ରାଶି ଗ୍ରହ ନକ୍ଷତ୍ର ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ ରାଶି ମାନଙ୍କ ଚଳନି ଦେଖିବାକୁ ଗଲେ ଏହା ଏକ ନିର୍ଦ୍ଧିଷ୍ଟ ସମୟରେ ପରିବର୍ତ୍ତନ ହୋଇଥାଏ । ଏବଂ ଯେଉଁ ସମୟରେ ପରିବର୍ତ୍ତନ ହୋଇଥାଏ ସେହି ସମୟରେ ଅନେକ ରାଶିଙ୍କ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇ ଥାଏ । ତେବେ ପଣା ସଂକ୍ରାନ୍ତି ଦିନଠାରୁ ମାଳାମାଲା ହେବାକୁ ଯାଉଛନ୍ତି ୫ ଟି ଭାଗ୍ୟଶାଳୀ ରାଶି । ତେବେ ଆସନ୍ତୁ ଜାଣିବା ୫ ଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ।
ମେଷ ରାଶି : ପଣା ସଂକ୍ରାନ୍ତି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଆପଣଙ୍କ ପାଇଁ ଶୁଭ ଯୋଗ । ଆପଣଙ୍କ ରାଶିରେ ଧନପତି କୁବେର ଙ୍କ ଅଶ୍ରିବାଦ ଅନୁସାରେ ଇଛା ଫଳ ପ୍ରାପ୍ତି ହେବ । ହେଉ ନଥିବା କାର୍ଯୁ ମଧ୍ୟ ଆପଣ ଏହି ମାସରେ କରି ପାରିବେ । ଅନେକ ଗୁପ୍ତ ଧନ ପ୍ରାପ୍ତି ହେବା ସହ ସାଙ୍ଗ ମାନଙ୍କ ସହଯୋଗ ପାଇ ପାରିବେ ।
ବୃଷ ରାଶି : ଆପଣଙ୍କ ରାଶିରେ ପଣା ସଂକ୍ରାନ୍ତି ଠାରୁ ଖୋଲିବାକୁ ଯାଇଛି ଶୁଭ ଯୋଗ । ଏହି ସମୟ ଆପଣଙ୍କ ପାଇଁ ଖୁବ୍ ଶୁଭ ସାବ୍ୟସ୍ତ ହେବ ଏହା ଛଡା ଆପଣଙ୍କୁ ଏହି ମାସରେ ବ୍ୟବସାୟ ବା ଚାକିରି ପାଇଁ ଅନେକ ପ୍ରୋତ୍ସାହନ ମିଳିବ । ଯେ କୌଣସି କ୍ଷେତରେ ନିହାତି ଭାବେ ଯୋଡ଼ି ହୋଇ ପାରିବେ । ଆପଣଙ୍କର ଅଟକି ଥିବା ଟଙ୍କା ମଧ୍ୟ ଏହି ମାସରେ ଫେରି ପାଇବେ ।
ମିଥୁନ ରାଶି : ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବାକୁ ଯାଉଛି ଏହି ପଣା ସଂକ୍ରାନ୍ତି ପରେ ଆପଣ ଅନେକ ମାତ୍ରାରେ ପରିବାର ଲୋକ ଏବଂ ପତ୍ନୀ ଙ୍କ ସହଯୋଗ ଦ୍ଵାରା କଠିନ ରୁ କଠିନ ପରିସ୍ଥିତି କୁ ସାମ୍ନା କରି ପାରିବେ । ଅନେକ ସମୟ ଧରି ଚିନ୍ତା କରୁଥିବା ଅସୁବିଧା ରୁ ଶୀଘ୍ର ମୁକ୍ତି ପାଇବେ । ଅଚିହ୍ନା ଲୋକଙ୍କ ବୁଝାମଣା କୁ ଅଣଦେଖା କଲେ ଶୁଖି ହେବେ ।
ତୁଳା ରାଶି : ପଣା ସଂକ୍ରାନ୍ତି ପରେ ଆପଣଙ୍କ ରାଶିରେ ଶତ୍ରୁ ଜୟ ଯୋଗ ହେଉଅଛି । ଯେ କୌଣସି କାର୍ଯ୍ୟରେ ଯଦି ଶତ୍ରୁ ଭୟ ରହିଥାଏ ବା ଆପଣଙ୍କୁ ବାରମ୍ବାର ଶତ୍ରୁ ଙ୍କ ଦ୍ଵାରା ହଇରାଣ ହେବାକୁ ପଡୁଥାଏ । ତେବେ ନିଶ୍ଚିନ୍ତ ହୋଇ ଯାଆନ୍ତୁ ଆପଣ ଖୁବ୍ ଶୀଘ୍ର ଏହି ଝାମେଲାରୁ ମୁକ୍ତି ପାଇବାକୁ ଯାଉଛନ୍ତି । ଶତ୍ରୁ ମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ ।
କୁମ୍ଭ ରାଶି : ପରିବାର ଲୋକଙ୍କ ଠାରୁ ସହଯୋଗ ପାଇବା ସହ ଜମି କିଣା ବିକାରେ ଆପଣଙ୍କ ପାଇଁ ଆସି ଯାଉଛି ଶୁଭ ସମୟ । ଆପଣ ଏହି ମାସରେ ଯଦି କୌଣସି ପ୍ରକାର ର ବ୍ୟବସାୟ ଆରମ୍ଭ କରନ୍ତି ତେବେ ନିଶ୍ଚିନ୍ତ ଭାବେ ଆପଣ ଜୟଯୁକ୍ତ ହେବେ । ବ୍ୟବସାୟ ବାଣିଜ୍ୟ ଆରମ୍ଭ କରିବା ଆଗରୁ ଆପଣ ରାଶି ଅନୁସାରେ ଶୁଭ ବ୍ୟବସାୟ କଣ ହେବ ନିହାତି ଭାବେ ଜାଣିବା ଆବଶ୍ୟକ ।