ପୁଣି ଆରମ୍ଭ ହେବ ତାଲାବନ୍ଦ କୋରନା ରେ ୧୦୮୮ ଆକ୍ରାନ୍ତ ହେବା ସହ ୨୬ ଜଣ ମୃତ | ଫୁଣି ଲକଡାଉନ…

 

କୋରନା ମହାମାରୀ ବିଶ୍ବରେ ୨୦୧୯ ମସିହାରେ ଆରମ୍ଭ ହୋଇଥିବାରୁ ଏହାର ନାମ ଦିଆଯାଇଛି କୋଭିଡ ୧୯ । ଏହା ସର୍ବ ପ୍ରଥମେ ଚାଇନା ର ଉହାନ ସହର ରେ ଦେଖା ଯାଇଥିଲା ଏବଂ କ୍ଷଣ ରେ କ୍ଷଣରେ ଏହି ମହାମାରୀ ପାଇଁ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ଏହି ମହାମାରୀ ଆଗରୁ କେବେ ଦେଖା ଯାଇନଥିବା ଦ୍ଵାରା ଏହାର ପ୍ରତିକାର ନିମନ୍ତେ ଉପାୟ ଖୋଜୁ ଖୋଜୁ ବୈଜ୍ଞାନିକ ଙ୍କୁ ସମୟ ଲାଗିଥିଲା । 

 

ଯେହେତୁ ଏହି ମହାମାରୀ ବିଶ୍ବରେ ସମସ୍ତ ଜାଗାରେ ଖେଳି ଯାଇଥିଲା ତେଣୁକରି ଏହାର ପ୍ରତିକାର ସମସ୍ତଙ୍କ ପକ୍ଷେ ପହଞ୍ଚିବା ବହୁତ୍ କଷ୍ଟକର ହେଉଥିଲା । ତେଣୁକରି ତାଲାବନ୍ଦ ଛଡା ଆଉ କୌଣସି ଅନ୍ୟ ଉପାୟ ନଥିଲା । ଏବେ ଅଧାରୁ ଅନେକ ଅଧିକ ଲୋକଙ୍କୁ ଟୀକା କରଣ ହୋଇଥିବା ବେଳେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ବିତି ଯାଇଥିବା ବେଳେ ବର୍ତ୍ତମାନ ଆସୁଚି ଚତୁର୍ଥ ଲହର । 

 

ତେବେ ଏହି ଚତୁର୍ଥ ଲହର ରେ ଗତ କାଲି ୮୦୦ ରୁ କମ ସଂକ୍ରମଣ ଥିବା ବେଳେ ଆଜି ୧୦୦୦ ରୁ ଅଧିକ ସଂକ୍ରମଣ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ଯେ ସକାଳ ୮ ଟା ସୁଦ୍ଧା ୧୦୮୮ ଜଣ ସଂକ୍ରମଣ ଏବଂ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ ସଂକ୍ରମିତ ଙ୍କ ସଂଖ୍ୟା ୪,୩୦,୩୮,୦୧୬ ରେ ପହଞ୍ଚିଛି । ଏବଂ ଏହି ୬ ଜଣ ମୃତକ ଙ୍କୁ ମିଶାଇ ଭାରତରେ ୫,୨୧,୭୩୬ ରେ ପହଞ୍ଚିଛି । 

 

ତେବେ ଏହିସବୁ ସ୍ଥିତିକୁ ଆଧାର କରି ଯଦି ସଂକ୍ରମଣ ର ପରିସ୍ଥିତି ନିୟନ୍ତ୍ରଣ ହରାଏ ତେବେ ନିହାତି ଭାବେ ପୂର୍ବ ପରି ଯେଉଁପରି ଭାବରେ ତାଲାବନ୍ଦ ର ପରିସ୍ଥିତି ଉପୁଜିଥିଲା ସେହିପରି ତାଲାବନ୍ଦ ପରିସ୍ଥିତି ବଳ ବର୍ତର ରହିବ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ୪ର୍ଥ ଲହର ଦେଖା ଦେବ ବୋଲି ଅନେକ ଦିନଧରି ବୈଜ୍ଞାନିକ ମାନେ ସ୍ପଷ୍ଟ କରିଥିଲେ । ଯାହାକି ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି । 

 

ଏହି ୪ର୍ଥ ଲହର ରେ ଭୟର ପରିମାଣ ରହିଥିବା ବେଳେ ଏହାପାଇଁ ନିୟନ୍ତ୍ରଣ କରିବାରେ ସରକାର ଙ୍କ ଚେଷ୍ଟା ତଥା ତାଲାବନ୍ଦ ପ୍ରକ୍ରିୟା ପୂର୍ବପରି ହୋଇପାରିବ ବୋଲି ଅନୁମାନ କରାଯାଇଛି । ତେଣୁକରି ଏହି ୪ର୍ଥ ଲହର ରେ ସମସ୍ତେ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *