ଅଗାଧୁଆ ଫୁଲ ତୋଳୁଛନ୍ତି କି ? ନିହାତି ଜାଣନ୍ତୁ ଏହି କଥା 

 

 

ଫୁଲ ସବୁ ଦେବାଦେବୀ ଙ୍କ ପ୍ରିୟ ହୋଇଥାଏ । ସମସ୍ତ ଭକ୍ତ ମାନେ ନିଜ ପ୍ରିୟ ଦେବା ଦେବୀଙ୍କ ପ୍ରିୟ ଫୁଲକୁ ସକାଳୁ ସକାଳୁ ସଂଗ୍ରହ କରିବାରେ ଲାଗିପଡନ୍ତି । ଫୁଲ ସବୁ ଦେବାଦେବୀଙ୍କ ପୂଜା କରିବାରେ ପ୍ରଥମ ଅବଦାନ ହୋଇଥାଏ । ପୂଜା କରିବା ବେଳେ ଫୁଲ ,ଫଳ, ଦୀପ ,ଧୂପ ପ୍ରଧାନ ଅଙ୍ଗ ଭାବେ ବିବେଚିତ ହୁଏ । ସମସ୍ତେ ଫୁଲକୁ ଦେବା ଦେବୀ ଙ୍କୁ ସମର୍ପିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । 

 

କିନ୍ତୁ ଆପଣ ଥରେ ଚିନ୍ତା କରିଛନ୍ତି କି ଅଗାଧୁଆ ଫୁଲ ତୋଳିଲେ ଭୁଲ ହୋଇଥାଏ ନା ଠିକ୍ ହୋଇଥାଏ । ଫୁଲ ତୋଳିବା ପାଇଁ ସାଧାରଣ ଦୁଇ ପ୍ରକାର ମତ ଦିଅନ୍ତି । କେତେକ ମୁନି ଋଷିଙ୍କ ମତ ଅନୁସାରେ ଫୁଲ ଯଦି ଅଗାଧୁଆ ତୋଳା ଯାଏ ତେବେ ଏହା ଅଶୁଭ ହୋଇଥାଏ । ଫୁଲ ସବୁବେଳେ ସ୍ଵସ୍କ ପୋଷାକ ଏବଂ ସ୍ନାନ ପରେ ତୋଳାଯିବା ଉଚିତ୍ । କେବେ ମଧ୍ୟ ଅଗାଧୁଆ ଫୁଲ ତୋଳିବା ଶୁଭ ହୋଇନଥାଏ । 

 

କିନ୍ତୁ ଅନ୍ୟ ପକ୍ଷରେ ଏହାକୁ ଭୁଲ ବୋଲି ବିବେଚିତ କରିଛନ୍ତି କେତେକ ମୁନି ଋଷି ମାନେ । ଅନେକ ମୁନି ଋଷି ମାନେ ଏହା ମଧ୍ୟ କୁହନ୍ତି ଫୁଲ କେବଳ ବ୍ରହ୍ମ ମୁହୂର୍ତ୍ତରେ ତୋଳିବା ଶୁଭ ହୋଇଥାଏ । ବ୍ରହ୍ମ ମୁହୂର୍ତ୍ତରେ ଦେବା ଦେବୀଙ୍କ ଆଗମନ ହୋଇଥାଏ । ଏବଂ ଏହି ସମୟରେ ଫୁଲ ତୋଳିବା ଦ୍ଵାରା ଏହା ସମ୍ପୂର୍ଣ ରୂପେ ପବିତ୍ର ହୋଇଥାଏ । ତେଣୁକରି ଅଗାଧୁଆ ଫୁଲ ଏହି ସମୟରେ ତୋଳିଲେ ସମ୍ପୂର୍ଣ ରୂପେ ଶୁଭ ହୋଇଥାଏ । 

 

ଫୁଲ ତୋଳିବା ସମୟରେ ପୁରୁଷ ହୁଅନ୍ତୁ କି ନାରୀ ସବୁବେଳେ ହାତରେ ଛିଡାଇବା ଉଚିତ । ଫୁଲ ଯେହେତୁ ଦେବା ଦେବୀଙ୍କର ପ୍ରିୟ ବସ୍ତୁ ବା ପୂଜା କରିବାର ପ୍ରଥମ ଅବଦାନ ହୋଇଥାଏ ତେଣୁକରି ଏହାକୁ ନଖ ଦ୍ଵାରା କେବେବି ଛିଡାଇବା ଉଚିତ ନୁହେଁ । ଅନେକ ଲୋକ ଅନେକ ମତ ଦେଉଥିବା ର ଦେଖାଯାଏ । କିନ୍ତୁ ଏହା ସ୍ପଷ୍ଟ ଯେ ବ୍ରହ୍ମ ମୁହୂର୍ତ୍ତରେ ଫୁଲ ତୋଳିବା ଅତ୍ୟନ୍ତ ଶୁଭ ହୋଇଥାଏ । 

 

ସେ ସମୟରେ ଆପଣ ଗାଧୁଆ ସାରି ତୋଳନ୍ତୁ କିମ୍ବା ଅଗାଧୁଆ ହୋଇ ତୋଳନ୍ତି ତାହା ଦେଖା ଯାଏ ନାହି । ବ୍ରହ୍ମ ମୁହୂର୍ତ୍ତରେ ଫୁଲ ତୋଳି ଭଗବାନ ଙ୍କ ନିକଟରେ ଗାଧେଇ ସାରି ସମର୍ପଣ କରିବା ଉଚିତ । ଏହା ଦ୍ବାରା ଶୁଭ ହୋଇଥାଏ । ଫୁଲ ତୋଳିବା ସମୟରେ ଭଗବାନ ବିଷ୍ଣୁ ଙ୍କ ନାଁ ନେବା ମଧ୍ୟ ଅନେକାଂଶରେ ଦେଖାଯାଏ ଯାହାକି ସମ୍ପୂର୍ଣ ରୂପେ ଭଗବାନ ଙ୍କୁ ସମର୍ପଣ ହୁଏ ।

Leave a Reply

Your email address will not be published. Required fields are marked *