ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତକୁ ଆମେରିକାର ଖୋଲା ଚେତାବନୀ । ଋଷିଆ ସହ ସାମିଲ ହେଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ଅଧିକ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଜାରି ରହିଛି ୟୁକ୍ରେନ-ଋଷିଆ ଯୁଦ୍ଧ । ଦୀର୍ଘଦିନ ଧରି ଚାଲିଥିବା ଘମାଘୋଟ ଲଢେଇ ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ସେପଟେ ଋଷିଆକୁ ଏକଘରକିଆ କରିବା ପାଇଁ ଆମେରିକା ସବୁ ପ୍ରକାର ପ୍ରୟାସ ଜାରି ରଖିଛି ଏବଂ ଅନ୍ୟ ଦେଶମାନଙ୍କୁ ମଧ୍ୟ ସେହି ନୀତି ଆପଣାଇବାକୁ ଚାପ ପକାଉଛି । ହେଲେ ଭାରତ ଆରମ୍ଭରୁ ଯୁଦ୍ଧ ପ୍ରସଙ୍ଗରେ ନିରପେକ୍ଷ ରହିଆସିଛି । ଯାହା ଆମେରିକାର ହଜମ ହେଉନାହିଁ । ଏହି ପରିପ୍ରେକ୍ଷୀରେ ପୁଣିଥରେ ୟୁକ୍ରେନ ଯୁଦ୍ଧ ନେଇ ଆମେରିକା ଭାରତକୁ କଡା ଚେତାବନୀ ଦେଇଛି ।
ଯଦି ଭାରତ ଋଷିଆ ସହ ସାମିଲ ହୁଏ ତେବେ ପରିମାଣ ଭୟଙ୍କର ହେବ ଏବଂ ଭାରତକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଧମକାଇଛି । ହ୍ବାଇଟ ହାଉସ ନ୍ୟାସନାଲ ଇକୋନୋମିକ କାଉନସିଲର ନିର୍ଦ୍ଦେଶକ ତଥା ବାଇଡେନଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା ବ୍ରେନ ଡିଜ୍ କହିଛନ୍ତି ଯେ ଋଷିଆ ବିରୁଦ୍ଧରେ ଏଭଳି କୌଣସି ପ୍ରସଙ୍ଗ ନାହିଁ ଯେଉଁଥିରେ ଉଭୟ ଚୀନ ଓ ଭାରତର ଆଭିମୁଖ୍ୟ ଆମକୁ ନିରାଶ କରିନାହିଁ । ଏଣୁ ଆମେରିକା ଭାରତକୁ କହିଛି, ଯଦି ମସ୍କୋ ସହିତ ତାହାର ରଣନୀତିକ ସହଭାଗିତା ବୃଦ୍ଧି ପାଏ ତାହାହେଲେ ଏଥିପାଇଁ ଭାରତକୁ ଦୀର୍ଘକାଳୀନ ପରିଣାମ ଭୋଗିବାକୁ ହେବ ।
ଏଥିରୁ ସ୍ପଷ୍ଟ ଯେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ମଧ୍ୟ ଏହି ପ୍ରସଙ୍ଗରେ ଭାରତ ଆଗକୁ ଆସୁ ବୋଲି ଆମେରିକା କହିଥିବା ବେଳେ ଭାରତ ଉପରେ ଏନେଇ ଚାପ ପକାଇବାକୁ ବି ଚେଷ୍ଟା କରିଛି । ହେଲେ ଭାରତ ନିରପେକ୍ଷ ଭାବେ ନିଜ ଚିନ୍ତାଧାରାକୁ ନେଇ ସ୍ଥିର ରହିଛି । ହେଲେ ଏବେ ଆମେରିକା ଭାରତକୁ ଖୋଲାଖୋଲି ଧମକ ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆର୍ଥିକ ପରାମର୍ଶଦାତା ବ୍ରାୟନ ଡିଜ କହିଛନ୍ତି ରୁଷିଆ ସହ ଭାରତର ସମ୍ପର୍କ ଭାରତ ପାଇଁ ମହଙ୍ଗା ପଡିପାରେ ।
ଡିଜ କହିଛନ୍ତି ଆମେ ଚାଇନା ଓ ଭାରତର ଏ ସମ୍ପର୍କିତ ନିଷ୍ପତ୍ତିରୁ ନିରାଶ ହୋଇଛୁ । ତେବେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପାଇଁ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସମେତ ଅନେକ ୟୁରୋପୀୟ ଦେଶ ଋଷିଆ ଉପରେ କଡା ଆର୍ଥିକ କଟକଣା ଲଗାଇଛନ୍ତି । ହେଲେ ଭାରତ ଆରମ୍ଭରୁ ନିରପେକ୍ଷତା ଅବଲମ୍ବନ କରିଆସିଛି । ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଉପରେ ଭାରତ ନିଜକୁ ଦୂରେଇ ରଖିଛି ଓ କୂଟନୀତିକ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ ବୋଲି ଯୁକ୍ତି ଦର୍ଶାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।