ମା ଲକ୍ଷ୍ମୀ ଙ୍କର ପ୍ରିୟ ରାଶି ହେଉଛି ଏହି ୨ ରାଶି ଦୁନିଆର କୋଟିପତି ରାଶି  | କେଉଁ 2 ଟି ରାଶି ଜାଣନ୍ତୁ…

 

ମା ମହାଲକ୍ଷ୍ମୀ ସାରା ଦୁନିଆରେ ଧନର ମା ଭାବେ ପରିଚିତ ଥାନ୍ତି । ଏମିତି ସଂସାର ରେ କେହି ନଥାନ୍ତି ଯିଏ କି ମା ମହାଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହାନ୍ତି ନାହିଁ । ମା ମହାଲକ୍ଷ୍ମୀ ଙ୍କ କୃପା ଦ୍ଵାରା ଭିକାରୀ ମଧ୍ୟ ରାଜା ହୋଇଯାଏ । ସେଥିପାଇଁ ତ ଯେତେ ରୁ ଯେତେ ଧନୀ ବ୍ୟକ୍ତି ଥାଆନ୍ତୁ ନା କାହିଁକି ସବୁବେଳେ ମା ଲକ୍ଷ୍ମୀଙ୍କ ଠାରୁ ଧନ ଭିକ୍ଷା କରିଥାନ୍ତି । 

 

କଥାରେ ଅଛି ମହାଲକ୍ଷ୍ମୀ ଥରେ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ସାରା ଜୀବନ ତା ଜୀବନରେ ସୁଖର ସଂଚାର ହୋଇଥାଏ । ସବୁଆଡୁ ଧନ ପ୍ରାପ୍ତି ହେବା ସହ ଦୁନିଆରେ ଧନ , ମାନ ,ସମ୍ମାନ , ପ୍ରସିଦ୍ଧି ଲାଭ କରିଥାଏ । ଏ ସବୁ କିଛି କେବଳ ମା ଲକ୍ଷ୍ମୀ ଙ୍କ କୃପା ଦ୍ଵାରା ସମ୍ଭବ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ୧୨ ଟି ରାଶି ଙ୍କ ମଧ୍ୟରୁ ୨ ଟି ଭାଗ୍ୟଶାଳୀ ରାଶି ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି । 

 

ଏହି ଦୁଇଟି ରାଶି ଜୀବନରେ ଯାହା ଚାହାନ୍ତି ତାହା ପାଇ ପାରନ୍ତି।  ବିଶେଷ ଭାବେ ମା ଲକ୍ଷ୍ମୀଙ୍କ ଅନୁଗ୍ରହ ଦ୍ଵାରା ଏମାନଙ୍କ ଜୀବନରେ ଧନ ର କୌଣସି ଅଭାବ ହୁଏନାହିଁ । ସବୁବେଳେ ଏହି ଦୁଇଟି ରାଶିଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ମା ମହାଲକ୍ଷ୍ମୀ । ସମସ୍ତେ ସବୁବେଳେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାପାଇଁ କେତେ ପୂଜା ପାଠ କରିଥାନ୍ତି କିନ୍ତୁ ଏହି ୨ ଟି ଭାଗ୍ୟବାନ ରାଶିଙ୍କୁ କିଛି ଦରକାର ପଡ଼ିନଥାଏ। 

 

ତୁଳା ରାଶି : ତୁଳା ରାଶି ମା ମହାଲକ୍ଷ୍ମୀ ଙ୍କର ପ୍ରିୟ ରାଶି ହୋଇଥାଏ । ତୁଳା ରାଶି ସବୁବେଳେ ନ୍ୟାୟ ର ମାର୍ଗ ଦେଖିଥାନ୍ତି । ଯେତେବେଳେ ଯାହାର ଭୁଲ ଦେଖନ୍ତି ସଫା ସଫା କହି ଦିଅନ୍ତି ତେଣୁକରି ମା ମହାଲକ୍ଷ୍ମୀଙ୍କ ର ଏହି ରାଶି ପ୍ରତି ବିଶେଷ ଅନୁଗ୍ରହ ହୋଇଥାଏ। ତୁଳା ରାଶିର ବ୍ୟକ୍ତି ମାନେ ସବୁବେଳେ କର୍ମଚଞ୍ଚଳ ହୋଇଥାନ୍ତି ତେଣୁକରି ମା ଲକ୍ଷ୍ମୀ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପ୍ରତି ଖୁସି ହୋଇଥାନ୍ତି । 

 

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ମାନେ ଜୀବନରେ ସବୁବେଳେ ନିଜ ଶକ୍ତି ବଳରେ ଉଠିବାକୁ ଚେଷ୍ଟା କରିଥାନ୍ତି ତେଣୁକରି ମା ମହାଲକ୍ଷ୍ମୀ ତାଙ୍କ ଉପରେ ସବୁବେଳେ ଖୁସି ଥାଆନ୍ତି । ଯାହା ଫଳରେ ତାଙ୍କର ଆଗକୁ ଆସୁଥିବା ପ୍ରତ୍ୟେକ ଟି ମାର୍ଗ କୁ ସଫଳ କରିଦେବା ପାଇଁ ଆଶ୍ରୀବାଦ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *