ଦେଶ ରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଅନେକ ସ୍ଵତନ୍ତ୍ର ଯୋଜନା ପରିଚାଳିତ ହେଉଛି । ଯାହା ଅଧିନ ରେ ଲୋକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମୋଦୀ ସରକାର ଦେଶ ର ଗରିବ ,ମହିଳା ଏବଂ କୃଷକ ଆଦି ସମସ୍ତ ବର୍ଗ ଙ୍କ ପାଇଁ ଅଲଗା ଅଲଗା ଯୋଜନା ମାନ କାର୍ଯ୍ୟକାରୀ କରାଉଛନ୍ତି । ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି ।
ଆଜି ଆମେ ଆପଣଙ୍କୁ କେନ୍ଦ୍ର ସରକାର ଙ୍କ ଏମିତି ଏକ ଯୋଜନା ବିଷୟରେ କହିବୁ ଯାହା ଅଧିନ ରେ ମହିଳା ମାନଙ୍କ ଖାତା କୁ 5 ହଜାର ଟଙ୍କା ପଠା ଯାଉଛି । ମୋଦୀ ସରକାର ଙ୍କ ପକ୍ଷ ରୁ ଦେଶ ର ଅନେକ ଛାତ୍ରଛାତ୍ରୀ ,କନ୍ୟା ଏବଂ ବୟସ୍କା ବ୍ୟକ୍ତି ଙ୍କ ପାଇଁ ଅନେକ ପ୍ରକାରର ଯୋଜନା ରହିଛି। ତେବେ କିଛି ଯୋଜନା ଅନ୍ତର୍ଗତ ବିପିଏଲ ପରିବାର ଙ୍କୁ ସାହାଯ୍ୟ ଦିଆ ଯାଉଛି ।
କେନ୍ଦ୍ର ସରକାର ଙ୍କ ତରଫ ରୁ ଏକ ଏପରି ଯୋଜନା କାର୍ଯ୍ୟକାରୀ ହେଉଛି ଯେଉଁ ଯୋଜନା ରେ ଶିଶୁ ଜନ୍ମ ହେବା ପରେ ମାଆ କୁ ଟଙ୍କା ଦିଆଯାଏ । କେନ୍ଦ୍ର ସରକାର ଙ୍କ ଦ୍ଵାରା ଚଲା ଯାଉଥିବା ଏହି ଯୋଜନା ର ନାମ ପ୍ରଧାନ ମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା । ଏହି ଯୋଜନା ରେ 5 ହଜାର ଟଙ୍କା ର ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି ।
ତେବେ ଏହି ଯୋଜନା 1 ଜାନୁୟାରୀ 2007 ମସିହା ରେ ଆରମ୍ଭ କରା ଯାଇଥିଲା । ଏହି ଯୋଜନା ଟି ମାଆ ମାନଙ୍କ ଉଦ୍ଦେଶ୍ୟ ରେ ପ୍ରସ୍ତୁତ ହୋଇଛି । ଏହି ସ୍କିମ୍ ଏବେ ଦ୍ଵିତୀୟ ସନ୍ତାନ ପାଇଁ ଲାଗୁ ହେବାକୁ ଯାଉଛି । ତେବେ ମୋଟ ଉପରେ କନ୍ୟା ସନ୍ତାନ ଙ୍କ ପାଇଁ ଏହି ସ୍କିମ୍ ବାହାରିଛି । ଏଥିପାଇଁ ମାଆ ବାପା ଙ୍କ ଆଧାର କାର୍ଡ ,ପରିଚୟ ପତ୍ର ,ଶିଶୁ ର ଜନ୍ମ ପ୍ରମାଣ ପତ୍ର ,ବ୍ୟାଙ୍କ୍ ଖାତା ଆଦି ଦରକାର ହେବ । ଏହି ଯୋଜନା ର ଉଦ୍ଦେଶ୍ୟ ହେଉଛି ଉଭୟ ମାଆ ଏବଂ ଶିଶୁ ର ଯତ୍ନ ନେବା ।
ଯେଉଁଥିପାଇଁ ସରକାର ସେମାନଙ୍କୁ 5 ହଜାର ଟଙ୍କା ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ତେବେ ଏହି ଟଙ୍କା କୁ ସରକାର ତିନୋଟି ପର୍ଯ୍ୟାୟ ରେ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟ ରେ 1 ହଜାର ଟଙ୍କା ,ଦ୍ଵିତୀୟ ପର୍ଯ୍ୟାୟ ରେ 2 ହଜାର ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟ ରେ ମଧ୍ୟ 2 ହଜାର ଟଙ୍କା ଗର୍ଭବତୀ ମହିଳା ଙ୍କୁ ଦିଆଯାଇଥାଏ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।