ଗାଈ ର ଏହି ଅଙ୍ଗ କୁ ଛୁଇଁଦେଲେ ବଦଳିଯିବ ଆପଣଙ୍କ ଭାଗ୍ୟ | ଦୂର ହେବ ସବୁ ସମସ୍ୟା – ଜାଣନ୍ତୁ ।

 

 

ବନ୍ଧୁଗଣ ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ମଧ୍ୟରେ ସମସ୍ତ ଦେବୀ ଦେବତା ବାସ କରିଥାନ୍ତି । ତେଣୁ ଗାଈ ର ପୂଜା କଲେ ସମସ୍ତ ଦେବୀ ଦେବତା ଙ୍କ କୃପା ପ୍ରାପ୍ତି ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ,ଗୋମାତା ଙ୍କ ପୂଜା କରିବା ଦ୍ୱାରା କେଉଁ ଫଳ ମିଳିଥାଏ ,ଏହା ସହିତ ଘରୁ ବାସ୍ତୁ ଦୋଷ କୁ ନଷ୍ଟ କରିବାପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈ ର କେଉଁ ଅଙ୍ଗ କୁ ସ୍ପର୍ଶ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

 

ଶାସ୍ତ୍ର ଅନୁସାରେ ଗାଈ ମଧ୍ୟରେ 33 କୋଟି ଦେବୀ ଦେବତା ବାସ କରିଥାନ୍ତି । ଆଉ ଯେଉଁ ବ୍ୟକ୍ତି ଗାଈ ର ପୂଜା କରିଥାଏ ତାଙ୍କ ଉପରେ ସମସ୍ତ ଦେବୀ ଦେବତା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯିଏ ଗାଁ କୁ ମାଆ ପରି ପାଳନ କରିଥାନ୍ତି ,ତାଙ୍କ ଜୀବନ ରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ କୁ ଗୋମାତା ହରଣ କରି ନେଇଥାନ୍ତି । କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ,ସେତେବେଳେ ଗାଈ ର ଖୁରା ରୁ ଯେଉଁ ଧୂଳି ଉଡ଼ିଥାଏ ସେଥିରେ ମଣିଷ ର ପାପ ଧୋଇ ହୋଇଯାଇଥାଏ।

 

ଯଦି ମଙ୍ଗଳ ଗ୍ରହ ଖରାପ ଅଛି ତାହେଲେ କୌଣସି ବ୍ରାହ୍ମଣ ବା ଗରିବ ଲୋକ ଙ୍କୁ ଗାଈ ଦାନ ନିଶ୍ଚିନ୍ତ କରନ୍ତୁ । ଗାଈ ର ନିୟମିତ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ଆର୍ଥିକ ସ୍ଥିତି ଦୂର ହୋଇଥାଏ । ଖରା ଦିନେ କିମ୍ବା ଘର ଆଗକୁ ଆସିଥିବା ଗାଈ କୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ ,ଏପରି କଲେ ବ୍ୟକ୍ତି କୁ ସବୁ ପ୍ରକାରର ରୋଗ ରୁ ମୁକ୍ତି ମିଳିଥାଏ ।

 

ବନ୍ଧୁଗଣ ଗୋମାତା ଙ୍କ ପିଠି ରେ ଏକ ଚୂଳ ରହିଥାଏ ,ସେହି ଚୂଳ ରେ ସୂର୍ଯ୍ୟ କେତୁ ନାଡ଼ି ରହିଥାଏ । ଗାଈ ର ଏହି ଚୂଳ କୁ ସବୁଦିନ ସକାଳେ ଆଉଁସିଲେ ବ୍ୟକ୍ତି ର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ବନ୍ଧୁଗଣ କୌଣସି ସ୍ଥାନ ରେ ଘର କରିବା ପୂର୍ବରୁ ସେହି ସ୍ଥାନ ରେ ଯଦି ଗାଈ କିମ୍ବା ବାଛୁରୀ କୁ ବନ୍ଧାଯାଏ ,ତେବେ ସେହି ସ୍ଥାନ ର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ ।

 

ଘରେ ତିଆରି କରୁଥିବା ପ୍ରଥମ ରୁଟି କୁ ଗାଈ ପାଇଁ ପ୍ରସ୍ତୁତ କରିବେ ଏବଂ ଗାଈ କୁ ଖାଇବାକୁ ଦେବେ । ଏହା ଦ୍ଵାରା ପରିବାରରେ ସର୍ବଦା ସୁଖଶାନ୍ତି ବାତାବରଣ ରହିଥାଏ । ଗାଈ ଗୋବର କୁ ଘର ,ସାହି କିମ୍ବା ଦୋକାନ ରେ ଧୂପ କରିବା ଦ୍ୱାରା ପରିବେଶ ଶୁଦ୍ଧ ହୋଇଯାଇଥାଏ । ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗାଈ ଆସୁଛନ୍ତି ତାହେଲେ ଏହା ଏକ ଭଲ ସଂକେତ ଅଟେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.