ସରକାରଙ୍କ ବଡ଼ ଘୋଷଣା | ବସ ଭଡା ଏବେ ସମ୍ପୂର୍ଣ୍ଣ ମାଗଣା !

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାଜ୍ୟ ସରକାର କଲେ ବଡ ଘୋଷଣା ; ଏଣିକି  ବସ୍‌ରେ କରିବେ ମାଗଣା ଯାତ୍ରା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ପାଇଁ ସରକାର କରିଛନ୍ତି ଏକ ବଡ ସୁବିଧା । ଉତ୍ତରପ୍ରଦେଶ ସରକାର ଏହା ଘୋଷଣା କରିଛନ୍ତି ଯେ , ବର୍ତ୍ତମାନ ମହିଳା ମାନେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହି ବିଶେଷ ଘୋଷଣା କରିଛନ୍ତି । 

 

ତେବେ ଉତ୍ତରପ୍ରଦେଶର ରୋଡୱେଜ ବସ ଗୁଡ଼ିକରେ ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରେଣୀର ମହିଳାମାନେ ଏଣିକି ମାଗଣା ରେ ଯାତ୍ରା କରି ପାରିବେ ।ପୂର୍ବରୁ ବିଜେପି ଏହା ଘୋଷଣା କରିଥିଲା ଯେ ,ବରିଷ୍ଠ ମହିଳା ମାନଂକ ପାଇଁ ବସ ଯାତ୍ରା ସଂପୂର୍ଣ୍ଣ ମାଗଣା କରିଦେବ । ତେବେ ନିର୍ବାଚନ ପରେ ସରକାର ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହି ଯୋଜନା ପାଇଁ ସରକାର ପାଖାପାଖି ୨୬୪ କୋଟି ଖର୍ଚ୍ଚ କରିବେ ।

 

 ତେବେ ଦେଶ ର ଦ୍ଵିତୀୟ ରାଜ୍ୟ ଭାବେ ୟୁପିରେ ଏପରି ସୁବିଧା କରାଯାଇଛି । ତେବେ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଏପରି ଯୋଜନା ଲାଗୁ କରିଥିଲେ ।ତେବେ ଏହି ବସ୍ କେବେଠୁ ଚାଲିବ ତାହା ସରକାର ଘୋଷଣା କରିନାହାନ୍ତି କିନ୍ତୁ ବହୁତ୍ ଶୀଘ୍ର ଏହି ଯୋଜନା ଆରମ୍ଭ ହେବ ବୋଲି କୁହାଯାଉଛି। ତେବେ ଏହି ଯୋଜନା ଟି ଉତ୍ତରପ୍ରଦେଶ ର ସମସ୍ତ ସହର ରେ ଲାଗୁ ହେବ । 

 

 

ତେବେ ଖୁବ୍ ଶୀଘ୍ର ୬୦ ବର୍ଷରୁ ଅଧିକ ବୟସର ମହିଳାମାନେ ରୋଡୱେ ବସରେ ବିନା ଶୁଳ୍କରେ ଯାତ୍ରା କରିପାରିବେ । ଗତବର୍ଷ ରାକ୍ଷୀ ସମୟ ରେ ମହିଳା ମାନଙ୍କୁ ମାଗଣା ବସ୍ ଯାତ୍ରା କରିବାର ସୁଯୋଗ ଦେଇଥିଲେ ୟୁପି ସରକାର । ତେବେ ଆଗ୍ରା, ବରେଲୀ, ଲକ୍ଷ୍ନୌ ,ଦିଲ୍ଲୀ, ଗୋରଖପୁର,  କାନପୁର ଏବଂ ବାରଣାସୀ ଆଦି ସହରରେ ଅତିରିକ୍ତ ବସ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.