ଦାଦାଗିରି ରିଆଲିଟି ଶୋ ଟି ଜି ସାର୍ଥକ ଦ୍ଵାରା ପ୍ରସାରିତ ହେଉଛି । ଏହା ସମସ୍ତ ଦର୍ଶକ ଙ୍କ ଏକ ପ୍ରିୟ ରିଆଲିଟି ଶୋ ଭାବେ ପରିଚିତ ହେଉଛି । ଦାଦାଗିରି ରିଆଲିଟି ଶୋ ରେ ଓଡ଼ିଶା ର କୋଣ ଅନୁକୋଣ ରୁ ଆସୁଥିବା ପ୍ରତିଯୋଗୀ ମାନେ ଏହି ଶୋ ରେ ଭାଗ ନେଇଥାନ୍ତି । ଏବଂ ବୁଦ୍ଧି ବଳରେ ଏହି ଶୋ ରେ ଅଂଶଗ୍ରହଣ କରି ପୁରସ୍କାର ଜିତିଥାନ୍ତି । ତେବେ ଏହି ଶୋର ଆରମ୍ଭରେ ଅନୁଭବ ଙ୍କ ଅବଦାନ ପ୍ରଥମ ଥିଲା ।
କିନ୍ତୁ ଘରେ ଘରେ ପରିଚିତ ଥିବା ଏହି ରିଆଲିଟି ଶୋ ସମସ୍ତଙ୍କ ମନରେ ଏକ ସ୍ବତନ୍ତ୍ର ଜାଗା କରିବାରେ ସକ୍ଷମ ହୋଇଥିଲା । ତେଣୁକରି ଏହି ଶୋଟିକୁ ସମସ୍ତେ ପସନ୍ଦ କରୁଥିଲେ । କିନ୍ତୁ ଏହା ଏବେ ବନ୍ଦ ହୋଇ ସାରିଛି । ଏହି ଶୋ ବନ୍ଦ ହେବା ପରେ କିଛି ନୂଆ ରୂପରେ ଏହା ପୁନଃବାର ଫେରିବା ପାଇଁ ଯୋଜନା ରହିଛି । ନୂଆ ରୂପରେ ଏହାକୁ ଆଣିବାକୁ ଯାଉଛନ୍ତି ଆଲିଉଡ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ।
ପୂର୍ବରେ ଅନୁଭବ ମହାନ୍ତି ଏହି ଶୋ ରେ ଥିବା ବେଳେ ବର୍ତ୍ତମାନ ଦାଦାଗିରି ହୃଦୟରୁ ଶୋ ଟିରେ ସାମ୍ନାକୁ ଆସିବେ ସିଦ୍ଧାନ୍ତ ମହାପାତ୍ର ।କିନ୍ତୁ ଆପଣ ପୂର୍ବ ପରି ଯେମିତି ଅନୁଭବ ଶୋଟିକୁ ହୋଷ୍ଟ କରୁଥିଲେ ସେହି ଜାଗାରେ ଆଉ ତାଙ୍କୁ ଦେଖିବାକୁ ମିଳିବ ନାହିଁ । ତାଙ୍କ ଜାଗାରେ ଆସିବେ ଆପଣଙ୍କ ପ୍ରିୟ ହିରୋ ସିଦ୍ଧାନ୍ତ ମହାପାତ୍ର । ଅନୁଭବ ଙ୍କ ଜାଗାରେ ବର୍ତ୍ତମାନ ସିଦ୍ଧାନ୍ତ ଫେରିବେ ସେ ପୁଣି ନୂଆ ରୂପରେ ।
ଏହା ଛଡା ଅନୁଭବ ପ୍ରେମୀ ମାନଙ୍କ ପାଇଁ ଏହା ଏକ ଦୁଃଖ ଖବର ହୋଇଥିବା ବେଳେ ଅନୁଭବ ନିଜେ ସାମ୍ନାକୁ ଆସି ତାଙ୍କ ଫ୍ୟାନ ମାନଙ୍କୁ ଧର୍ଯ୍ୟହରା ନ ହେବା ପାଇଁ କହିଛନ୍ତି । ଏବଂ ଆଗକୁ ଆସୁଥିବା ବଡ ସର୍ପ୍ରାଇଜ କୁ ଅପେକ୍ଷା କରିବା ପାଇଁ କହିଛନ୍ତି । କିନ୍ତୁ ଅନ୍ୟ ପକ୍ଷେ ଅନୁଭବ ଙ୍କୁ ବଦଳାଇ ସିଦ୍ଧାନ୍ତ ମହାପାତ୍ର ଙ୍କୁ ତାଙ୍କ ଚରିତ୍ରରେ ନେବା ଏହି ସମ୍ପର୍କରେ ଫ୍ୟାନ ମାନଙ୍କ ମଧ୍ୟରେ କଥା ବାର୍ତ୍ତା ଚାଲିଛି ।
ଅନୁଭବ ଙ୍କ ଜାଗାରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ କାହିଁକି ନିଆଗଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହା କେବେ ନୂଆ ରୂପରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଜି ସାର୍ଥକ କୁ ପୁଣିଥରେ ଫେରି ଆସୂଛି ତାହା ନେଇ ଅପେକ୍ଷା କରିଛନ୍ତି ଦର୍ଶକ ।