ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସହରରେ ଗାଈ ଓ ମଇଁଷି ରଖିବା ପାଇଁ ବଦଳିଲା ନିୟମ । ବିନା କୌଣସି ଲାଇସେନ୍ସରେ ରଖିପାରିବେ ଗାଈ । ଏବେ ଆସନ୍ତୁ ଜାଣିବା କେଉଁଠି ଏହି ନିୟମ ଲାଗୁ ହୋଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ସହରାଞ୍ଚଳରେ ଗାଈ ଘରେ ରଖିବା ପାଇଁ ରାଜସ୍ଥାନ ସରକାର ନୂତନ ନିୟମ ପ୍ରଣୟନ କରିଛନ୍ତି । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି । ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଏହି ଟ୍ୟାଗରେ ମାଲିକଙ୍କ ନାମ, ମୋବାଇଲ୍ ନମ୍ବର ରହିବା ଆବଶ୍ୟକ । ଯଦି ଗାଈଗୁଡ଼ିକ ରାସ୍ତାରେ ବୁଲୁଥିବାର ଦେଖାଯାଏ, ତେବେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ ।
ସହରାଞ୍ଚଳରେ ୧୦୦ ବର୍ଗ ମିଟର କ୍ଷେତ୍ର ମଧ୍ୟରେ ଗାଈ ରଖିବା ରାଜସ୍ଥାନ ସରକାର ବାଧ୍ୟତାମୂଳକ କରିଛନ୍ତି । ସରକାରୀ ଅଧିକାରୀ କହିଛନ୍ତି ଯେ ବିନା ଲାଇସେନ୍ସରେ ଗୋଟିଏ ଘରେ ଗୋଟିଏରୁ ଅଧିକ ଗାଈ ଏବଂ ଗୋଟିଏ ବାଛୁରୀ ରଖିବାକୁ ଅନୁମତି ଦିଆଯିବ ନାହିଁ । ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପରିଷଦ ଅଧୀନରେ ସମସ୍ତ କ୍ଷେତ୍ରରେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ । ନୂତନ ନିୟମ ଅନୁଯାୟୀ ଲାଇସେନ୍ସ ପାଇବାକୁ ଆବେଦନକାରୀଙ୍କୁ ଗୁହାଳ ବାବଦରେ ବିବରଣୀ ପ୍ରଦାନ କରିବାକୁ ପଡିବ ।
ବାର୍ଷିକ ଲାଇସେନ୍ସ ଫି ଭାବରେ ୧,୦୦୦ ଟଙ୍କା ଆଦାୟ କରାଯିବ । ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଧାର୍ମିକ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ଅଧା ଅର୍ଥ ଦେବାକୁ ପଡିବ । ଗାଈ ଏବଂ ବାଛୁରୀ ତୁଳନାରେ ମଇଁଷିଙ୍କ ସଂଖ୍ୟା ଅଧିକ ହେଲେ ଲାଇସେନ୍ସ ବାତିଲ ହେବ । ସେହିପରି ବିନା ଅନୁମତିରେ ଗୋଖାଦ୍ୟ ବିକ୍ରୟ ସର୍ବସାଧାରଣ ସ୍ଥାନରେ ଅନୁମତି ଦିଆଯିବ ନାହିଁ ।
ଅନଧିକୃତ ବିକ୍ରୟ ଉପରେ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ । ସେହିପରି ପ୍ରତି ୧୦ ଦିନରେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳ ବାହାରେ ଗୋବର ପକାଇବାକୁ ପଡିବ । ସର୍ବସାଧାରଣ ସ୍ଥାନରେ ଗୋବର ଶୁଖାଯାଇ ପାରିବ ନାହିଁ । ଏହା ସହିତ ଗୋପାଳନ ଲାଇସେନ୍ସ ପାଇବାକୁ ହେଲେ ଗୁହାଳର ମାନ, ସ୍ୱଚ୍ଛତା ଏବଂ ପାରିପାଶ୍ୱିର୍କ ସ୍ଥିତି ଭଳି କେତେକ ବିଶେଷ ଦିଗକୁ ଧ୍ୟାନ ଦିଆଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।