ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଭିଡିଓ ସାମ୍ନା କୁ ଆସିଛି , ଆପଣ ଦେଖିଲେ ବି ଚକିତ ହୋଇଯିବେ ।ଉତ୍ତରପ୍ରଦେଶର ଫିରୋଜାବାଦ ଅଞ୍ଚଳ ରେ ଘଟିଥିବା ଏକ ଘଟଣା ର ଭିଡିଓ ସାମ୍ନା କୁ ଆସିଛି । ଜଣେ ଭାଇ ନିଜର ଭଉଣୀଙ୍କ ସହିତ ବିବାହ କରିବା ପାଇଁ ବେଦିରେ ବସି ଯାଇଥିଲା ,ଆଉ ଆଗକୁ କଣ ହେଲା ଆସନ୍ତୁ ଜାଣିବା ।
ବନ୍ଧୁଗଣ ଏହି ଘଟଣା ଟି ପଛରେ କିଛି ଭିନ୍ନ କାରଣ ଲୁଚି ରହିଛି । ମିଳିଥିବା ସୂଚନା ରୁ ଏହା ଜଣା ପଡ଼ିଛି ଯେ ,ସରକାରଙ୍କ ତରଫରୁ ସେହି ସ୍ଥାନ ରେ ଏକ ସାମୁହିକ ବିବାହ ଯୋଜନା ଆରମ୍ଭ କରା ଯାଇଥିଲା । ତେବେ ସେହି ସ୍ଥାନ ରେ ଯେଉଁ ମାନେ ବିବାହ କରନ୍ତି ,ସେହି ଦମ୍ପତ୍ତି କୁ ସରକାର ଙ୍କ ତରଫ ରୁ ସହାୟତା ଆକାରରେ କିଛି ଅର୍ଥ ପ୍ରଦାନ କରା ଯାଇଥାଏ।
ତେବେ ସହାୟତା ଆକାରରେ ସରକାର ଙ୍କ ତରଫ ରୁ ପ୍ରାୟ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ସେହି ଅଞ୍ଚଳ ର ଲୋକ ମାନଙ୍କ ମନ ରେ ବିବାହ କରିବା ପାଇଁ ଇଚ୍ଛା ସୃଷ୍ଟି କରିବାକୁ ସରକାର ଏପରି ଏକ ନିୟମ କରିଛନ୍ତି । ଭାଇ ଓ ଭଉଣୀ ଦୁଇ ଜଣ ଟଙ୍କା ପାଇବା ଆଶା ରେ ବିବାହ କରିବା ପାଇଁ ବେଦୀ ରେ ବସି ଯାଇଥିଲେ ।
ତେବେ ଏହା ଜଣା ପଡ଼ିଛି ଯେ ,ସେମାନେ କେବଳ ଅର୍ଥ ପାଇବା ଲୋଭ ରେ ସେମାନେ ଏପରି କରିଛନ୍ତି । ତେବେ ସେମାନେ ବେଦୀ ରେ ବସିବା ବେଳେ ଗାଁ ଲୋକ ମାନେ ଜାଣିପାରି ସେହି ବିବାହ କୁ ରୋକି ଦେଇଥିଲେ । ଯାଞ୍ଚ ରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସେ ଦୁହେଁ ଭାଇ ଭଉଣୀ ଏବଂ ଏହାପରେ ସେହି ଯୁବକ ଙ୍କୁ ଗି-ର-ଫ କରାଯାଇଥିଲା ।
ସେ ଦୁଇ ଜଣ ଟଙ୍କା ପାଇବା ଲୋଭ ରେ ଏପରି କରିଥିଲେ ।୫୫ ହଜାର ଟଙ୍କା ପାଇବା ଆଶାରେ ମିଥ୍ୟା ବିବାହ କରିଥିଲେ ବୋଲି ଜଣା ପଡ଼ୁଛି। ବର୍ତ୍ତମାନ ସେମାନଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ଏବଂ ଆଉ କେହି ଏପରି ନ କରନ୍ତୁ ଏଥିପ୍ରତି ଧ୍ୟାନ ଦିଆଯାଉଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।