ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଦେଶ ରେ ଏବେ ଆରମ୍ଭ ହୋଇ ଗଲାଣି କରୋନା ର ଚତୁର୍ଥ ଲହର । ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଅପଡେଟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆସିଲାଣି କରୋନା ର ଚତୁର୍ଥ ଲହର । ବର୍ତ୍ତମାନ ପୁଣି ଥରେ ଉର୍ଦ୍ଧ୍ବ ଗାମୀ ହୋଇଛି କରୋନା ଗ୍ରାଫ୍ । ବର୍ତ୍ତମାନ ଦୈନିକ ସଂକ୍ରମଣ ରେ 17 ପ୍ରତିଶତ ବୃଦ୍ଧି ହୋଇଛି । ଦିଲ୍ଲୀ କୁ ପୁଣି ଫେରିବ କଟକଣା । ବର୍ତ୍ତମାନ ଧିମେଇ ଯାଇଛି ଶିଶୁ ଙ୍କ ଟିକା କରଣ । ଦେଶ ର କରୋନା ର ଚତୁର୍ଥ ଲହର ର ଆଶଙ୍କା ଦେଖା ଦେଇଛି ।କିଛି ଦିନ ହେଲା ଉପର ମୁହଁ ରହିଛି କରୋନା ଗ୍ରାଫ୍।
ଗତ ଏପ୍ରିଲ 15 ତାରିଖ ରେ ଦେଶ ରେ 949 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ 16 ତାରିଖ ରେ 975 ଏବଂ ଏପ୍ରିଲ 17 ତାରିଖ ରେ 1150 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାକି 16 ତାରିଖ ଠାରୁ 17 ପ୍ରତିଶତ ଅଧିକ । ଏହା ସହ ଦେଶ ରେ ଏବେ 11,558 ସକ୍ରିୟ ସଂକ୍ରମିତ ରହିଛନ୍ତି ।ଅନ୍ୟ ପଟେ ଦିଲ୍ଲୀ ରେ ଏବେ ସ୍ଥିତି ଧୀରେ ଧୀରେ ବିଗିଡି ବାରେ ଲାଗିଛି । ବିଶେଷଜ୍ଞ ଙ୍କ କହିବା ଅନୁସାରେ ଦିଲ୍ଲୀ ରେ ଚତୁର୍ଥ ଲହର ଆରମ୍ଭ ହୋଇ ସାରିଛି ।
କାରଣ ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ରେ 461 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ପଜିଟିଭିଟି ରେଟ୍ 5 ପ୍ରତିଶତ ଉପରେ ରହିଛି । ଏହା ସହ ମଧ୍ୟ କରୋନା ରେ ଦୁଇ ଜଣ ଙ୍କ ଜୀବନ ଚାଲି ଯାଇଛି। ତେବେ ଏହି ଚତୁର୍ଥ ଲହର ରେ ଶିଶୁ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହେଉଥିବା ଦେଖିବାକୁ ମିଳିଛି । 16 ତାରିଖ ରେ ଦିଲ୍ଲୀ ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ 14 ଜଣ କରୋନା ସଂକ୍ରମିତ ଶିଶୁ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।
ସେହି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ଥିବା ଜଣା ପଡିଛି । ଅନୁରୂପ ଭାବରେ ନୋଏଡା ଏବଂ ଗାଜିଆବାଦ୍ ରେ ସଂକ୍ରମଣ ବଢ଼ି ଚାଲିଛି । ତେବେ ଚତୁର୍ଥ ଲହର ର ଚିନ୍ତା ଘାରୁଥିବା ବେଳେ ଏବେ ଶିଶୁ ଙ୍କ ଟୀକା କରଣ ଧୀମେଇ ଯାଇଛି । ଗତ ଜାନୁୟାରୀ ର ଆରମ୍ଭ ହୋଇଥିବା ଶିଶୁ ଙ୍କ ଟିକା କରଣ ଯଥା ଶୀଘ୍ର ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର । ହେଲେ ଏପ୍ରିଲ ଅଧା ବେଳକୁ କେବଳ 58 ପ୍ରତିଶତ ଶିଶୁ ଙ୍କ ଟିକା କରଣ ସରିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।