ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହେଲା ସିଂହ,କନ୍ୟା,ତୁଳା,ବିଛା ବାର୍ଷିକ ରାଶିଫଳ…

 

ପଣା ସଂକ୍ରାନ୍ତି କୁ ହିନ୍ଦୁ ଧର୍ମର ନବବର୍ଷ ଭାବେ ପାଳନ କରାଯାଏ । ଏହି ଦିନଠାରୁ ନୂଆ ପାଞ୍ଜି ଆରମ୍ଭ ହୁଏ । ନୂଆ ପାଞ୍ଜି ଆରମ୍ଭ ହେବା ସହ ନୂଆ ବର୍ଷର ବାର୍ଷିକ ରାଶିଫଳ ଏହି ଦିନରୁ ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ରେ ୪ ଟି ରାଶି ଙ୍କ ର କେମିତି ରହିବ ଭାଗ୍ୟଫଳ । 

 

ସିଂହ ରାଶି : ଆପଣ ଏହି ବର୍ଷ ଅଧା ଛାଡିଥିବା କାର୍ଯ୍ୟକୁ ସଫଳ କରିବାପାଇଁ ଚେଷ୍ଟା କରିବେ ଏବଂ ଏହା ସମ୍ପୂର୍ଣ ହୋଇଯିବ ମଧ୍ୟ । ଏହି ବର୍ଷ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ହେବା ସହ ପୂର୍ବ ରୁ ଥିବା ଭାଗ୍ୟର ବିଡମ୍ବନା ଅନେକ ମାତ୍ରାରେ ଉନ୍ନତି ର ରାସ୍ତା ଦେଖାଇବ । ଏହି ବର୍ଷ ରେ ଆପଣ ନୂଆ ନୂଆ ଯୋଜନା କରିବାରେ ସକ୍ଷମ ହେବା ସହ ସମସ୍ତ ଯୋଜନାକୁ ସଫଳ କରିବା ପାଇଁ ଆଗେଇ ଆସିବେ।  

 

କନ୍ୟା ରାଶି : ଆପଣଙ୍କ ରାଶିରେ ଏହି ବର୍ଷ ଯଥେଷ୍ଟ ଧନ ପ୍ରାପ୍ତି ଯୋଗ ହେଉଅଛି । ଚାକିରି କରିଥିଲେ ଚାକିରି ଦ୍ଵାରା ଜୀବନରେ ଉନ୍ନତି କରିପାରିବେ। ଏହି ସମୟରେ ଆପଣଙ୍କ ଚାକିରି କ୍ଷେତ୍ରରେ ଉପର ପଦବୀ ପାଇବାରେ ଅଧିକ ସୁଯୋଗ ରହିଛି। ଏହା ଛଡା ଶିକ୍ଷା ଦିଗରେ ମଧ୍ୟ ଆପଣଙ୍କର ଲାଭ ହୋଇପାରେ । କୌଣସି ସ୍ଥାନରେ ବା ସଭାରେ ସମ୍ମାନିତ ହୋଇ ପାରନ୍ତି। 

 

ତୁଳା ରାଶି : ଏହି ବର୍ଷରେ ଆପଣଙ୍କର ଶୁଭ ସମୟ ଆରମ୍ଭ ହେଉଛି । ଆପଣ ଯେ କୌଣସି କ୍ଷେତ୍ରରେ ପାଦ ଥୋଇବେ ନିହାତି ଭାବେ ସଫଳତାର ଶୀର୍ଷ କୁ ଛୁଇଁବେ  । ଏହି ବର୍ଷ ଆପଣଙ୍କ ଗୁରୁଜନ ଙ୍କ  ଆଶ୍ରୀବାଦ ପାଇବା ଦ୍ଵାରା ଜୀବନରେ ଆପଣ ଉନ୍ନତି କରିପାରିବେ ଏବଂ ଯାନ ବାହାନ କିଣିବା ପାଇଁ ସକ୍ଷମ ହେବେ। ଭୂମି କିଣିବା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶୁଭ ସମୟ । 

 

ବିଛା ରାଶି : ପୂର୍ବରୁ ବିତି ଆସୁଥିବା ଦିନ ମାନଙ୍କ ଅପେକ୍ଷାରେ ଆପଣଙ୍କ ଜୀବନରେ ଏବେ ବଡ ଧରଣର ପରିବର୍ତ୍ତନ ଦେଖା ଦେବ । ଏହି ବର୍ଷ ଆପଣଙ୍କ ପାଇଁ ସମ୍ପୂର୍ଣ ରୂପେ ଶୁଭ ଅଟେ । ଏହି ଶୁଭ ସମୟରେ ଆପଣ ଚାହିଁଲେ ଆପଣଙ୍କ କର୍ମ କ୍ଷେତ୍ରରେ ଅଗ୍ରସର ହୋଇପାରିବେ । ପିତା ମାତା ଙ୍କ ଆଶ୍ରିବାଦ ପାଇ ସୁଖି ହେବ ଏବଂ ଚାକିରି ଦିଗରେ ଶୁଭ ଖବର ପାଇବେ ।

Leave a Reply

Your email address will not be published. Required fields are marked *