ଶିକ୍ଷମନ୍ତ୍ରୀ ଦେଲା ଛାତ୍ର ଛାତ୍ରୀ ଙ୍କ ବଡ଼ ଖବର | ନିଶ୍ଚୟ ଜାଣିରଖନ୍ତୁ ଛାତ୍ର, ଛାତ୍ରୀ ଓ ଅଭିଭାବକ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ବଡ଼ ଖବର । ଏଣିକି ଏପ୍ରିଲ ବଦଳରେ ମେ’ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଯାହା ଶୁଣିବାକୁ ମିଳୁଛି ଏଣିକି ଏପ୍ରିଲ ନୁହେଁ ମେ ମାସରୁ ଛାତ୍ରଛାତ୍ରୀଙ୍କ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଏଥିସହ ପିଲାମାନଙ୍କର ଗ୍ରୀଷ୍ମଛୁଟି ମଧ୍ୟ ହ୍ରାସ କରାଯିବ । ପୂର୍ବରୁ ପ୍ରତ୍ୟେକ ବର୍ଷ ମେ’ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ଗ୍ରୀଷ୍ମ ଛୁଟି ହେଉଥିଲା । ମାତ୍ର ଗତ ଦୁଇବର୍ଷ ହେଲା କୋଭିଡ୍-୧୯ କାରଣରୁ ପିଲାମାନଙ୍କର ପାଠପଢ଼ା ବହୁଳ ମାତ୍ରାରେ ବ୍ୟାହତ ହୋଇଥିଲା । ସ୍କୁଲ ନ ଖୋଲିବାରୁ ପିଲାମାନଙ୍କର ଭବିଷ୍ୟତ ଏକପ୍ରକାର ଅନ୍ଧକାର ମଧ୍ୟକୁ ଚାଲିଯାଇଥିଲା । 

 

ନୂତନ ଶିକ୍ଷାବର୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଠିକଭାବେ ଶିକ୍ଷା ଗ୍ରହଣ କରିପାରିବେ, ସେଥିପାଇଁ ଧ୍ୟାନ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ନୂତନ ଶିକ୍ଷାବର୍ଷରେ ଦଶମ ଓ ଯୁକ୍ତଦୁଇ ପରୀକ୍ଷା, ନାମଲେଖା, ଗ୍ରୀଷ୍ମଛୁଟି ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।

 

ତେବେ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ରହିଛି ବଦଳିବ ଶିକ୍ଷାବର୍ଷ । କାରଣ ଗତ ଦୁଇବର୍ଷ ଧରି ପିଲାଙ୍କର ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଶିକ୍ଷ୍ୟା ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି । ଦେଢ଼ ମାସ ବଦଳରେ ଏବେ ଗ୍ରୀଷ୍ମ ଛୁଟିକୁ ୧୬ ଦିନକୁ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଜୁନ ପହିଲାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି କରାଯିବା ସହ ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଗ୍ରୀଷ୍ମଛୁଟି ହ୍ରାସ ସହ ସ୍କୁଲ ଟାଇମିଂକୁ ନେଇ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି । 

 

ଏଥିସହ ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୌପଚାରିକ ଭାବେ କୁହାଯାଇଛି । ଏହାକୁ ଅଧିକ ବ୍ୟାପକ କରିବା ସହ ମେ’ ମାସରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷରେ ଜଣେ ଛାତ୍ରଛାତ୍ରୀ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *