ଏଥର ସୂର୍ଯ୍ୟ ପରାଗ ୩୦ ଏପ୍ରିଲ  ୪ ରାଶି ରୁହନ୍ତୁ ସାବଧାନ

 

ହିନ୍ଦୁ ଧର୍ମ ଅନୁସାରେ ପାଞ୍ଜି ଦେଖି ସମସ୍ତ ତଥ୍ୟ ନିର୍ଣ୍ଣୟ ହୁଏ । ତେବେ ଏଥର ସୂର୍ଯ୍ୟ ଗ୍ରହଣ ଏପ୍ରିଲ ୩୦ ତାରିଖରେ ପଡ଼ୁଛି । ଏହି ଗ୍ରହଣ ଟି ଶନିବାର ପଡ଼ୁଥିବା ହେତୁ ଏହାକୁ ଶନିଶ୍ଚର୍ ଯୋଗ ଅମାବାସ୍ୟା ବୋଲି କୁହା ଯାଉଛି । ସୂର୍ଯ୍ୟ ଗ୍ରହଣ ସମସ୍ତଙ୍କ ପ୍ରତି ଦେଖିବା ଶୁଭ ହୋଇନଥାଏ । କିନ୍ତୁ କେତେକ ରାଶିର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ତେବେ ସୂର୍ଯ୍ୟ ଗ୍ରହଣ ରେ ୪ ଟି ରାଶି ଙ୍କ ପ୍ରତି ବିପଦ ଅଛି । ଏହି ୪ ଟି ରାଶି ଙ୍କୁ ସୂର୍ଯ୍ୟ ଗ୍ରହଣ ରେ ହେବ ଅସୁବିଧା ।

 

ମିଥୁନ ରାଶି : ସୂର୍ଯ୍ୟ ଗ୍ରହଣ ରେ ଆପଣଙ୍କୁ ଏଥର ସାବଧାନ ରହିବା ଆବଶ୍ୟକ । ସୂର୍ଯ୍ୟ ଗ୍ରହଣ ରେ ଆପଣଙ୍କ ରାଶିରେ ବିପଦ ଥିବାବେଳେ ଆପଣଙ୍କର ବଡ ଧରଣର କ୍ଷତି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆତ୍ମୀୟ ସ୍ୱଜନ ମାନେ ଧୋକା ଦେଇ ପାରନ୍ତି ।

 

ବିଛା ରାଶି : ଆପଣଙ୍କ ରାଶିରେ ମଧ୍ୟ ଏଥର ସୂର୍ଯ୍ୟ ଗ୍ରହଣ ରେ ଏତେ ମାତ୍ରାରେ ଭଲ ଯୋଗ ହେଉନାହିଁ ତେଣୁକରି ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ ଅଟେ । ସୂର୍ଯ୍ୟ ଗ୍ରହଣରେ ଆପଣ ଯଦି କିଛି ନୂଆ କାମର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ପଛକୁ ଫେରି ଆସନ୍ତୁ । ଆପଣଙ୍କ ପାଇଁ ଏହି ସମୟ ଆଦୌ ଶୁଭ ନୁହେଁ । ତେଣୁକରି ସାବଧାନ ରହିବା ଆବଶ୍ୟକ । 

 

ତୁଳା ରାଶି : ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏ ଗ୍ରହଣ ମାଧ୍ୟମ ଶୁଭ ଦାୟକ ହୋଇଥିଲେ ମଧ୍ୟ ଆପଣଙ୍କ ଉପରେ ବାଦବିବାଦ ଲାଗି ରହିବ । ଅପଜସ ଏବଂ କଳଙ୍କ ଯୋଗ ଅଯଥାରେ ଆପଣଙ୍କ ଉପରେ ଲାଗି ପାରେ । ତେଣୁକରି ବିଶେଷ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଛି ।   

 

ମୀନ ରାଶି : ଆପଣଙ୍କ ପାଇଁ ଏଥର ଗ୍ରହଣ ଆଦୌ ଶୁଭ ନାହିଁ ତେଣୁକରି ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଏହି ଦିନ ଆପଣ ଘରୁ ବେଶୀ ବାହାରକୁ ଯିବେ ନାହିଁ । ଏହିଦିନ ଆପଣ କେବଳ ଘରେ ରହିବା ଆବଶ୍ୟକ । ଏହି ଦିନ ଆପଣ ଘରେ ରହିଲେ ଆପଣଙ୍କର ମଙ୍ଗଳ ହେବ । ଆପଣଙ୍କ ଉପରେ ଆସୁଥିବା ବିପଦ ଖୁବ୍ ଶିଘ୍ର ମଧ୍ୟ ଟଳି ଯିବ ।

Leave a Reply

Your email address will not be published.