ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଫେରିଲା ମହାମାରି କୋରନା। ଚୀନରେ ନୂଆ ନିୟମ,ପାର୍ଟନରଙ୍କୁ ଏକାଠି ଶୋଇବା ଓ କିସ୍ କରିବା ମନା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ପୁଣି ଥରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନ୍ ର ସାଂଘାଇ ଠାରେ କରୋନା ସଂକ୍ରମଣ ତୀବ୍ର ଗତି ରେ ବୃଦ୍ଧି ପାଉଥିବା କାରଣ ରୁ ଚୀନ୍ ସରକାର ସେଠାରେ ଲକ୍ ଡାଉନ୍ କରିଛନ୍ତି । ତେବେ କରୋନା ମାମଲା ଅଧିକ ରୁ ଅଧିକ ଚିହ୍ନଟ ହେବା ପରେ ଚୀନ୍ ସରକାର ଗତ ସୋମବାର ଦିନ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଚୀନର ଆର୍ଥିକ ରାଜଧାନୀ ସାଂଘାଇ ରେ ବର୍ତ୍ତମାନ ସମସ୍ତ କାର୍ଯ୍ୟ କୁ ବନ୍ଦ କରା ଯାଇଛି ।
ସୂଚନା ମୁତାବକ ,ବର୍ତ୍ତମାନ ସାଂଘାଇ ରେ ଦୈନିକ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଚିହ୍ନଟ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ରୁ ଅଧିକ ଲୋକ ଠାରେ ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ , ଏ ପର୍ଯ୍ୟନ୍ତ କୌଣସି ଲୋକ ଙ୍କ ମୃ-ତ୍ୟୁ ହୋଇ ନାହିଁ । ତେବେ ଏଥିପାଇଁ ସେଠାରେ ପରିସ୍ଥିତି କୁ ନିୟନ୍ତ୍ରଣ ରେ ରଖିବା ପାଇଁ କଡ଼ାକଡ଼ି କରାଯାଇଛି । ଏମିତିକି ସାଙ୍ଗ ହୋଇ ବସିବା, ଖାଇବା ଓ ଶୋଇବାକୁ ମନା ହୋଇଛି ।
କେବଳ ଏତିକି ନୁହେଁ କେହି କାହାକୁ କିସ୍ ମଧ୍ୟ କରିପାରିବେନି । ତେବେ ବର୍ତ୍ତମାନ ଚୀନ୍ ରେ ସଂକ୍ରମଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସାଂଘାଇ ରେ ବର୍ତ୍ତମାନ ୨୬ ଲକ୍ଷ ଲୋକ ଲକ୍ ଡାଉନ୍ ରେ ରହିଛନ୍ତି । ସେଠାରେ ଡ୍ରୋନ୍ ମାଧ୍ୟମରେ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି। ଲୋକ ମାନଙ୍କ ଛାତ ଉପରେ ଏକାଧିକ ଡ୍ରୋନ୍ ବୁଲୁଥିବାର ଏକ ଭିଡିଓ ସାମ୍ନା କୁ ଆସିଛି ।
କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ ରେ କରୋନା ପୁଣିଥରେ ତାର କରାଳ ରୂପ ଦେଖାଉଛି ।ଗତ ରବିବାର ଦିନ ସାଂଘାଇ ରେ ୩୫୦୦ କରୋନାର ମାମଲା ଚିହ୍ନଟ ହୋଇଥିଲା । ଗତ ମାସ ରେ ସେଠାରେ ପାଖାପାଖି ୫୬,୦୦୦ରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ତେବେ ବର୍ତ୍ତମାନ କୋଭିଡ ସେଲ୍ଫ ଟେଷ୍ଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଚୀନ୍ ସରକାର ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଂଘାଇକୁ ପଠାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।