ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,PM ଲାଡ଼ଲି ଲକ୍ଷ୍ମୀ ଯୋଜନାରେ ଝିଅଙ୍କୁ ମିଳୁଛି ୧,୬୦,୦୦୦ ଲକ୍ଷ।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।
ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ଲାଗୁ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୋଜନା ଚାଲିଛି ଯେଉଁଥିରେ ସରକାର ଝିଅ, ମହିଳା, କୃଷକ ଓ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ଲାଡ଼ଲି ଲକ୍ଷ୍ମୀ ଯୋଜନା ଅଧୀନରେ ଝିଅମାନଙ୍କୁ ସରକାର ନଗଦ ଟଙ୍କା ଦେଉଛନ୍ତି ବୋଲି ଦାବି ହେଉଛି। ଆସନ୍ତୁ ଜାଣିବା ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି ନାହିଁ।
PIB ଟୁଇଟ୍ କରିଛନ୍ତି:-
ପିଆବି ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ ୟୁଟ୍ୟୁବ୍ ଭିଡ଼ିଓରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଲାଡଲି ଲକ୍ଷ୍ମୀ ଯୋଜନା ଅଧୀନରେ ଥିବା ସମସ୍ତ ଝିଅଙ୍କୁ କେନ୍ଦ୍ର ସରକାର ୧,୬୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି।PIB ଏହି ଭିଡିଓର ଫ୍ୟାକ୍ଟ ଚେକ୍ କରି ପ୍ରକାଶ କରିଛି ଯେ ଏହି ଭିଡିଓଟି ସମ୍ପୂର୍ଣ୍ଣ ନକଲି । ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ଯଦି ଆପଣ ଏହିପରି କୌଣସି ଭିଡିଓ ଦେଖିଥିବେ ତେବେ ଏହାକୁ କାହା ସହିତ ସେୟାର କରନ୍ତୁ ନାହିଁ।
କିପରି ଫ୍ୟାକ୍ଟ ଚେକ୍ କରିପାରିବେ:-
ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡ଼ିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: [email protected] କୁ ପଠାଇ ପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।