ଭାରତ କରିବାକୁ ଯାଉଛି ବହୁତ ବଡ଼ କାମ | PM ମୋଦି ଦେଲେ ଦେଶକୁ ଏହି ଇସାରା…

 

ବନ୍ଧୁଗଣ ଭାରତ ସବୁବେଳେ ନିଜର ନିଆରା ଶୈଳୀ ରେ ବିଶ୍ବରେ ଜଣା ଶୁଣା ଥାଏ । ବିଶ୍ବରେ ଯେତେ ଦେଶ ଅଛି ସମସ୍ତଙ୍କ ସହ ପ୍ରାୟ ଭାରତର ଭଲ ସମ୍ପର୍କ ରହିଛି । କେତେବେଳେ କାହାକୁ ସାହାର୍ଯ୍ୟ ହେଉ କିମ୍ବା ଅନ୍ୟ କୌଣସି କାର୍ଯ ସବୁବେଳେ ସାମ୍ନାକୁ ଆସେ ଭାରତ । ତେବେ ବର୍ତ୍ତମାନ ବିଶ୍ବରେ ଖାଦ୍ୟ ର ଅଭାବ ଦେଖା ଦେଇଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । 

 

ଏହି କ୍ଷେତ୍ରରେ ଭାରତ ଖାଦ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଛି ଯେଉଁଥିପାଇଁ ସଭିଏଁ ଖୁସି ଅଛନ୍ତି । ଯଦି ବିଶ୍ଵ ବାଣିଜ୍ୟ ସଂଗଠନ ଭାରତକୁ ଅନୁମତି ଦିଏ ତେବେ ଭାରତ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ପ୍ରସ୍ତୁତ ରହିଛି । ବର୍ତ୍ତମାନ ଋଷିଆ ଏବଂ ୟୁକ୍ରେନ ଦେଶ ମଧ୍ୟରେ ଚାଲି ଥିବା ଯୁଦ୍ଧ ଦ୍ଵାରା ଅନେକ ଧନ ଜୀବନ ନଷ୍ଟ ହେବାରେ ଲାଗିଛି ।ଯାହାଦ୍ଵାରା ବିଶ୍ବରେ ଖାଦ୍ୟ ସଂକଟ ଦେଖା ଯାଉଛି । 

 

ମୋଦୀ ଏହି କଥା ବାଇଡେନ ଙ୍କ ସହ ଭିଡିଓ କନଫରେନ୍ସ ଦ୍ଵାରା ସୂଚିତ କରିଥିଲେ । ଭାରତ କୁ ଅନୁମତି ମିଳିଲେ ଭାରତ ସାହାର୍ଯ୍ୟ କରିବାକୁ ପଛ ଘୁଂଚା ଦେବନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ଭାରତରେ କୃଷକ ମାନଙ୍କୁ ମଧ୍ୟ ନରେନ୍ଦ୍ର ମୋଦୀ ପ୍ରଶଂସା କରି କହିଛନ୍ତି ଭାରତର କୃଷକ ସବୁବେଳେ ଦେଶପାଇଁ ଏବଂ ଦରକାର ପଡ଼ିଲେ ସାରା ବିଶ୍ବ ପାଇଁ ଖାଦ୍ୟ ତିଆରି କରିବାକୁ ସକ୍ଷମ ହେବେ । 

 

ଭାରତରେ ଖାଦ୍ୟ ସାମଗ୍ରୀ କେବେ କମ ପଡେ ନାହି । ବିଶ୍ବରେ ଖାଦ୍ୟ ସାମଗ୍ରୀ କମ ହେବା ଦ୍ଵାରା ଭାରତରେ ଖାଦ୍ୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଧାମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷେତ୍ରରେ ବିଶ୍ଵ ବାଣିଜ୍ୟ ସଂଗଠନ ଯଦି ଅନୁମତି ଦିଏ ତେବେ ଭାରତ ସାହାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି ବୋଲି ମୋଦୀ ମତ ରଖିଛନ୍ତି । 

 

ଯଦି ବିଶ୍ଵ ବାଣିଜ୍ୟ ସଂଗଠନ ଭାରତକୁ ଅନୁମତି ଦିଏ ତାହେଲେ ଏହା ଭାରତ ପାଇଁ ବଡ ପ୍ରଶଂସା ର କାର୍ଯ୍ୟ ହେବ ବୋଲି ଆଶା କରାଯାଉଛି । ତେବେ ଏହି କ୍ଷେତ୍ରରେ କେବେ ବିଶ୍ଵ ବାଣିଜ୍ୟ ସଂଗଠନ ଅନୁମତି ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା । ଭାରତର କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇ ଛନ୍ତି । କୃଷକ ମାନଙ୍କ ପାଇଁ କେବଳ ଏ ବିଶ୍ଵ ଏତେ ବଡ ବିପଦରୁ ମୁକୁଳିବାକୁ ଯାଉଛି ।

Leave a Reply

Your email address will not be published.