କଇଁଛ ମୁଦି ସବୁବେଳେ ଅନେକ ଲୋକଙ୍କୁ ଆପଣ ପିନ୍ଧିବାର ଦେଖିଥିବେ । ଏବଂ ଆପଣ ମଧ୍ୟ ଏହି କଇଁଛ ମୁଦି ସଂସ୍ପର୍ଷରେ କେବେ ନା କେବେ ଆସୁଥିବେ । କଇଁଛ ମୁଦିର ଲାଭ ଆପଣ ତ ନିହାତି ଭାବେ ଜାଣିଥିବେ । କୁହାଯାଏ କଇଁଛ ମୁଦି ପିନ୍ଧିବା ଦ୍ଵାରା ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ସମସ୍ତ ସମସ୍ୟାରୁ ମୁକାବିଲା ପାଇଁ ସାହସ ମିଳେ । ଅନେକ କ୍ଷେତ୍ରରେ ଧନ ଲାଭ ପାଇଁ ମଧ୍ୟ ଏହା ବ୍ୟବହାର ହୁଏ । କିନ୍ତୁ ଏହା ପିନ୍ଧିବା ବା ଧାରଣ କରିବା କେତେଦୂର ଠିକ୍ ଆଜି ସ୍ପଷ୍ଟ ହୋଇଯିବ।
ସୋସିଆଲ ମିଡିଆରେ ଚଳପ୍ରଚଳ ଥିବା ଜ୍ୟୋତିଷ ସନ୍ତୋଷ କହିଛନ୍ତି ଯେ କଇଁଛ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ଅବତାର ଏବଂ ତାଙ୍କ ଅବତାର କୁ ସହଜ ଭାବିବାର ଭୁଲ କେହି କରିବା ଉଚିତ୍ ନୁହେଁ । କଇଁଛ କୁ ଆମେ ଘରେ ପାଳି ପାରିବା କିନ୍ତୁ କଇଁଛ ମୁଦି ଆମେ ଧାରଣ କରିବା ଏହା ଆମ ପ୍ରତି କ୍ଷତି କାରକ ହୋଇଥାଏ ।
ଅନେକ ଲୋକ ଅନେକ ମତ ଦିଅନ୍ତି କିନ୍ତୁ ବାସ୍ତବରେ ଏହାକୁ ଧାରଣ କରିବା ଆଦୌ ଉଚିତ୍ ନୁହେଁ । କଇଁଛ ମୁଦି କୁ ବର୍ତ୍ତମାନ ଧନ ବୃଦ୍ଧି କରିବା ପାଇଁ ଆଜିକାଲି ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି । ଏହି ହାତରେ ମୁଦି କରି ପିନ୍ଧନ୍ତି ତ ଅନ୍ୟ କେଜି ଏହାକୁ ବେକରେ ଧାରଣ କରନ୍ତି । କିନ୍ତୁ ଏହା କରିବା ଅନୁଚିତ୍ ଅଟେ । କାହିଁକି ନା ଏହା ଭଗବାନ ବିଷ୍ଣୁ ଙ୍କ ଏକ ଅବତାର ।
ଏହାକୁ ପିନ୍ଧି ଆମେ ଶୌଚ ମଧ୍ୟ ହେଲେ ଏହା ମାରା ହୋଇଥାଏ ଏବଂ ଏହାର କୁ ପ୍ରଭାବ ଆମ ଜୀବନରେ ପଡ଼ିବା ଆରମ୍ଭ ହୋଇଥାଏ । ଏହାକୁ ପିନ୍ଧି ଆଇଁଷ ଖାଇବା ଦ୍ଵାରା ମଧ୍ୟ ଅନେକ କ୍ଷତି ହୋଇଥାଏ । ତେଣୁକରି କଇଁଛ ମୁଦି ପିନ୍ଧିବା ପାଇଁ ବା ଧାରଣ କରିବା ପାଇଁ ଜ୍ୟୋତର୍ବିଜ୍ଞାନୀ ସନ୍ତୋଷ ସଫା ସଫା ମନା କରିଦେଇଛନ୍ତି ।
ତେଣୁକରି ଆପଣ ମଧ୍ୟ କଇଁଛ ମୁଦି ପିନ୍ଧୁଥିଲେ କିମ୍ବା ପିନ୍ଧିବା ପାଇଁ ଭାବୁଥିଲେ ତୁରନ୍ତ ଏହା ମଧ୍ୟରୁ ଦୂରେଇ ଯାଆନ୍ତୁ । ଏହା ପିନ୍ଧି ଆପଣ କୌଣସି ବି ଭୁଲ କାମ କଲେ ଏହା ଭଗବାନ ବିଷ୍ଣୁ ଙ୍କ ଅପମାନ ହୋଇଥାଏ । ଆପଣ ଘରେ ଚାହିଁଲେ କଇଁଛ ପାଳି ପାରିବେ କିମ୍ବା କଇଁଛ ଫୋଟ ମଧ୍ୟ ଲଗାଇ ପାରିବେ କିନ୍ତୁ ଧାରଣ କରିବା ଆଦୌ ଉଚିତ୍ ନୁହେଁ।