ସମସ୍ତଙ୍କ ହୃଦୟରେ ହନୁମାନ ବିଜେ ଥାଆନ୍ତି ସମସ୍ତ ଭଗବାନ ଙ୍କ ମଧ୍ୟରୁ କେବଳ ହନୁମାନ ହିଁ ଅମର ବର ପାଇଥିଲେ । କୁହାଯାଏ ଯେ ସମସ୍ତ ଦେବଦେବୀ ମାନେ ଏ ସଂସାର ଛାଡ଼ିଥିଲେ କିନ୍ତୁ ହନୁମାନ ଦୁନିଆରେ ଆଜିବି ଅଛନ୍ତି । ତେଣୁକରି କଳିଯୁଗରେ ହନୁମାନ ଙ୍କୁ ଏକମାତ୍ର ଜୀବନ୍ତ ଦେବତା ଭାବେ ଆଖ୍ୟା କରାଯାଇଛି ।
କୁହାଯାଏ ହନୁମାନ ସେତେବେଳେ ପ୍ରସନ୍ନ ହୁଅନ୍ତି ଯେତେବେଳେ ତାଙ୍କ ପାଖରେ କେହି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ନାଁ ନିଅନ୍ତି । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର୍ ଏକମାତ୍ର ପ୍ରିୟ ଭକ୍ତ ହନୁମାନ ସବୁବେଳେ ତାକୁ ଭକ୍ତି କରନ୍ତି । ଏବଂ ଯେଉଁ ଭକ୍ତ ତାଙ୍କ ନାମ ଜପିବା ଛାଡି ଶ୍ରୀରାମ ଙ୍କ ନାଁ ଜପନ୍ତି ହନୁମାନ ବେଶୀ ଖୁସି ହୁଅନ୍ତି । ଏବଂ ସବୁ ଆମନସ୍କାମନା ମଧ୍ୟ ପୁରଣ କରନ୍ତି ।
ତେବେ ଶାସ୍ତ୍ର ରେ ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ଏକ ମନ୍ତ୍ର ରହିଛି ଯାହାକୁ ପାଠ କରିବା ଦ୍ୱାରା ସମସ୍ତେ ନିଜ ମନ ମୁତାବକ କୃପା ପାଇପାରିବେ । ଏହି ମନ୍ତ୍ର ଟି ହେଉଛି ” ଓଁ ପୂର୍ବ କପି ମୁଖାୟ ପଞ୍ଚମୁଖ ହନୁମନ୍ତି ଟମ୍ , ଟମ୍, ଟମ୍ ସକଳ ଶତ୍ରୁ ସଙ୍ଗରାୟ ସ୍ୱାହା । ଏହି ମନ୍ତ୍ର କୁ ଆପଣ ୧୧ ଥର ଜପ କରି ଇଛା ମୁତାବକ ଫଳ ପାଇ ପାରିବେ ।
ଏହା ଜପ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ ଯାହା ଆପଣଙ୍କ ପାଇଁ ସହଜ ହେବ । ଏହି ମନ୍ତ୍ର କୁ ଆପଣ ଯେ କୌଣସି ମୁହୂର୍ତ୍ତରେ ୧୧ ଥର ଜପ କରି ନିଜ ଇଛା ମୁତାବକ ବର ହନୁମାନ ଙ୍କ ଠାରୁ ପ୍ରାପ୍ତ କରିପାରିବେ । ଏହି ମନ୍ତ୍ର ଦ୍ଵାରା ଆପଣ ଇଛା ମୁତାବକ ଫଳ ବ୍ୟତୀତ ଅନେକାଂଶ ରେ ଲାଭ ପାଇବେ ।
ଏହି ମନ୍ତ୍ର କୁ ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ଜୀବନରେ ଧିରେ ଧିରେ ଉନ୍ନତି କରିବେ ଏବଂ ଆପଣଙ୍କ ଜୀବନରୁ ଖୁବ୍ ଶୀଘ୍ର ଶତ୍ରୁ ମାନେ ଦୂରେଇ ଯିବାପାଇଁ କହିବେ । ଏହି ଉପାୟ ଆପଣ ମଙ୍ଗଳବାର ହନୁମାନ ମନ୍ଦିର ରେ କିମ୍ବା ଘରେ ଯଦି ହନୁମାନ ଙ୍କ ଫଟୋ କିମ୍ବା ମୂର୍ତ୍ତି ଥାଏ ତାଙ୍କ ପାଖରେ କରିପାରିବେ ।