ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଇମ୍ରାନ ଖାନ ଭାରତ ବିଷୟରେ ଏମିତି କହିଲେ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାକିସ୍ତାନ ନାସନାଲ୍ ଅସେମ୍ବଲୀ ବା ସଂସଦରେ ଅନାସ୍ଥା ଭୋଟ’ର ସମ୍ମୁଖୀନ ହେବେ ଇମ୍ରାନ ଖାନ୍ । ଏହାକୁ ନେଇ ପାକିସ୍ତାନରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଦେଶବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିଛନ୍ତି ଇମ୍ରାନ । ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ ଇମ୍ରାନ କହିଛନ୍ତି, ସୁପ୍ରିମକୋର୍ଟ ତାଙ୍କୁ ନିରାଶ କରିଛି । ତାଙ୍କ ସରକାରକୁ ହଟାଇବା ପାଇଁ ବିଦେଶ ଶକ୍ତି ଷଡ଼ଯନ୍ତ୍ର କରିଥିବା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ବିଚାରକୁ ନେଇନାହାନ୍ତି।
ଏ ନେଇ ବିଦେଶ ରାଷ୍ଟ୍ରର ଚିଠିକୁ ଦେଖିନାହାନ୍ତି ସୁପ୍ରିମକୋର୍ଟ । ତାଙ୍କର ରୁଷ ଗସ୍ତ ପରେ ଆମେରିକା ଏଥିରେ ଆପତି ଉଠାଇ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଧମକ ଦେଇଥିଲେ । ତାଙ୍କୁ ହଟାଇବା ଲାଗି ପୂରା ଯୋଜନା ବନା ଯାଇଥିଲା । ଆମେରିକାକୁ ଦୋଷ ଦେଇ ସେ କହିଛନ୍ତି, ୪ ମାସ ତଳୁ ଏହି ଯୋଜନା କରାଯାଇଛି । ଦେଶର ଗଣତନ୍ତ୍ର ଆଜି ପରିହାସର ପାତ୍ର ହୋଇଯାଇଛି । ସାଂସଦକୁ କିଣିବା ପାଇଁ ଜୋରଦାର ଉଦ୍ୟମ ହେଉଛି । ପାକିସ୍ତାନବାସୀ ଏହା ବିରୋଧରେ ସ୍ୱର ଉଠାଇବା ପାଇଁ ଆହ୍ୱାନ ଦେଇଛନ୍ତି ଇମ୍ରାନ ।
ତେବେ ଆସନ୍ତା ରବିବାର ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ସେନାକୁ ଟାର୍ଗେଟ କରି ଇମ୍ରାନ କହିଛନ୍ତି, ସେନାବାହିନୀ ଗଣତନ୍ତ୍ରକୁ ବଂଚାଇ ପାରିବେ ନାହିଁ । ଏ ଦେଶର ଲୋକମାନେ ଗଣତନ୍ତ୍ରକୁ ସୁରକ୍ଷିତ ରଖିପାରିବେ । ତାଙ୍କ ଅଭିଭାଷଣରେ ପାକିସ୍ତାନବାସୀଙ୍କ ସମବେଦନା ପାଇବାକୁ ଉଦ୍ୟମ କରିଛନ୍ତି ଇମ୍ରାନ ଖାନ୍ । ତାଙ୍କ ସମ୍ବୋଧନରେ ପୁଣିଥରେ ସେ ଭାରତକୁ ପ୍ରଶଂସା କରିଛନ୍ତି ।
କହିଛନ୍ତି, ଭାରତ ଓ ପାକିସ୍ତାନ ଗୋଟିଏ ସମୟରେ ସ୍ୱାଧୀନତା ପାଇଥିଲେ । ହିନ୍ଦୁସ୍ତାନ ଏକ ସ୍ୱାଭିମାନୀ ଦେଶ ହୋଇପାରିଛି । ଭାରତର ବିଦେଶ ନୀତି ସ୍ୱତନ୍ତ୍ର ଓ ସ୍ୱାଧୀନ ବୋଲି କହିଛନ୍ତି ଇମ୍ରାନ । ଭାରତକୁ କୌଣସି ସୁପର ପାୱାର ଧମକ ଦେଇପାରିବେ ନାହିଁ । ତେବେ ଇମ୍ରାନ ଙ୍କ ଠାରୁ ଭାରତର ଏଭଳି ପ୍ରଶଂସା ଶୁଣି ପାକିସ୍ଥାନବାସୀ ଘୋର ନିନ୍ଦା କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।