କଇଁଛ ମୁଦି ସାଧାରଣ ଭାବେ ଧନ ବର୍ଷା କରିବାରେ ସକ୍ଷମ ହୋଇଥାଏ । କଇଁଛ ମୁଦି ପିନ୍ଧିବା ଦ୍ଵାରା ମଣିଷର ସ୍ୱଭାବରେ ପରିବର୍ତ୍ତନ ହେବା ସହ ସମସ୍ତ କ୍ଷେତରେ ସଫଳତା ପାଇଁ ମାର୍ଗ ଖୋଲିଯାଏ । ଏହା ପିନ୍ଧିବା ଦ୍ଵାରା ଘରେ ମଧ୍ୟ ସକାରାତ୍ମକ ପରିବେଶ ସର୍ବଦା ରହିଥାଏ । ତେବେ ଆସନ୍ତୁ ଜାଣିବା କେମିତି ପିନ୍ଧିବା ଏହି ମୁଦି ଏବଂ କେମିତି କରିବା ଧାରଣ ।
କଇଁଛ ମୁଦି ସାଧାରଣ ଭାବେ ରୂପାର ହେବା ଆବଶ୍ୟକ ହୋଇଥାଏ । ଯଦି ଆପଣ ଏହାକୁ ଅନ୍ୟ ଧାତୁ ରେ ପିନ୍ଧିବା ପାଇଁ ଚାହୁଁଛନ୍ତି ତେବେ ନିହାତି ଭାବେ ନିଜ ରାଶି ଅନୁସାରେ ଆଗକୁ ବଢନ୍ତୁ ଏବଂ ସମ୍ପୂର୍ଣ ପରାମର୍ଶ ଦ୍ଵାରା ଏହାକୁ ଧାରଣ କରନ୍ତୁ ।
ଏହି ମୁଦିର କଇଁଛ ଟି ରୂପାର ହେବା ନିହାତି ଆବଶ୍ୟକ ଅଟେ । ଏହାର ଅନ୍ୟ ଭାଗରେ ଆପଣ ଚାହିଁଲେ ଇଛା ମୁତାବକ ଧାତୁ ଦେଇ ପିନ୍ଧି ପାରିବେ । କଇଁଛ ମୁଦି ପିନ୍ଧିବାର ପ୍ରକୃତ ଉପାୟ ହେଉଛି ନାରୀ ହେଉ ଅବା ପୁରୁଷ ସର୍ବଦା ଏହାକୁ ଡାହାଣ ହାତରେ ପିନ୍ଧିବା ଆବଶ୍ୟକ ହୋଇଥାଏ । ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଏହି ମୁଦି କୁ ଆପଣ ମଝି ବା ଅନାମିକା ଆଙ୍ଗୁଠିରେ ପିନ୍ଧି ପାରିବେ । ଏହି ମୁଦି କେବଳ ମେଷ ରାଶି , ସିଂହ ରାଶି , ଧନୁ ରାଶି , କୁମ୍ଭ ରାଶି ପିନ୍ଧିବା ଦ୍ଵାରା ଶୁଭ ଫଳ ମିଳିଥାଏ ଏହା ଛଡ଼ା ଅନ୍ୟ ରାଶି ମାନେ ଏହାକୁ ପିନ୍ଧିଲେ ଏହା ଅଶୁଭ ହୋଇଥାଏ । କିନ୍ତୁ ମେଷ ରାଶି , ସିଂହ ରାଶି , ଧନୁ ରାଶି , କୁମ୍ଭ ରାଶି ଯଦି ଏହି ମୁଦି ପିନ୍ଧନ୍ତି ତେବେ ଜୀବନର ସବୁ କିଛି ପାଇପାରିବେ ।
ଜୀବନରେ ଧନ , ଐଶୋର୍ଯ , ସମ୍ମାନ , ସଫଳତା ପାଇବାରେ ସକ୍ଷମ ହେବେ ଏହି ମୁଦି ପିନ୍ଧିବା ଦ୍ଵାରା । ଏହି ମୁଡ଼ିକୁ ଶୁକ୍ରବାର କିଣିବାର ନିୟମ ରହିଛି ଏବଂ ସେହି ଶୁକ୍ରବାର ମଧ୍ୟ ଧାରଣ କରିବାର ନିୟମ ରହିଛି । ଏହାକୁ ଧାରଣ କରିବା ଆଗରୁ ଏହାକୁ ପବିତ୍ର କରିବା ଆବଶ୍ୟକ । ଆପଣ ଏହାକୁ ଗଙ୍ଗା ଜଳରେ ସ୍ନାନ କରାଇ ପଞ୍ଚାମୃତ ଦ୍ଵାରା ପବିତ୍ର କରାଇ ପିନ୍ଧିଲେ ଶୁଭ ଫଳ ପାଇବେ ।