ରାସନ କାର୍ଡ ଧାରୀ ଙ୍କ ପାଇଁ ଆସିଲା ବଡ ଖୁସି ଖବର | ଜାଣନ୍ତୁ କଣ ରହିଛି ନୂଆ ଅପଡେଟ….

 

ରାସନ କାର୍ଡ ଓଡ଼ିଶା ସରକାର ଙ୍କ ଦ୍ଵାରା ପରିଚାଳିତ ହେଉଥିବା ଏକ ପ୍ରକ୍ରିୟା ଅଟେ । ଯାହାଦ୍ଵାରା ଓଡ଼ିଶାର ଗରିବ ଶ୍ରେଣୀ ର ଲୋକମାନେ ଅନେକ ମାତ୍ରାରେ ଲାଭବାନ ହୋଇପାରିଛନ୍ତି । ରାସନ କାର୍ଡ ହେବା ଦିନରୁ ଲୋକମାନେ ଅନେକ ମାତ୍ରାରେ ଉପକୃତ ହେବା ସହ ରାସନ କାର୍ଡ ଦ୍ଵାରା ଜଡ଼ିତ ଥିବା ଅନେକ ସ୍କିମ୍ ରେ ଲାଭ ଉଠାଇ ପାରୁଛନ୍ତି । 

 

ଏହି ଯୋଜନା ଅନୁସାରେ ହିତାଧିକାରୀ ଙ୍କୁ ୫ କେଜି ମାଗଣା ଚାଉଳ ଯୋଗାଇ ଦେଉଥିଲେ ରାଜ୍ୟ ସରକାର । ଏହି ଅବଧି ଶେଷ ହେବାକୁ ଯାଉଥିବା ବେଳେ ଡିସେମ୍ବର ମାସ ୨୦୨୧ ରୁ ୨୦୨୨ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । କିନ୍ତୁ ଲୋକ ମାନଙ୍କ ସୁବିଧା କୁ ଦେଖି ଏହି ଯୋଜନା ଏହି ମାର୍ଚ୍ଚ ରେ ଶେଷ ହୋଇଥିବା ବେଳେ ଏହାକୁ ପୁଣି ଥରେ ଆରମ୍ଭ କରାଯାଇଛି । 

 

ଏହି ଯୋଜନାରେ ଲୋକମାନଙ୍କୁ ପୁଣି ମାଗଣା ରାସନ ମିଳିବା ସହ ଏହାର ଅବଧି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସରକାର ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରାୟ ୮.୯ ଲକ୍ଷ ଲୋକେ ଉପକୃତ ହେଉଛନ୍ତି । ତେଣୁକରି ଲୋକମାନଙ୍କ ଏହି ସୁବିଧା କୁ ଲକ୍ଷ କରି ରାଜ୍ୟ ସରକାର ଏହାକୁ ବୃଦ୍ଧି କରିଛନ୍ତି । 

 

ତେବେ ରାଜ୍ୟ ସରକାର ଙ୍କ ଏହି ଯୋଜନା ପୁନଃବାର ଆରମ୍ଭ ହେଉଥିବା ହେତୁ ଏଥିରେ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତି ନିଆ ଯାଇଛି । ଏହି ଯୋଜନାରେ ରାଜ୍ୟରେ ୮ ଲକ୍ଷ ରୁ ଅଧିକ ହିତାଧିକାରୀ ମାନେ ୫ କେଜି ଚାଉଳ ପାଇ ପାରିବେ । ଏହି ଯୋଜନା ଉପରେ ଅନେକ ନିର୍ଭର ଥିବା ଦ୍ଵାରା ସରକାର ଏହି ଯୋଜନାକୁ ପୁଣି ଥରେ ଆରମ୍ଭ କରିଛନ୍ତି ।  

 

ଏହି ବର୍ଷ ସେପ୍ଟେମ୍ବର ରେ ଏହାର ଅବଧି ଶେଷ ହେଲେ ମଧ୍ୟ ରାଜ୍ୟ ସରକାର ପୁଣି ଥରେ ଏହାକୁ ଚାଲୁ କରିପାରନ୍ତି । ରାଜ୍ୟର ହିତାଧିାରୀମାନେ ମଧ୍ୟ ଏହି ଯୋଜନା ବଢିବା ଦ୍ଵାରା ଖୁସି ହୋଇଛନ୍ତି । ଏବଂ ଆଗପରି ଯେପରି ଚାଉଳ ନେଇପାରୁ ଥିଲେ ଠିକ୍ ସେହିପରି ନେଉଛନ୍ତି ।

Leave a Reply

Your email address will not be published. Required fields are marked *