Goverment ଚାକିରୀ ସୁଯୋଗ | ଦରମା 17,693 ଟଙ୍କା ରୁ 35,400 ଟଙ୍କା |ଜାଣନ୍ତୁ ଆବେଦେନ ପ୍ରକ୍ରିୟା…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାର ଙ୍କ ବଡ଼ ଘୋଷଣା, ଚାକିରୀ କଲେ ମିଳିବ ୩୫ ହଜାର ଦରମା,ଶୀଘ୍ର କରନ୍ତୁ ଆବେଦନ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି । 

 

ଦିଲ୍ଲୀ ସରକାର ଯୁବପିଢି ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛନ୍ତି । ଦିଲ୍ଲୀ ପରିବହନ ବିଭାଗ(DTC) ରେ ୩୫୭ ପଦରେ ଭର୍ତ୍ତି ପ୍ରକ୍ରିୟା ଚାଲିଛି ।ଏହି ପଦଗୁଡ଼ିକ ହେଉଛି ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମେନ ଏବଂ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ । ଏହି ପଦଗୁଡ଼ିକ ପାଇଁ ଆଜିଠାରୁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆବେଦନର ଶେଷ ତାରିଖ ହେଉଛି ମେ ୪,୨୦୨୨ । ଯୋଗ୍ୟ ପ୍ରାର୍ଥୀମାନେ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ରେ ଯାଇ ଆବେଦନ କରିପାରିବେ ।

 

*ଖାଲିଥିବା ପଦବୀ ସଂଖ୍ୟା:-

 

ପଦ:-ଆସିଷ୍ଟାଣ୍ଟ ଫୋରମେନ ପଦ ସଂଖ୍ୟା:-୧୧୨ ପେ ସ୍କେଲ୍:- ମାସକୁ ୩୫,୪୦୦ ଟଙ୍କା

 

ପଦ:-ଆସିଷ୍ଟାଣ୍ଟ ଫିଟର ପଦ ସଂଖ୍ୟା:-୧୭୫ ପେ ସ୍କେଲ୍:- ମାସକୁ୧୭,୬୯୩ ଟଙ୍କା

 

ପଦ:-ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍ ପଦ ସଂଖ୍ୟା:-୭୦ ପେ ସ୍କେଲ୍:- ମାସକୁ ୧୭,୬୯୩ ଟଙ୍କା

 

*ଆବଶ୍ୟକ ଯୋଗ୍ୟତା:- ଆସିଷ୍ଟାଣ୍ଟ ଫୋରମେନ:- ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମୋବାଇଲ/ ମେକାନିକାଲ/ଇଲେକ୍ଟିକାଲ ଇଞ୍ଜିନିୟରିଂ ସହ ୨ ବର୍ଷର ଅନୁଭବ ରହିବା ଆବଶ୍ୟକ ।ଏହା ସହ ବୟସ ସୀମା ୧୮ ବର୍ଷରୁ ୩୫ ବର୍ଷ ହେବା ଆବଶ୍ୟକ।

 

ଆସିଷ୍ଟାଣ୍ଟ ଫିଟର:-ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ମେକାନିକ (ଏମବି)/ଡିଜଲ ମେକାନିକ/ ଟ୍ରାକ୍ଟର ମେକାନିକ/ଅଟୋମୋବାଇଲ/ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।୧୮ ବର୍ଷରୁ ୨୫ ବର୍ଷ ବୟସ ସୀମା ହେବା ଆବଶ୍ୟକ।

 

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ:-ପ୍ରାର୍ଥୀ ଇଲେକ୍ଟ୍ରିସିଆନ / ମେକାନିକ ଅଟୋ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍ସରେ ଆଇଟିଆଇ କରିଥିବା ଆବଶ୍ୟକ ।

 

*ଆବେଦନ ପ୍ରଣାଳୀ :- ଯେଉଁ ପ୍ରାର୍ଥୀମାନେ ଏହା ପାଇଁ ଇଛୁକ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ବା dtc-rp.com ରେ ଯାଇ ଆବେଦନ କରିପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *