ବନ୍ଧୁଗଣ ଆଜିର ଏହି କାହାଣୀ ଟି ଆପଣଙ୍କ ଜୀବନ କୁ ନିଶ୍ଚିନ୍ତ ବଦଳାଇ ଦେବ । ମହାଭାରତ ଯୁଦ୍ଧର ପରବର୍ତ୍ତୀ ସମୟରେ ଧର୍ମରାଜ ଯୁଧିଷ୍ଠିର ରାଜା ହୋଇ ସାରିଛନ୍ତି । ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନାପୁର ଛାଡ଼ି ଦ୍ବାରକା ଯିବା ପାଇଁ ବାହାରିଛନ୍ତି । ସେହି ସମୟ ରେ ଶ୍ରୀକୃଷ୍ଣ ଦେଖିଲେ ଯେ ମାତା କୁନ୍ତୀ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି ।
କୁନ୍ତୀ ଙ୍କୁ ଶ୍ରୀକୃଷ୍ଣ ଏହି କଥା ପଚାରିଲେ ଓ ତୁମର କଣ ଦରକାର । କୁନ୍ତୀ କହିଲେ ଯଦି ଦେବାକୁ ଚାହୁଁଛ ତାହେଲେ ମୋ ଶରୀର ରେ ଓ ମୋ ମନ ରେ ଦୁଃଖ ଯନ୍ତ୍ରଣା ଭରିଦିଅ । ଭଗବାନ୍ ଶ୍ରୀକୃଷ୍ଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ ଦୁଃଖ କଣ ପାଇଁ ଦରକାର । ଶ୍ରୀକୃଷ୍ଣ କହିଲେ ଯେ ,ଦୁଃଖର ସମୟ ତ ଚାଲିଗଲା ,ଯୁଦ୍ଧ ପରେ ତୁମ ପୁତ୍ର ଯୁଧିଷ୍ଟିର ଏବେ ରାଜା ହେଲେ।
ଏବେ ତ ଆପଣଙ୍କ ଜୀବନ ରେ ଖାଲି ସୁଖ ।
ଏହାପରେ କୁନ୍ତୀ କହିଲେ ଯେ ,ଆପଣ ଯେଉଁଠି ନାହାନ୍ତି , ସେଠି କି ସୁଖ । କୁନ୍ତୀ କହିଲେ ଯେ ଯେଉଁଠି ଭଗବାନ ଥାଆନ୍ତି ସେଠାରେ ସୁଖ ଥାଏ । ଭଗବାନ୍ ଯେତେବେଳେ ଛାଡ଼ି ଚାଲିଯିବେ ଆଉ ସେଠି କି ସୁଖ ।ବନ୍ଧୁଗଣ ଯେଉଁଠାରେ ସ୍ନେହ ,ପ୍ରେମ ,ଶ୍ରଦ୍ଧା ,ଭଲ ପାଇବା ନାହିଁ ସେଠି ମଣିଷ ଜୀବନର କିଛି ମୂଲ୍ୟ ନାହିଁ।
ଆଜି ର ଦୁନିଆ ରେ ଅନେକ ଲୋକ ଙ୍କ ପାଖରେ ଟଙ୍କା ଅଛି ,ଅନେକ ସଂପତ୍ତି ଅଛି ହେଲେ ସ୍ନେହ ଭଲ ପାଇବା ନାହିଁ । ଟଙ୍କା ଦ୍ଵାରା ତ ଆମେ ଅନ୍ୟକୁ କିଣି ପାରିବା ହେଲେ ଜିଣି ପାରିବା ନାହିଁ । ଅନ୍ୟକୁ କେବଳ ସ୍ନେହ ଭଲ ପାଇବାରେ ହିଁ ଜିଣି ହୁଏ ।ଆପଣ ଅନ୍ୟ ମାନଙ୍କୁ ସ୍ନେହ ଭଲ ପାଇବା ଦିଅନ୍ତୁ ଆପଣଙ୍କୁ ମଧ୍ୟ ସମାଜ ଭଲ ପାଇବ । ପରିବାର ରେ ଯଦି ସମସ୍ତେ ସମସ୍ତଙ୍କୁ ସ୍ନେହ ଓ ଭଲ ପାଇବା ଦେବେ ତାହେଲେ ପରିବାର ମନ୍ଦିର ହୋଇଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।