ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ବର୍ତ୍ତମାନ ସମୟ ରେ ପାଣିପାଗ ବିଭାଗ ରୁ କଣ ସବୁ ସୂଚନା ମିଳିଛି ,ଆସନ୍ତୁ ଜାଣିବା ।ବର୍ତ୍ତମାନ ରାଜ୍ୟର ଅନେକ ସହର ରେ ପ୍ରଚଣ୍ଡ ଖରା ର ପ୍ରକୋପ ଅନୁଭୂତ ହେଉଛି । ତେବେ ଏହି ତାତି ରୁ ତ୍ରାହି ମିଳିବ ।ତେବେ ମିଳିଥିବା ସୂଚନା ଅନୁଯାୟୀ , ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବ ।
ଏଥିପାଇଁ 12 ଟି ଜିଲ୍ଲା ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କାଳ ବୈଶାଖୀ ,ଝଡ ବର୍ଷା ଏବଂ ବଜ୍ରପାତ ନେଇ ପାଣିପାଗ ବିଭାଗ ତରଫ ରୁ ସତର୍କ ସୂଚନା ଜାରି ହୋଇଛି । ଆଜି ଠାରୁ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଏଥିପାଇଁ 12 ଟି ଜିଲ୍ଲା କୁ ସତର୍କ ସୂଚନା ଦେଇଛନ୍ତି SRC ।
ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର ,ରାୟଗଡ଼ା ,ଗଜପତି ,କନ୍ଧମାଳ ,ଗଞ୍ଜାମ ,ସୁନ୍ଦରଗଡ଼, କେନ୍ଦୁଝର ,ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ରେ ଆବଶ୍ୟକ ପ୍ରଦଖେପ ସହ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।ଅନ୍ୟପଟେ ଏବେ ବି ରାଜ୍ୟ ରେ ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ।
ପଶ୍ଚିମ ଓଡ଼ିଶା ର ଅନେକ ସ୍ଥାନ ରେ ପାରଦ 40 ରୁ ଖସୁ ନଥିବା ବେଳେ ପ୍ରଥମ ଥର ପାଇଁ ଟ୍ୱିନ ସିଟି ରେ ତାପମାତ୍ରା 40 ପାର କରିଛି । ଗତକାଲି ଭୁବନେଶ୍ୱର ରେ 40 ଡିଗ୍ରୀ ଏବଂ କଟକ ରେ 40.5 ଡିଗ୍ରୀ ତାପମାତ୍ରା ରେକର୍ଡ କରା ଯାଇଛି । ରାଜ୍ୟ ରେ 21 ଟି ସ୍ଥାନ ରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ ଅନୁଗୁଳ ରେ 43 .7 ଡିଗ୍ରୀ ଏବଂ ବଲାଙ୍ଗିର ରେ 43.2 ଡିଗ୍ରୀ ତାପମାତ୍ରା ରେକର୍ଡ କରା ଯାଇଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।