ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା କରିବାକୁ ଦିଲ୍ଲୀ ସରକାର ଗତ କିଛି ଦିନ ଆଗରୁ ପୁଣି ଥରେ ନିଷ୍ପତ୍ତି ନେଇଥିଲେ । କେଜ୍ରିୱାଲ ସରକାର ଗତ ମାସରେ ପ୍ରାୟ ୪୦ ହଜାର ଶ୍ରମିକଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ରଖିଥିବା ବେଳେ ଏହି ମାସରେ ମଧ୍ୟ ସରକାର ଶ୍ରମିକଙ୍କ ଆକାଉଣ୍ଟରେ ୫୦୦୦ ଟଙ୍କା ପଠାଇବାର ମନସ୍ଥ କରିଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଚଳିତ ମାସରେ ପୁଣି ଥରେ ଦିଲ୍ଲୀ ନିର୍ମାଣ ଶ୍ରମିକମାନଙ୍କୁ ସରକାର ୫ ହଜାର ଟଙ୍କାର ସହାୟତା ଦେବ ।
ପ୍ରକାଶ ଥାଉକି, ଦିଲ୍ଲୀ ସରକାର କେବଳ ସେହି ଶ୍ରମିକମାନଙ୍କ ଆକାଉଣ୍ଟରେ ଟଙ୍କା ପଠାଉଛନ୍ତି ଯେଉଁମାନେ ସେମାନଙ୍କର ପଞ୍ଜୀକରଣ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ କରିଛନ୍ତି । ଏହି ମାସରେ ସରକାର ପଞ୍ଜୀକରଣ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ, ଯେଉଁ ଶ୍ରମିକମାନେ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ନାହିଁ।
ତେବେ ଏହିପରି ଭାବରେ ଦିଲ୍ଲୀ ସରକାର ଶ୍ରମିକ ଶ୍ରେଣୀୟ ଗରିବ ଲୋକ ମାନଙ୍କ ପାଇଁ ଏକ ବଡ଼ ରିହାତି ପ୍ରଦାନ କରିଛନ୍ତି । ଆକଳନ ହିସାବରେ ଦିଲ୍ଲୀ ସରକାର ପାଖାପାଖି ୨୩,୨୫୬ ନିର୍ମାଣ ଶ୍ରମିକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫-୫ ହଜାର ଲେଖାଏଁ ଟଙ୍କା ପଠାଇଛନ୍ତି । ଆଉ ଆଗାମୀ ଗୋଟେ ଦୁଇ ଦିନ ମଧ୍ୟରେ ମଧ୍ୟ ସମ୍ପୂର୍ଣ ୧୧.୬ କୋଟି ଟଙ୍କା ଆସିଯିବ । ସୋମବାର ଦିନ ମଧ୍ୟ କେଜ୍ରିୱାଲ ସରକାର ଗତ ବର୍ଷ ପ୍ରଦୂଷଣ କାରଣରୁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଯୋଗୁଁ ପ୍ରଭାବିତ ହୋଇଥିବା ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ ଉଦ୍ଦେଶ୍ୟରେ ସହାୟତା ରାଶି ପ୍ରଦାନ କରିଛନ୍ତି ।
ତେବେ ସୂଚନା ଅନୁସାରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଗରିବ ଓ ନିର୍ମାଣ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇ ସାରିଛି । ଆଉ ଯେଉଁମାନଙ୍କର ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ଅଛି ସେମାନେ କିଛି ପାଇନାହାନ୍ତି । କିନ୍ତୁ ସେମାନେ ଇ-ଡିସଟ୍ରିକ୍ଟ ୱେବସାଇଟରେ ଯାଇ ନିଜର ବିବରଣୀକୁ ମାଗଣାରେ ସଂଶୋଧିତ କରିନେଲେ ଏହିସବୁ ବିଭିନ୍ନ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ । ତେବେ ନିର୍ମାଣ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ଏବଂ ଦିଲ୍ଲୀ ସରକାର ସେମାନଙ୍କ ଜୀବିକାକୁ ଉନ୍ନତ କରିବାରେ ସର୍ବଦା ସେମାନଙ୍କ ସହିତ ଛିଡ଼ା ହୋଇଛି ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।