କରୋନାର XE ଭାରିଆଣ୍ଟକୁ ନେଇ WHO ର ଚେତାବନୀ । ଜାଣନ୍ତୁ ଏହାର ଲକ୍ଷଣ ? କେତେ ଭୟଙ୍କର XE ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନାର XE ଭାରିଆଣ୍ଟକୁ ନେଇ WHO ର ଚେତାବନୀ।ଆସନ୍ତୁ ଜାଣିବା ଏହାର ଲକ୍ଷଣ ସଂମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଦୁଇ ବର୍ଷ ଧରି କରନା ତାର ପ୍ରକୋପ ବୃଦ୍ଧି କରି ଚାଲିଛି । ଘରେ ଘରେ ଭୟ ଲାଗି ରହିଛି କରନା କୁ ନେଇ ଭୟ ଲାଗି ରହିଥିଲା । ଏଥିରେ ଅନେକ ଜୀବନ ମଧ୍ୟ ଯାଇଥିଲା । ମାତ୍ର ବର୍ତ୍ତମାନ ଏହାର ପ୍ରକୋପ କମି ବାରେ ଲାଗିଛି । ମାତ୍ର ଚୀନ ରେ ସଂକ୍ରମଣ ବଢ଼ି ଚାଲିଛି । ମୁମ୍ବାଇରେ ଆଉ ଏକ କରୋନା ଭାରିଆଣ୍ଟ ଯାହାର ନାମ  XE ଭାରିଆନ୍ଟ ଦେଖା ଦେଇଛି । ଏହାକୁ ନେଇ ଲୋକ ମାନଙ୍କ ମନ ରେ ପୁଣି ଆତଙ୍କ ସୃଷ୍ଟି ହେଲାଣି । ଏହାକୁ ନେଇ ବିଶେଷଜ୍ଞ ମାନେ ଗବେଷଣା କରୁଛନ୍ତି । 

 

ତେବେ ପ୍ରଥମେ ମୁମ୍ବାଇରେ ଜଣେ ମହିଳା xe ଭାରିଆଣ୍ଟ ରେସଂକ୍ରମିତ ହୋଇଥିବା ର ସୂଚନା ମିଳି ଥିଲା । ଏହାକୁ ନେଇ ଅନେକ ଗବେଷଣା ହୋଇ ଥିଲା । ସେହି ମହିଳା ଦକ୍ଷିଣ ଆଫ୍ରିକାରୁ ଯାତ୍ରା କରି ଫେରିଥିଲେ । ବୟସ ତାଙ୍କୁ ୫୦ ବର୍ଷ ।ଓମିକ୍ରନ୍ କରୋନାର ତୃତୀୟ ଲହର ସୃଷ୍ଟି କରିଥିଲା। ତେବେ ଏହି xe ଭାରିଆଣ୍ଟକୁ ଚତୁର୍ଥ ଲହର ବୋଲି କୁହା ଯାଉଛି।  ତେବେ xe ଭାରିଆଣ୍ଟ ମୁଖ୍ୟତଃ ଦୁଇ ପ୍ରକାର । ୧-BA.1 ୨- BA.2 । BA.1 ଉପ-ଭାରିଆଣ୍ଟ ସବୁଠାରୁ ଅଧିକ ସଂକ୍ରମଣ ହେଉଥିଲା  ଏହା ପରେ BA.2 ଏହା ଠାରୁ ଅଧିକ ବ୍ୟାପିଲା । 

 

ଏହି XE ପ୍ରକାରକୁ ରେକମ୍ବିନାଣ୍ଟ  ମଧ୍ୟ କୁହା ଯାଉଛି । ଏହି XE ଭାରିଆଣ୍ଟର ୬୦୦ ସାମ୍ପ୍ଲଲ ଗତ ଜାନୁୟାରୀରେ ଦେଖିବାକୁ ମିଳିଥିଲା । ଏହି ଭାରିଆଣ୍ଟର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ଗଳା ଯନ୍ତ୍ରଣା, ଗଳାରେ ଘା ହେବା, କାଶ ଏବଂ ଥଣ୍ଡା, ଶରୀରରେ ତାପମାତ୍ରା ରହିବା ଏବଂ ପେଟର ଯନ୍ତ୍ରଣା ଅନୁଭବ ହେବା । ପ୍ରଥମେ ଏହି XE ଭାରିଆଣ୍ଟ ବ୍ରିଟେନରେ ଚିହ୍ନଟ ହୋଇଥଲା । ଏହା ବ୍ୟତୀତ ଥାଇଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛି । ଆଇ ସି ଏମ୍ ଆର୍ ଡ଼ାକ୍ତର ରମଣ ଗଙ୍ଗାଖେଡେକର  କହିଛନ୍ତି ଏହା ଅଧିକ ସମୟ ପର୍ଯ୍ୟନ୍ତ ଶରୀର ରେ ରୁହେ ନାହି । ଏହାକୁ ନେଇ ଭୟ କରନ୍ତୁ ନାହିଁ

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *