ଘର ହେଉଛି ଏକ ମନ୍ଦିର ପରି । କୁହାଯାଏ ଯେ ପ୍ରଥମେ ଘର ମନ୍ଦିର ରେ ଥିବା ଭଗବାନଙ୍କୁ ପୂଜା କର ଏହା ପରେ ମନ୍ଦିର ରେ ଥିବା ଭଗବାନ ଙ୍କୁ ପୂଜା କରି ଆସ । ଘରେ ଥିବା ଭଗବାନ ହେଉଛନ୍ତି ପିତା,ମାତା ଏବଂ ଗୁରୁଜନ । ଘରେ ପିତା ମାତାଙ୍କ ଭକ୍ତି କରିବା ଦ୍ୱାରା ଜୀବନରେ ସବୁ ସୁଖ ପ୍ରାପ୍ତି କରି ହୁଏ । ଜୀବନରେ ଉପରକୁ ଉଠିବାକୁ ହେଲେ ବାପା ମା ସଫଳତାର ସିଡି ସଦୃଶ ଅଟନ୍ତି । ସବୁବେଳେ ଆପଣଙ୍କ ଆବଶ୍ୟକତା କୁ ପୁରଣ କରିବାକୁ ଯାଇ ନିଜେ ନିଜ ସମସ୍ତ ଇଛା କୁ ତ୍ୟାଗ କରିଥାନ୍ତି ।
ତେଣୁକରି ଘରେ ଯଦି ଆପଣ ବାପା ମା ଏବଂ ଗୁରୁଜନ ଙ୍କ ପ୍ରତି ସବୁବେଳେ ଭକ୍ତି ଭାବ ରଖନ୍ତି ଏବଂ ତାଙ୍କୁ ସମ୍ମାନ କରନ୍ତି ସେଠାରେ ସବୁବେଳେ ମା ଲକ୍ଷ୍ମୀ ବାସ କରନ୍ତି । ଅନ୍ୟ କ୍ଷେତରେ ଯଦି ଏହାର ବିପରୀତ ହୁଏ କିମ୍ବା ବାପା ମା ଙ୍କୁ ଆମେ ଅସମ୍ମାନ କରୁଥିବା ଏହାର ପରିଣାମ ରେ ଆମକୁ ଉନ୍ନତି ବଦଳରେ ଅବନତି ମିଳିଥାଏ । କାରଣ ଯେଉଁ ଘରେ ବାପା ମା ହସୁଥାନ୍ତି ସେହିଘରେ ସ୍ଵୟଂ ଭଗବାନ ବାସ କରନ୍ତି । ତେଣୁକରି ଏହାକୁ ଜୀବନରେ ପ୍ରଥମେ ଧ୍ୟାନ ରଖିବାକୁ ହୁଏ ।
ଦ୍ଵିତୀୟରେ ଜୀବନରେ ଆମକୁ ସବୁବେଳେ ବାସ୍ତୁ ଶାସ୍ତ୍ର କୁ ଆଧାର କରି ମଧ୍ୟ ଚାଲିବାକୁ ହୁଏ । ଯାହାକୁ ଜୀବନରେ ମାନିବା ନିହାତି ଆବଶ୍ୟକ । ଘରେ ବାସ୍ତୁ ଶାସ୍ତ୍ର ର ଧ୍ୟାନ ନିହାତି ରଖିବା ଉଚିତ ଯାହା ଦ୍ଵାରା ଧନ ଶାନ୍ତି ସମ୍ମାନ ଜୀବନରେ ପ୍ରାପ୍ତି ହେବ । ସବୁବେଳେ ଜୀବନରେ ଦକ୍ଷିଣ ପୂର୍ବ ଦିଗରେ ରୋଷେଇ କରିବେ ଏହା ଦ୍ବାରା ଜୀବନରେ ଧନ ପ୍ରାପ୍ତି ଯୋଗ ପ୍ରାପ୍ତି ହୁଏ । ଏହା ଛଡା ଶୋଇବା ସମୟରେ ମଧ୍ୟ ମୁଣ୍ଡ ସବୁବେଳେ ପୂର୍ବ ନହେଲେ ଦକ୍ଷିଣ କୁ ହେବା ଆବଶ୍ୟକ ଅଟେ ।
ଘରେ କେତେବେଳେ ମଧ୍ୟ ରାତିରେ ଝାଡୁ କରିବା ଉଚିତ୍ ନୁହେଁ । ଆପଣ ଯଦି ଏପରି କରନ୍ତି ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ବାହାରି ଯାଆନ୍ତି । ତେଣୁକରି ଏହା ଉପରେ ବିଶେଷ ଭାବେ ଧ୍ୟାନ ଦେବେ । ଅନ୍ୟ ପକ୍ଷେ ଯଦି ଆପଣ ଖାଇବା ଖାଉଛନ୍ତି ତେବେ ଯଥା ସମ୍ଭବ ସେ ବାସନ ସବୁକୁ ଶୀଘ୍ର ସଫା କରିବାକୁ ଚେଷ୍ଟା କରନ୍ତୁ । ଏହାକୁ ଅଧିକ ସମୟ ଧରି ପକାଇ ରଖିବା ଆଦୌ ଶୁଭ ହୋଇନଥାଏ ।
ଘର ମନ୍ଦିର ର ଦିତୀୟ ସ୍ୱରୂପ ତେଣୁକରି ଘରେ ଯେତେ ମାତ୍ରାରେ ପାରୁଛନ୍ତି ଭଙ୍ଗା ଅଳିଆ ଆବର୍ଜନା ରୁ ମୁକ୍ତି ପାଇବା ପାଇଁ ଚେଷ୍ଟା ଜାରି ରଖନ୍ତୁ । ସବୁବେଳେ ଘର ସଫା ସୁତୁରା ରଖିବା ପାଇଁ ପ୍ରଥମ ଅବଦାନ ଦିଅନ୍ତୁ । ଏହା କଲେ ହିଁ ଘରେ ସବୁବେଳେ ମା ମହାଲକ୍ଷ୍ମୀ ଙ୍କ ଆଗମନ ହେଉଥିବ ସର୍ବଦା । ଏହିସବୁ ଜିନିଷ କୁ ଧ୍ୟାନ ରଖିଲେ ମା ମହାଲକ୍ଷ୍ମୀ ଙ୍କ ବିଶେଷ କୃପା ମିଳିଥାଏ ।