ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଦୁନିଆରେ ସବୁଠୁ ବିଶ୍ୱାସ ଯୋଗ୍ୟ ସମ୍ପର୍କ । ଅନେକ ସମ୍ପର୍କ ଧୋକା ଦେଇଦିଇନ୍ତି କିନ୍ତୁ ସ୍ବାମୀ ସ୍ତ୍ରୀ ଙ୍କ ବନ୍ଧନରେ ଧୋକା ଦେଖିବାକୁ ମିଳେନାହିଁ । ଯଦି ବି ଦେଖିବାକୁ ମିଳେ ତାହା ବହୁତ୍ କମ ଭାବରେ ଦେଖିବାକୁ ମିଳେ । ସ୍ବାମୀ ସ୍ତ୍ରୀ ଙ୍କ ଝଗଡ଼ା ହୁଏ କିନ୍ତୁ ଖୁବ୍ ଶୀଘ୍ର ମଧ୍ୟ ସମାଧାନ ହୋଇଯାଏ । କିନ୍ତୁ ଏହି ଝଗଡ଼ା ମଝିରେ ମଝିରେ ଏତେ ବଢିଯାଏ ଯେ ଦୁହେଁ ଅଲଗା ହେବାପାଇଁ ମଧ୍ୟ ଚିନ୍ତା କରନ୍ତି ।
ତେବେ ସମ୍ପର୍କରେ ବିଶ୍ୱାସ ହେବା ଆବଶ୍ୟକ ଏବଂ ଉପଯୁକ୍ତ ଭଲ ପାଇବା ମଧ୍ୟ ରହିବା ଆବଶ୍ୟକ । କିନ୍ତୁ ସମୟ ସମୟରେ ସବୁ କିଛି ଥାଇ ମଧ୍ୟ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ବିବାଦ ଲାଗି ରୁହେ । ଏହି ବିବାଦ ଅତି ମାତ୍ରାରେ ବଢ଼ି ଯିବାରୁ ଅନେକାଂଶରେ ବିବାହ ବିଚ୍ଛେଦ ମଧ୍ୟ ହୋଇଯାଏ । ତେଣୁକରି ଏହାକୁ ଦୂରେଇବା ପାଇଁ ଅନେକ ମାତ୍ରାରେ ଚେଷ୍ଟା କରିବା ପରେ ଏକ ଉପାୟ ସାମ୍ନାକୁ ଆସିଛି । ଯାହାକୁ କରିବା ପରେ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଟ ହୋଇଯିବ ।
ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯଦି ଅଧିକ ଝଗଡ଼ା ହୁଏ ତେବେ ଆପଣଙ୍କୁ ଏକ ସରଳ ଉପାୟ କରିବାକୁ ହେବ। ଉପାୟ ଟି ହେଉଛି ମୌନ ବ୍ରତ । ଏହି ବ୍ରତକୁ ଆପଣ ବୁଧବାର ରଖିବା ଜରୁରୀ ଅଟେ । ଏହି ଉପାୟ ଦ୍ଵାରା ଆପଣଙ୍କ ପରିସ୍ଥିତି ରେ ଅନେକ ମାତ୍ରାରେ ସୁଧାର ଆସିବ। ଧ୍ୟାନ ରଖିବେ ଏହାକୁ ଆପଣ ୫ ଟି ବୁଧବାର କରିବାକୁ ଚେଷ୍ଟା କରିବେ । ଏହି ଉପାୟ କେବଳ ଆପଣ ବୁଧବାର କରିପାରିବେ ।
ଏହା ପରେ ମଧ୍ୟ ଶଶୁର ଘର ପକ୍ଷରେ ଆପଣ ଝିଅ କିମ୍ବା ଜ୍ବାଇଁ ଙ୍କୁ କୌଣସି ସୁନା କିମ୍ବା ରୂପାର ଜିନିଷ ଦାନରେ ଦେଇ ପାରିବେ । ଏହା ପରେ ଆପଣଙ୍କ ସ୍ଥିତି ରେ ଅନେକାଂଶ ରେ ସୁଧାର ଆସିବ ଏବଂ ପତି ପତ୍ନୀ ଙ୍କ ବୁଝାମଣା ରେ ଆପଣ ପରିବର୍ତ୍ତନ ଦେଖି ପାରିବେ । ଏହି ଉପାୟ ଆପଣ ବୁଧବାର ହିଁ କରନ୍ତୁ ଶୁଭ ଫଳ ପାଇବେ । ସାଧାରଣ ଭାବରେ ଆପଣ ଏହାକୁ କାହାକୁ ନ କହି ମଧ୍ୟ କରିପାରିବେ।
ଏହାକୁ କରିଥିବା ଅନେକ ଲୋକଙ୍କ ପାଖରେ ସଫଳ ରୂପେ ଦେଖା ଯାଇଛି । ଯଦି ଆପଣ ମୌନ ବ୍ରତ କରିବାକୁ ଚାହିଁବେ ତେବେ ଏହି କ୍ଷେତ୍ରରେ ଆପଣ ନିହାତି ଭାବେ ଲାଭ ପାଇପାରିବେ । ଧ୍ୟାନ ରଖିବେ ୫ ବୁଧବାର ଏହାକୁ କରିବେ ଏବଂ ଝିଅ କିମ୍ବା ଜ୍ବାଇଁ ଙ୍କୁ ଦାନରେ କିଛି ସୁନା ରୂପା ଦେବେ । ଏହା ଉଭୟ ପୁଅ ଏବଂ ଝିଅ ଙ୍କ ତରଫରୁ ହୋଇପାରିବ