ବନ୍ଧୁଗଣ ପଣା ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଇଥାଏ । ଏହି ଦିନ ଠାରୁ ବସନ୍ତ ଋତୁ ର ଶେଷ ହୋଇ ଗ୍ରୀଷ୍ମ ଋତୁ ର ଆରମ୍ଭ ହୋଇଥାଏ । ଏହାକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ବନ୍ଧୁଗଣ ଏହି ଦିନ ଏକ ଛୋଟ ମାଠିଆ ରେ ପଣା ରଖି ତାହାକୁ ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଇଥାଏ । ମାଠିଆ ରେ ଥିବା ଛୋଟ କଣା ରୁ ଧୀରେ ଧୀରେ ପାଣି ଝରି ଥାଏ ।
ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ମଧ୍ୟ ପଡୁଅଛି । ତେବେ ଏହି ଦିନ ଯେଉଁ ବ୍ୟକ୍ତି ଏହି 5 ଟି କାମ କରିଥାଏ ତାକୁ ଗରିବ ଏବଂ ଭିକାରୀ ହେବାକୁ କେହି ମଧ୍ୟ ବଞ୍ଚାଇ ପାରନ୍ତି ନାହିଁ । ପ୍ରଭୁ ହନୁମାନ ଏହି ବ୍ୟକ୍ତି ମାନଙ୍କୁ କେବେ କ୍ଷମା କରନ୍ତି ନାହିଁ । ଏଥିପାଇଁ ଏହି ଦିନ ଭୁଲ ରେ ମଧ୍ୟ ଏହି 5 ଟି କାମ କୁ କରିବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି 5 ଟି କାମ ଯାହାକୁ କରିବା ଅନୁଚିତ୍ ।
ପ୍ରଥମ ଟି ହେଉଛି ସମ୍ବନ୍ଧ । ବନ୍ଧୁଗଣ ଏହି ଦିନ ଶାରିରୀକ ସମ୍ବନ୍ଧ ରଖନ୍ତୁ ନାହିଁ ଅନ୍ୟଥା ମହାବୀର ଙ୍କ କୋପ ର ଶିକାର ହେବାକୁ ପଡିପାରେ । ବନ୍ଧୁଗଣ ଏହା ମାନ୍ୟତା ଅଛି କି ଏହି ଦିନ ସମ୍ବନ୍ଧ ରଖିବା ଦ୍ଵାରା ସନ୍ତାନ ବିକଳାଙ୍ଗ ହୋଇ ପାରନ୍ତି । ଏଥିପାଇଁ ଏହି ଦିନ ମନ କୁ ସଂଜମ ରେ ରଖନ୍ତୁ ,ଆଉ କରନ୍ତୁ ନାହିଁ ଏହି କାମ ।
ଦ୍ଵିତୀୟ ରେ ହେଉଛି ଦୁଗ୍ଧ ରେ ପ୍ରସ୍ତୁତ ହୋଇଥିବା ଜିନିଷ କୁ ଘରକୁ ଆଣନ୍ତୁ ନାହିଁ । ଦୁଗ୍ଧ କୁ ଚନ୍ଦ୍ରମା ଙ୍କ କାରକ ବୋଲି କୁହାଯାଏ । ଚନ୍ଦ୍ରମା ଏବଂ ମଙ୍ଗଳ ଦୁହେଁ ଦୁଇ ଜଣକ କାରକ ଅଟନ୍ତି । ଏଥିପାଇଁ ଏହି ଦିନ ଦୁଗ୍ଧ ଏବଂ ଦୁଗ୍ଧ ରୁ ପ୍ରସ୍ତୁତ ହୋଇଥିବା ଜିନିଷ କୁ ଘରକୁ ଆଣନ୍ତୁ ନାହିଁ ।
ତୃତୀୟ ରେ ହେଉଛି ଏହି ଦିନ କୌଣସି ଲୁହା ଜିନିଷ କିଣନ୍ତୁ ନାହିଁ । ଷ୍ଟିଲ ଜିନିଷ ବା କୌଣସି ଧାର ଥିବା ଜିନିଷ ଭୁଲ୍ ରେ କିଣନ୍ତୁ ନାହିଁ । ଏହି ଦିନ ଭୁଲ ରେ ମଧ୍ୟ ନଖ ଏବଂ ଚୁଟି କାଟନ୍ତୁ ନାହିଁ । ବନ୍ଧୁଗଣ ଏପରି କରିବା ଦ୍ବାରା ଆପଣଙ୍କୁ ହନୁମାନ ଙ୍କ କୋପ ର ଶିକାର ହେବାକୁ ପଡିଥାଏ ।
ଚତୁର୍ଥ ରେ ହେଉଛି ମାଛ , ମାଂସ ବା ମଦ ରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନେ ଏହି ଦିନ ମାଛ ମାଂସ ବା ମଦ ର ସେବନ କରିଥାନ୍ତି ସେମାନଙ୍କୁ ପ୍ରଭୁ ହନୁମାନ ଙ୍କ କୋପ ର ଶିକାର ହେବାକୁ ପଡିଥାଏ । ଏଥିପାଇଁ ଏହି ଭୁଲ୍ କେବେବି କରନ୍ତୁ ନାହିଁ ।
ପଞ୍ଚମ ରେ ହେଉଛି ଯଦି ଆପଣ କ୍ରୋଧ ରେ ଅଛନ୍ତି କିମ୍ବା ଆପଣଙ୍କ ମନ ରେ ରାଗ ଅଛି ତାହେଲେ ଭୁଲ୍ ରେ ହନୁମାନ ଙ୍କ ପୂଜା କରନ୍ତୁ ନାହିଁ । ହନୁମାନ ଙ୍କୁ ଶାନ୍ତି ଅଧିକ ପ୍ରିୟ ଅଟେ । ଯଦି କୌଣସି ବ୍ୟକ୍ତି ମନରେ କ୍ରୋଧ ରହିଥାଏ ଏବଂ ସେ ହନୁମାନ ଙ୍କ ପୂଜା କରିଥାଏ ,ତାକୁ କୌଣସି ଫଳ ମିଳି ନଥାଏ ।