ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ଏକାଧିକ ବାୟୁସେନା ଅଧିକାରୀ କଠିନ ଦଣ୍ଡ ରେ ଦଣ୍ଡିତ ହେବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନିକଟରେ ପାକିସ୍ତାନକୁ ଭୁଲ୍ ରେ ଯାଇଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାଇଁ ଦାୟୀ ହେଉଛନ୍ତି ଏକାଧିକ ବାୟୁସେନା ଅଧିକାରୀ । ତେବେ ବର୍ତ୍ତମାନ ଭାରତୀୟ ବାୟୁସେନା ଏହା କହିଛି ଯେ ,ସେମାନଙ୍କ ପାଇଁ ଖୁବ୍ ଶୀଘ୍ର କଠିନ ଦଣ୍ଡ ଘୋଷଣା କରାଯିବ । ତେବେ ଗତ ମାର୍ଚ୍ଚ ୯ ତାରିଖରେ ବ୍ରହ୍ମୋସ୍ ମିଜାଇଲ୍ ଭୁଲବଶତଃ ଫାୟାର୍ ହୋଇ ଯାଇ ପାକିସ୍ତାନ ରେ ପଡ଼ିଥିଲା ।
ତେବେ ସେହି ମିଜାଇଲ୍ ଟି ରେ ଯୁଦ୍ଧାସ୍ତ୍ର ଲାଗି ନଥିଲା ,ଏଥିପାଇଁ ତାହା ବିଶେଷ କ୍ଷୟକ୍ଷତି ଘଟାଇନଥିଲା । କିନ୍ତୁ ଭାରତ ସରକାର ଏହି ଘଟଣା କୁ ଗୁରୁତର ଭାବରେ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏୟାର୍ ଭାଇସ୍ ମାର୍ଶଲ୍ ଆର୍.କେ. ସିହ୍ନା ଏହାର ତଦନ୍ତ କରିଥିଲେ ଏବଂ ସେହି ଘଟଣାକୁ ମାସେ ପୂରିବା ପୂର୍ବରୁ ତଦନ୍ତ ଶେଷ ହୋଇଛି।
ସରକାରୀ ସୂତ୍ରରୁ ଏହା ସୂଚନା ମିଳିଛି ଯେ , ଘଟିଥିବା ଅଘଟଣ ପାଇଁ ମିଜାଇଲ୍ ସ୍କ୍ବାଡନ୍ର ଏକାଧିକ ଅଧିକାରୀ ଦାୟୀ । ତେବେ ବର୍ତ୍ତମାନ ଏହି କଥା ଜାତୀୟ ଗଣମାଧ୍ୟମ ରେ ପ୍ରକାଶ ପାଇଛି । କୋର୍ଟ ଅଫ୍ ଇନକ୍ୱାରୀରେ ମଧ୍ୟ ମିଜାଇଲର ରୁଟିନ୍ ରକ୍ଷଣାବେକ୍ଷଣ ଓ ଯାଞ୍ଚ ବେଳେ ଏସ୍ଓପିର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଛି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।