ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ରାଜ୍ୟ ସରକାର କଲେ ବଡ ଘୋଷଣା ; ଏଣିକି ବସ୍ରେ କରିବେ ମାଗଣା ଯାତ୍ରା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କ ପାଇଁ ସରକାର ଏକ ବଡ ସୁବିଧା କରିଛନ୍ତି । ଏଣିକି ମହିଳା ମାନେ ମାଗଣା ରେ ବସ ରେ ଯାତ୍ରା କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାର ଏହା ଘୋଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଏହି ଘୋଷଣା କରିଛନ୍ତି ।
ତେବେ ପୂର୍ବରୁ ବିଜେପି ଏହା ଘୋଷଣା କରିଥିଲା ଯେ ,ମହିଳା ମାନଂକ ପାଇଁ ବସ ଯାତ୍ରା ସଂପୂର୍ଣ୍ଣ ମାଗଣା କରିଦେବ । ତେବେ ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହି ଯୋଜନା ରେ ପ୍ରାୟ ପାଖାପାଖି ୨୬୪ କୋଟି ଖର୍ଚ୍ଚ ହେବ। ଏଥର ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରେଣୀର ମହିଳାମାନେ ଉତ୍ତରପ୍ରଦେଶର ରୋଡୱେଜ ବସ ଗୁଡ଼ିକରେ ମାଗଣା ରେ ଯାତ୍ରା କରି ପାରିବେ ।
ତେବେ ଏହି ବସ ଗୁଡ଼ିକ କେବେଠୁ ଚାଲିବ ଏହି କଥା ଯଦିଓ ଘୋଷଣା ହୋଇ ନାହିଁ କିନ୍ତୁ ଏହି ଯୋଜନା ବହୁତ୍ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି। ୟୁପି ର ସମସ୍ତ ସହର ରେ ଏହି ଯୋଜନା ଲାଗୁ ହେବ । ତେବେ ଦେଶ ର ଦ୍ଵିତୀୟ ରାଜ୍ୟ ଭାବେ ୟୁପିରେ ଏପରି ସୁବିଧା କରାଯାଇଛି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ପୂର୍ବରୁ ଏହି ଯୋଜନା ଦିଲ୍ଲୀ ରେ ଲାଗୁ କରିଥିଲେ ।
ୟୁପି ସରକାର ଗତବର୍ଷ ରାକ୍ଷୀ ସମୟ ରେ ମହିଳା ମାନଙ୍କୁ ମାଗଣା ବସ୍ ଯାତ୍ରା କରିବାର ସୁଯୋଗ ଦେଇଥିଲେ । ତେବେ ଗୋରଖପୁର, କାନପୁର, ଲକ୍ଷ୍ନୌ ,ଦିଲ୍ଲୀ, ଆଗ୍ରା, ବରେଲୀ ଏବଂ ବାରଣାସୀ ଆଦି ସହରରେ ଅତିରିକ୍ତ ବସ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତେବେ ୬୦ ବର୍ଷରୁ ଅଧିକ ବୟସର ମହିଳାମାନେ ଖୁବ୍ ଶୀଘ୍ର ରୋଡୱେ ବସରେ ବିନା ଶୁଳ୍କରେ ଯାତ୍ରା କରିପାରିବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।