ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ କଲେ ଏମିତି ଏବେ ସାରା ଦେଶ କରୁଛି ସଲାମ ।ଜାଣନ୍ତୁ କଣ କରିଲେ ଅନୁଭବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏପରି କିଛି କରିବାକୁ ଯାଉଛନ୍ତି ଯାହା କେବଳ ଓଡ଼ିଶା ରେ ନୁହଁ ସାରା ଦେଶ ରେ ପ୍ରଶଂସା ପାଇବେ । ତେବେ ତାଙ୍କର ଏହି କାମ ପାଇଁ ଆଗାମୀ ଭବିଷ୍ୟତରେ ବିଶ୍ଵ ରେକର୍ଡ କରିବାକୁ ଯାଉଛନ୍ତି ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ା ସାଂସଦ କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଖାଲି ଦେଶ ଭିତରେ ନୁହେଁ ବିଦେଶ ର ମିଡ଼ିଆରେ ମଧ୍ୟ ଅନୁଭବଙ୍କ ଏହି ପ୍ରୟାସକୁ ନେଇ ଭରି ଭରି ପ୍ରଶଂସା କରା ଯାଉଛି । ତେବେ ମାର୍ଶାଲ ଆର୍ଟ ର ହବ୍ ହେବ କେନ୍ଦ୍ରାପଡ଼ା । ସେଲ୍ଫ ଡିଫେଂଶ ରେ ନିଯୁକ୍ତି ପାଇବେ ଏଗାର ଲକ୍ଷ ରୁ ଉର୍ଦ୍ଧ୍ବ ଯୁବତୀ । ସଂସଦ ଅଧିବେଶନ ରେ ଏଭଳି ଏକ ଐତିହାସିକ ଘୋଷଣା କରିଛନ୍ତି ଅନୁଭବ । ଏହା କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଏକ ବିରାଟ ଯୋଜନା ।ଏହି ଯୋଜନା ପାଇଁ ଦେଶ ବିଦେଶ ରୁ ଛୁଟି ଆସୁଛି ।
ଏହି ଯୋଜନା ର ନାମ ମିଶନ ପ୍ରହାର ରଖା ଯାଇଛି । ଗ୍ରାଣ୍ଡ ମାଷ୍ଟର ସିଫୁଜି ସୂର୍ଯ୍ୟ ଭରଦ୍ୱାଜ ଏହାର ମୁଖ୍ୟ ଦାୟିତ୍ଵ ବହନ କରିବେ । ସଂସଦରେ କ୍ରୀଡ଼ା ଓ ଯୁବ ବ୍ୟାପାର ପ୍ରସଙ୍ଗରେ ରୁଲ୍ ୧୯୩ ଉପରେ ଯେତେବେଳେ ଆଲୋଚନା ଚାଲିଥିଲା ସେତେବେଳେ ନିଜ ଅଭି ଭାଷଣରେ ଏହି ଯୋଜନା ବିଷୟ କୁ ସମସ୍ତ ଙ୍କ ସମ୍ମୁଖ ରେ ରଖିଥିଲେ । ପାଞ୍ଚଟି ଫେଜ୍ ରେ ୧୧ ଲକ୍ଷ ଯୁବତୀ ଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବେ ବୋଲି ସାଂସଦ ଅନୁଭବ ମହାନ୍ତି ଘୋଷଣା କରିଥିଲେ । ଚାଇନା ସର୍ବାଧିକ ମାର୍ଶାଲାଟ୍ ଟ୍ରେନିଂ ଦେଉଥିବା ବେଳେ କେନ୍ଦ୍ରାପଡ଼ାରେ ଏହି ନୂଆ ରେକର୍ଡ ସୃଷ୍ଟି ହେଲେ ତାହା ଚାଇନାକୁ କାଟିବ ବୋଲି ଅନୁଭବ କହିଛନ୍ତି । ସବୁ ଠାରୁ ଅଧିକ ଯୁବତୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଆ ସାଂସଦ ଅନୁଭବଙ୍କୁ ନେଇ ସାରା ଦେଶ ଓ ବିଦେଶ ରୁ ପ୍ରଶଂସାର ସୁଅ ଛୁଟୁଛି । ଏଥି ପାଇଁ ସେ ରେକଡ୍ ସୃଷ୍ଟି କରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।