ଶିକ୍ଷା ବିଭାଗ ଦେଲା ବଡ଼ ସୂଚନା | ବନ୍ଧ ହେବ ସ୍କୁଲ ଫୁଣି ଏତେ ଦିନ ପାଇଁ…

 

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗଣଶିକ୍ଷା ବିଭାଗ ତରଫ ରୁ ଆସିଛି ଏକ ବଡ ଖବର ।ଏଥର ଦେଢ଼ ମାସ ପରିବର୍ତ୍ତେ 10 ଦିନ ହୋଇପାରେ ଗ୍ରୀଷ୍ମ ଛୁଟି । କାରଣ ନୂଆ କ୍ଲାସ ର ପାଠ ପଢା ଆରମ୍ଭ ହେବା ପୂର୍ବରୁ ପିଲାଙ୍କୁ ପଢ଼ାଯିବ ପୁରୁଣା ପାଠ । ଗତ ଦୁଇ ବର୍ଷ ହେବ କରୋନା ଲାଗି ପିଲା ମାନେ ସ୍କୁଲ୍ ନ ଯାଇ ପାସ୍ ହୋଇଛନ୍ତି । ଏଥିପାଇଁ ସେମାନଙ୍କ ବୌଦ୍ଧିକ ବିକାଶ ବାଧା ପ୍ରାପ୍ତ ହୋଇଛି ।

 

ପିଲା ଯେମିତି ପାଠ ପଢା ରେ ପଛେଇ ନ ଯାଆନ୍ତି ସେଥିପାଇଁ ଏଭଳି ପ୍ରଦଖେପ ନେବାକୁ ଯାଉଛି ଗଣଶିକ୍ଷା ବିଭାଗ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ,ମେ 6 ରୁ ମେ 16 ଯାଏ ଖରା ଛୁଟି ହୋଇପାରେ । ତା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ସ୍ଥିର କରିଛି ।  ପୂର୍ବରୁ ଖରା ଛୁଟି ପ୍ରାୟ ଦେଢ଼ ମାସ ହେଉଥିଲା ।

 

ତେବେ ମହାମାରି ଦ୍ଵାରା ପ୍ରଭାବିତ ପିଲା ଙ୍କ ପାଠ ପଢା ରେ ସୁଧାର ଆଣିବାକୁ ଏହି ଖରା ଛୁଟି କୁ କମାଇବାକୁ ସରକାର ଚେଷ୍ଟା କରୁଛନ୍ତି । ତେବେ ଏହାକୁ ଛାତ୍ରଛାତ୍ରୀ ମାନେ ସ୍ଵାଗତ କରିଛନ୍ତି । ତେବେ ବିଦ୍ୟାଳୟ ଶିକ୍ଷକ ମାନେ କହିଛନ୍ତି ଯେ କେବଳ କ୍ଲାସ ଖୋଲିଲେ ହେବନି ପିଲା ମାନଙ୍କୁ ସଠିକ୍ ଶିକ୍ଷାଦାନ ମଧ୍ୟ ମିଳିବା ଉଚିତ୍ ।

 

ଅନ୍ୟ ପଟେ ଖରା ଛୁଟି କୁ କମାଇବାକୁ ନେଇ ଆପତ୍ତି ଉଠାଇଛନ୍ତି ଅଭି ଭାବକ ସଂଘ । ତେବେ ଏହା ଯୁକ୍ତି କରିଛନ୍ତି ଯେ , ଖରା ଦିନକୁ ଦିନ ବଢୁଥିବା ବେଳେ ପିଲା ମାନେ କିପରି ସ୍କୁଲ ଯିବେ । ଅନ୍ୟପଟେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲା ଙ୍କ ପରୀକ୍ଷା ହେବ କି ନାହିଁ ସ୍ପଷ୍ଟ ହୋଇ ନାହିଁ । ତେବେ ପିଲା ଙ୍କୁ କେବଳ ଖରା ଦିନେ ଦୁଇ ବର୍ଷ ର ପୁରୁଣା ପାଠ ପଢା ଯିବନି ବରଂ ବର୍ଷ ତମାମ ଏହି କାର୍ଯ୍ୟକ୍ରମ ଚାଲିବ । ତେବେ ଏ ନେଇ ଏକ ସଂସ୍ଥା କୁ ବିଭାଗ ପକ୍ଷ ରୁ ନିୟୋଜିତ କରା ଯାଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *