ଦେଶରେ ପୁଣି ସାଙ୍ଘାତିକ ହେଲାଣି କରୋନା ସ୍ତିତି । ଏହି ଦିନଠୁ ହୋଇପାରେ ଲକଡାଉନ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଶରେ ପୁଣି ସାଙ୍ଘାତିକ ହେଲାଣି କରୋନା ସ୍ତିତି । ଏହି ଦିନଠୁ ହୋଇପାରେ ଲକଡାଉନ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଦୁଇ ବର୍ଷ କଟକଣା ପରେ ଦେଶର ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ବର୍ତମାନ ସମୟରେ ପୁଣିଥରେ ଦେଶରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନାର ଦୈନିକ ସଂକ୍ରମଣ । କିନ୍ତୁ ଏବେ ପୁଣିଥରେ ରାଜଧାନୀ ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି । ସବୁଠୁ ଚିନ୍ତାଜନକ ସ୍ଥିତି ରାଜଧାନୀ ଦିଲ୍ଲୀରେ ରହିଛି । ଏହା ଦେଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ହୋଇଛି । ସେପଟେ ଓଡ଼ିଶାରେ ଉଭୟ ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର କମ୍ ରହିଥିଲେ ବି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । 

 

ତେବେ ଦେଶରେ ଦୈନିକ ସଂକ୍ରମଣ ୧ ହଜାର ତଳେ ରହୁଥିବା ବେଳେ ହଠାତ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ପାଇଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୂଚନା ଅନୁଯାୟୀ ଗୋଟିଏ ଦିନ ପୂର୍ବରୁ ୧୧୫୦ ନୂଆ ମାମଲା ଆସିଥିବା ବେଳେ ଏପ୍ରିଲ ୧୮ରେ ୨୧୮୩ ମାମଲା ଆସିଛି । ଯାହା ୯୦ ପ୍ରତିଶତ ଅଧିକ । ଏପ୍ରିଲ ୧୬ ତାରିଖରେ ୯୭୫ ଓ ୧୫ ତାରିଖରେ ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେବଳ ସେତିକି ନୁହେଁ ସଂକ୍ରମଣ ହାର ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଦିଲ୍ଲୀ । କ୍ରମାଗତ ଭାବେ ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ୫୦୦ ଟପିଯାଇଛି ଗୋଟିଏ ଦିନର ସଂକ୍ରମଣ ସଂଖ୍ୟା । 

 

ସଂକ୍ରମଣ ହାର ବା ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ୫୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୪,୨୧ ପ୍ରତିଶତ ରହିଛି । ଦିନକ ପୂର୍ବରୁ ସଂକ୍ରମଣ ହାର ୫.୩୩ ପ୍ରତିଶତ ରହିଥିଲା । ୨ ବର୍ଷର କଟକଣା ପରେ କିଛିଦିନ ହେଲା ସ୍ୱାଭାବିକ ହୋଇଛି ସ୍ଥିତି । ତେବେ ଏହାରି ଭିତରେ ରାଜ୍ୟ ମାନଙ୍କରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସରକାର ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଦିଲ୍ଲୀକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

 

ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଅନ୍ୟପଟେ ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ମାସ୍କ ପିନ୍ଧିବା, କରୋନା ନିୟମ ପାଳନ ଉପରେ ଗୁରୁତ୍ୱ ଦେବା । ବୁଷ୍ଟର ଡୋଜକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ ଆତଙ୍କିତ ନହୋଇ ସଜାଗ  ରହିବାକୁ ଜନସାଧାରଣଙ୍କୁ ଚେତାବନୀ ଦିଆଯାଇଛି । ନହେଲେ ଆଗକୁ  ଲକଡାଉନ ପରି ପରିସ୍ଥିତି ଉପୁଜିପାରେ ବୋଲି ମଧ୍ୟ ବିଶେଷଜ୍ଞ ମାନଙ୍କ ମତ । ଓଡ଼ିଶାରେ ଉଭୟ ଦୈନିକ ସଂକ୍ରମଣ ଓ ସଂକ୍ରମଣ ହାର କମ୍ ରହିଥିଲେ ବି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ଚୀନ ରେ ଏବେ ସମ୍ପୂର୍ଣ୍ଣ ଲକଡାଉନ କିଛି ସହରରେ ଆରମ୍ଭ ହୋଇଛି | ଦରକାର ପଡିଲେ ଭାରତ ହୋଇପାରେ ବୋଲି ସୂଚନା ମିଳୁଛି 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *