ମଣିଷ ଜୀବନରେ ସମସ୍ତଙ୍କ ସଫଳତା ପାଇବାରେ ଇଛା ଥାଏ । କିନ୍ତୁ ସମସ୍ତେ ଜୀବନରେ ସଫଳତା ହାସଲ କରିପାରନ୍ତି ନାହିଁ । କେତେକ ଜୀବନରେ ସଫଳତା ପାଉ ପାଉ ଅଟକି ଯାଆନ୍ତି । ଏବଂ ଏହା ଦ୍ୱାର ସେମାନେ ନିଜ ଭାଗ୍ୟକୁ ଦୋଷ ଦେବା ଆରମ୍ଭ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁ କାର୍ଯ୍ୟରେ ଅମର ସଫଳତା ମିଳିବାର ଥାଏ ତାହା ପ୍ରତି ଭଗବାନ ବହୁତ୍ ଆଗରୁ ସଂକେତ ଦେଇ ଦେଇ ଥାଆନ୍ତି । କିନ୍ତୁ ଆମେ ସେ ସଂକେତ ବୁଝିବା ପାଇଁ ଭୁଲ କରୁ ତେଣୁକରି ଜୀବନରେ ନାନା ଅସୁବିଧା ମଧ୍ୟ ଭୋଗିଥାଉ ।
ଜୀବନରେ ଯଦି ଆପଣ ସତରେ ଧାର୍ମିକ ଏବଂ ସବୁବେଳେ ସମସ୍ତଙ୍କ ଭଲ ଚିନ୍ତା କରନ୍ତି ତେବେ ଭଗବାନ ଙ୍କ କୃପାରୁ ଆପଣଙ୍କୁ ଏହି ସବୁ ସଂକେତ ମିଳିଥାଏ । ସର୍ବ ପ୍ରଥମେ ଆପଣଙ୍କୁ ଲକ୍ଷ ରଖିବାକୁ ହେବ ଯେ ଘରେ ଅନେକ ସମୟରେ ଗାଈ ଆସି ଖାଇବାକୁ ମାଗିଥାଏ କିମ୍ବା ମାଙ୍କଡ ଘରେ ପଶି ଆପଣଙ୍କର କିଛି ଜିନିଷ ନେଇଯିବାକୁ ଲାଗେ । ଏବଂ ବିଲେଇ ଯଦି ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଏହା ଖୁବ୍ ଭଲ ଏବଂ ଶୁଭ ସଂକେତ ଅଟେ ।
ଅନେକ ସମୟରେ ଆପଣଙ୍କ ଘରେ ଯଦି ଚଢ଼େଇ ବସା ବାନ୍ଧିଥାଏ ତେବେ ଏହା ଆପଣଙ୍କ ପ୍ରତି ଉତ୍ତମ ସଂକେତ ହୋଇଥାଏ । ଏପରି ହେବାଦ୍ବାରା ଆପଣଙ୍କୁ ଜୀବନରେ ଏକ ଯୋଗ୍ୟ ପଦବୀ ମିଳିବାକୁ ଯାଉଛି ବୋଲି ଆପଣ ଚିନ୍ତା କରି ପାରିବେ । ଏହା ଦ୍ବାରା ଅନେକ ସମୟରେ ଆପଣ ଲକ୍ଷ ରଖିଥିବେ ଆପଣଙ୍କ ଘର ପରିବେଶ ବାହାରେ ବା ଘର ଭିତରେ କୁନି ଝିଅ ନିହାତି ଭାବେ ଥିବେ । କୁନି ପିଲାମାନଙ୍କ ମଧ୍ୟରେ ଈଶ୍ୱର ବାସ କରନ୍ତି ।
ଛୋଟ ଝିଅ ମଧ୍ୟରେ ମା ମହାଲକ୍ଷ୍ମୀ ଙ୍କୁ ଦେଖିଥାନ୍ତି ସମସ୍ତେ । ଯଦି ଆପଣଙ୍କୁ ଦେଖି କୌଣସି ଛୋଟ ଝିଅ ହସୁଥାଏ ତଥା ଆପଣଙ୍କ ପାଖକୁ ଆସିବାକୁ ଚେଷ୍ଟା କରେ ତେବେ ଆପଣ ବୁଝିଯିବେ ଆପଣଙ୍କର ଭଲ ସମୟ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ । ଘରେ ଯଦି ଆପଣଙ୍କ ଅଜ୍ଞାନ ରେ ଆପଣଙ୍କ ପ୍ରିୟ ଅତିଥି ଙ୍କ ଆଗମନ ହୁଏ ଏବଂ ତାଙ୍କ ଦ୍ଵାରା ସୁନା ରୂପା ପ୍ରାପ୍ତ ହୁଏ ତେବେ ଆପଣଙ୍କୁ ଜୀବନରେ ଅନେକ ସଫଳତା ମିଳିବାକୁ ଯାଉଥିବାର ସଂକେତ ମିଳେ ।
ଅନ୍ୟ କ୍ଷେତରେ ଯଦି ଆପଣଙ୍କ ମନ ସବୁବେଳେ ଖୁସି ରୁହେ ଏବଂ ଆପଣଙ୍କ ମନରେ କୌଣସି ଭାବେ କ୍ରୋଧ ର ବାତାବରଣ ଦେଖାଯାଏ ନାହିଁ ତେବେ ଆପଣଙ୍କ ଜୀବନରେ କୌଣସି ସଫଳତା ମିଳିବାକୁ ଯାଉଥିବାର ଏହା ସଂକେତ ମିଳେ । ସାଧାରଣ ଭାବେ ଏହା ସେତେବେଳେ ହୁଏ ଯେତେବେଳେ ଆମ ହୃଦୟରେ ଈଶ୍ୱର ବାସ କରନ୍ତି । ଏହା ମଧ୍ୟ ଏକ ଶୁଭ ସଙ୍କେତ ଅଟେ ।