ, ଜର୍ମାନୀ ମଡେଲ ଓ ଅଷ୍ଟ୍ରେଲିଆ ମଡେଲ ଆକାଳନ କରିଛନ୍ତି । ଲଘୁଚାପ ପରେ ଏହା ତାମିଲ ନାଡୁ ଓ ସଲ୍ଗ୍ନ ଆନ୍ଧ୍ର ଆଡକୁ ଗତି କରିବ । ଏନସିପିଓ ଜେଫ ମଡେଲ ଦର୍ଶାଉଥିଲା । ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହୋଇପାରେ । ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । 

 

ତେବେ ୯ ଓ ୧୦ ତାରିଖରେ ବି କାଳବୈଶାଖୀ ପ୍ରଭାବରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଲଘୁଚାପ ରୂପ ନେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏହା ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଆଉ ଲଘୁଚାପ ରୂପ ନେବନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି । ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

 

୯ ଓ ୧୦ ତାରିଖରେ ବି ଏହି ସବୁ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ସ୍ୱାଭାବିକ ହେବା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଗୁରୁବାର ୫ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରର ତାପମାତ୍ରା ସର୍ବାଧିକ ୪୧.୫ ଡିଗ୍ରୀ ରହିଥିଲା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *