ବନ୍ଧୁଗଣ ବର୍ତ୍ତମାନ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ । ତେବେ ସେ କିଛି ଦିନ ହେବ ପ୍ରଧାନ ମନ୍ତ୍ରୀ ହେଉ ହେଉ ଭାରତ କୁ ନେଇ ଏକ ବିବୃତି ଦେଇଛନ୍ତି । ତେବେ ସେ ବର୍ତ୍ତମାନ ନରେନ୍ଦ୍ର ମୋଦୀ ଙ୍କୁ ଏକ ବାର୍ତ୍ତା ଦେଉଛନ୍ତି ଏବଂ କହିଛନ୍ତି ଯେ, କାଶ୍ମୀର ସମସ୍ୟାର ସମାଧାନ କାଶ୍ମୀର ବାସୀଙ୍କ ଇଚ୍ଛା ଅନୁଯାୟୀ ହେବା ଉଚିତ୍ ।
ସେ ଏହା କହିଛନ୍ତି କି ,ଆମେ ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ । କୂଟନୈତିକ ସ୍ତରରେ ଆମେ କାଶ୍ମୀରବାସୀଙ୍କ ପାଖରେ ଆମର ସମର୍ଥନ ବଢାଇବା ଜାରି ରଖିବୁ ।ପାକ୍ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତା ରେ ଏହା ଉଲ୍ଲେଖ ରହିଛି ଯେ ,କାଶ୍ମୀର ସମସ୍ୟାର ସମାଧାନ କାଶ୍ମୀର ବାସୀଙ୍କ ଇଚ୍ଛା ଅନୁଯାୟୀ ହେବା ଉଚିତ୍ । ତେବେ ଏକତ୍ର, ସେମାନଙ୍କର ଯନ୍ତ୍ରଣା ହ୍ରାସ ହେବା ଉଚିତ୍, ସେଠାରେ ଦାରିଦ୍ର୍ୟ ଦୂର ହେବା ଉଚିତ୍ । ଦାରିଦ୍ରତା ଓ ବେକାରୀ ସମସ୍ୟା କୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ବିବୃତ୍ତି ରଖିଛନ୍ତି ଶାହବାଜ ସରିଫ ।
ସେମାନଙ୍କ ଆଖିରେ, ଉଭୟ ପାର୍ଶ୍ୱରେ ଦାରିଦ୍ରତା ଅଛି, ବେକାରୀ ଅଛି, ଲୋକଙ୍କ ପାଖରେ ଔଷଧ ନାହିଁ । ତେବେ ଏମିତି ପରିସ୍ଥିତି ରେ କାହିଁକି ଆମେ ନିଜର ଭବିଷ୍ୟତ କୁ ନଷ୍ଟ କରିବାକୁ ଚାହୁଁଛୁ ଏବଂ ଏପରି କ୍ଷତି କରିବାକୁ ଚାହୁଁଛୁ ।ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ସେ ନିଷ୍ପତ୍ତି ନେଇଛନ୍ତି କି ,ବର୍ତ୍ତମାନ ପାକିସ୍ତାନରେ ସର୍ବନିମ୍ନ ଆୟ 25 ହଜାର ହେବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।