ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଓଡ଼ିଆ ସିନେମା ଜଗତ ରୁ ସାମ୍ନା କୁ ଆସିଛି ଏକ ଦୁଃଖଦ ଖବର। ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଓଡିଆ ଚଳଚିତ୍ର ଜଗତ ର ଅଭିନେତ୍ରୀ ରିଆ ଦେ। ତେବେ ରିୟା କଣ ପାଇଁ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା କିପରି ଅଛି, ଆସନ୍ତୁ ଜାଣିବା ।
ଦର୍ଶକ ବନ୍ଧୁ ନିକଟରେ ଏକ ଓଡ଼ିଆ ସିନେମା ସୁଟିଂ ଚାଲିଥିବା ବେଳେ ଘଟିଛି ଏକ ବଡ ଅଘଟଣ । ତେବେ ସେହି ସେନିମା ସୁଟିଂ ଚାଲିଥିବା ବେଳେ ହିରୋଇନ୍ ରିୟା ଦେ ଆହତ ହୋଇଛନ୍ତି । ତେବେ ସିନେମା ର ଏକ ଗୀତ ର ସୁଟିଂ ବେଳେ ଏକ ପଥର ଉପରେ ଠିଆ ହୋଇ ନିଜର ସର୍ଟ ଦେଉଥିଲେ ରିଆ । ସେହି ସମୟ ରେ ପଥର ରୁ ରିୟା ଙ୍କ ଗୋଡ ଖସି ଯାଇ ତାଙ୍କ ଗୋଡ ରେ ଆଘାତ ଲାଗିଥିଲା । ତେବେ ଏହାପରେ ତାଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରା ଯାଇଥିଲା ।
ତେବେ ଏହାପରେ ସେ ଏବେ ପୁଣି ଥରେ ସୁଟିଂ ସେଟ କୁ ଫେରିଛନ୍ତି। ତେବେ ବର୍ତ୍ତମାନ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ ରିଆଲିଟି ସୋ ରଜ ସୁନ୍ଦରୀ ରେ ଜର୍ଜ ଭାବେ ନଜର ଆସୁଛନ୍ତି ରିୟା ଦେ । ତେବେ ବର୍ତ୍ତମାନ ନିଜର ଗୋଡ ଖରାପ ହେବା ସତ୍ବେ ମଧ୍ୟ ରିୟା ଜର୍ଜ ଭାବେ ବସି ଡିରେକ୍ସନ ଦେଉଛନ୍ତି ।
ଜଣାଇ ରଖୁଛୁ ଯେ , ରିୟା ଦେ ଏବଂ ସମ୍ବିତ ଙ୍କ ସୁଟିଂ ହେଉଥିବା ସେହି ଚଳଚ୍ଚିତ୍ର ର ନାମ ହେଉଛି ଲଭ୍ ଗ୍ୟାରେଜ ,ଯାହାକି ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ତେବେ ବର୍ତ୍ତମାନ ସମୟ ରେ ରିୟା ଦେ ଙ୍କ ଗୋଡ ଭଲ ହୋଇଗଲାଣି ଏବଂ ସେ ସଠିକ ଭାବେ ଚଲାବୁଲା କରିପାରୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।