ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା । ମିଳିବାକୁ ଯାଉଛି କାଳିଆ ଯୋଜନାର ନୂତନ କିସ୍ତି । କେଉଁମାନେ ଓ କେବେ ପାଇ ପାଇବେ ଏହାର ଲାଭ ଆସନ୍ତୁ ଜାଣିବା । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା । ମିଳିବାକୁ ଯାଉଛି କାଳିଆ ଯୋଜନାର ନୂତନ କିସ୍ତି । କେଉଁମାନେ ଓ କେବେ ପାଇ ପାଇବେ ଏହାର ଲାଭ ଆସନ୍ତୁ ଜାଣିବା । 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ରାଜ୍ୟର ସମସ୍ତ କାଳିଆ ଯୋଜନାର ଚାଷୀ ଭାଇଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସିଯାଇଛି ବଡ଼ ଅପଡେଟ । ମିଳିବାକୁ ଯାଉଛି କାଳିଆ ଯୋଜନାର ସପ୍ତମ କିସ୍ତି ଟଙ୍କା । ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଆସିଯାଇଛି ଏହି ବଡ଼ ଖୁସି ଖବର । ନିର୍ବାଚନ ଜିତିବା ପରେ ଏବଂ ଆଗକୁ ମଧ୍ୟ ରବି ଋତୁ ଆସୁଥିବାରୁ ରାଜ୍ୟ ସରକାର କାଳିଆ ଯୋଜନାର ଚାଷୀ ଭାଇଙ୍କ ପାଇଁ ଏହି ବଡ଼ ଖୁସି ଖବର ଜାରି କରିଛନ୍ତି । ଯାହାକି ହେଉଛି କାଳିଆ ଯୋଜନାର ସପ୍ତମ କିସ୍ତି ଚାଷୀଙ୍କୁ ଏହି ମାସରେ ପ୍ରଦାନ କରାଯିବ । 

ଏଥିପାଇଁ ସରକାର ପ୍ରସ୍ତୁତ ହେଲେଣି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଣି କାଳିଆ ଟଙ୍କା ମିଳିବ । କିନ୍ତୁ ଏଥର ଅର୍ଥରାଶି ସାମାନ୍ୟ ଭିନ୍ନ ଢ଼ଙ୍ଗରେ ଦିଆଯିବ । ସପ୍ତମ କିସ୍ତିର ଅର୍ଥ ପ୍ରଦାନ ବେଳେ ପିଏମ୍ କିଶାନ୍ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପିଏମ୍ କିଶାନ୍ ସମ୍ମାନ ନିଧି ଯୋଜନାରେ ୬୦୦୦ ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଯୋଜନାରେ ୪୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଅର୍ଥାତ୍ ସରକାର ଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ ନେଇ ଦେଇଥିବା ପ୍ରତିଶୃତି ପିଏମ୍ କିଶାନ୍ ସହାୟତା ଅର୍ଥ ସହ ଟପ୍-ଅପ୍ ଭଳି ପ୍ରଦାନ କରାଯିବ । ଯେଉଁମାନେ କାଳିଆ ଯୋଜନା ୱେବସାଇଟକୁ ଯାଇ ରାସନ୍ କାର୍ଡ ଲିଙ୍କ୍ ଏବଂ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ଆଉ ଆଗକୁ କାଳିଆ ଯୋଜନାର କୌଣସି କିସ୍ତି ମିଳିବନାହିଁ । 

ତେବେ ଯଥାଶୀଘ୍ର ଆପଣ କାଳିଆ ଯୋଜନା ୱେବସାଇଟକୁ ଯାଇ ରାସନ୍ କାର୍ଡ ଲିଙ୍କ୍ କରିବା ସହ ଇ-କେୱାଇସି କରାଇନିଅନ୍ତୁ । ଯାହାଦ୍ଵାରା ଆପଣ କାଳିଆ ଯୋଜନାର ସମସ୍ତ ସୁବିଧା ପାଇପାରିବେ । ଏହାଛଡା ଆଉ ଯେଉଁ ଚାଷୀ ଭାଇ ମାନଙ୍କ ନାମ କାଳିଆ ଯୋଜନାର ଲିଷ୍ଟରେ ନାହିଁ ସେମାନଙ୍କ ପାଇଁ ମଧ୍ୟ ପଞ୍ଚାୟତ ସ୍ତରରେ ଏକ ରିଆପ୍ଲାଇ ଫର୍ମ ଉପଲବ୍ଧ ହେବ । ଯାହାଦ୍ବାରା ସେହି ଆପ୍ଲିକେସନ ଫର୍ମ  ଫିଲଅପ କରି ନିଜର ନାମ ଲିଷ୍ଟରେ ଉଠାଇ ପାରିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *