ବନ୍ଧୁଗଣ ବର୍ତ୍ତମାନ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ । ସେ ପ୍ରଧାନ ମନ୍ତ୍ରୀ ହେବା ପରେ ଭାରତ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।କାଶ୍ମୀର ପ୍ରସଙ୍ଗ କୁ ନେଇ ସେ ଏକ ବିବୃତ୍ତି ଦେଇଛନ୍ତି । ସେ ନରେନ୍ଦ୍ର ମୋଦୀ ଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ , କାଶ୍ମୀର ବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ।
ଶହବାଜ ସରିଫ ଏହା କହିଛନ୍ତି ଯେ ,ଭାରତ ସହ ଆମେ ଭଲ ସମ୍ପର୍କ ଚାହୁଁଛୁ । କିନ୍ତୁ ଯେ ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ହୋଇଛି ଏହା ସମ୍ଭବ ନୁହେଁ । କୂଟନୈତିକ ସ୍ତରରେ ଆମେ କାଶ୍ମୀରବାସୀଙ୍କ ପାଖରେ ଆମର ସମର୍ଥନ ବଢାଇବା ଜାରି ରଖିବୁ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀ ଏକ ବାର୍ତ୍ତା ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତା ରେ ଏହା କହିଛନ୍ତି ଯେ ,କାଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ହେବା ଉଚିତ। ତେବେ ଏକତ୍ର, ସେମାନଙ୍କର ଯନ୍ତ୍ରଣା ହ୍ରାସ ହେବା ଉଚିତ୍, ସେଠାରେ ଦାରିଦ୍ର୍ୟ ଦୂର ହେବା ଉଚିତ୍ ।ବେକାରୀ ସମସ୍ୟା ଏବଂ ଦାରିଦ୍ରତା ବଢିଥିବା ବେଳେ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ସେମାନଙ୍କ ଆଖିରେ, ଉଭୟ ପାର୍ଶ୍ୱରେ ଦାରିଦ୍ରତା ଅଛି, ବେକାରୀ ଅଛି, ଲୋକଙ୍କ ପାଖରେ ଔଷଧ ନାହିଁ । ଆଉ ଏଭଳି ପରିସ୍ଥିତି ରେ , ଆମେ କାହିଁକି ନିଜକୁ ଏପରି କ୍ଷତି କରିବାକୁ ଚାହୁଁଛୁ ଏବଂ କାହିଁକି ନିଜର ଭବିଷ୍ୟତ ପିଢିକୁ ନଷ୍ଟ କରିବାକୁ ଚାହୁଁଛୁ । ଶାହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଏକ ବଡ ଘୋଷଣା କରିଛନ୍ତି ।ସେ ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ପାକିସ୍ତାନରେ ସର୍ବନିମ୍ନ ଆୟ 25 ହଜାର ହେବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।