ରାସନ୍ କାର୍ଡକୁ ନେଇ ନୂଆ ନିୟମ ଲାଗୁ । ରାସନ୍ କାର୍ଡ ତାଲିକାରୁ ହଟିଯିବ ଏସବୁ ଲୋକଙ୍କ ନାମ । ଆଉ ମିଳିବନି ରାସନ! 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାସନ୍ କାର୍ଡକୁ ନେଇ ନୂଆ ନିୟମ ଲାଗୁ । ରାସନ୍ କାର୍ଡ ତାଲିକାରୁ ହଟିଯିବ ଏସବୁ ଲୋକଙ୍କ ନାମ । ଆଉ ମିଳିବନି ରାସନ । ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଘଟଣା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାସନ କାର୍ଡର ହିତାଧିକାରୀ ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନ ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ନୂତନ ମାନଦଣ୍ଡ ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । 

 

କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କ’ଣ ଘଟିବ ଆସନ୍ତୁ ଜାଣିବା । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । 

 

ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ । ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ‘ୱନ୍ ନେସନ୍, ୱନ ରାସନ କାର୍ଡ’ ଓ-ଏନ୍-ଓ-ଆର୍-ସି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। 

 

କୋଟି କୋଟି ହିତାଧିକାରୀ ଅର୍ଥାତ୍ ଏନ୍ଏଫ୍ଏସଏ ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲାଭ ଉଠାଉଛନ୍ତି । ତେବେ ସୂଚନାଯୋଗ୍ୟ ଆପଣମାନେ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ନିୟମ ଅନୁଯାୟୀ, ଆପଣ ଆପଣଙ୍କର ରାସନ କାର୍ଡ ଅନଲାଇନ୍ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କ ରାଜ୍ୟର ଖାଦ୍ୟ ପୋର୍ଟାଲ କିମ୍ବା ୱେବସାଇଟକୁ ଯାଆନ୍ତୁ ଓ ପ୍ରକ୍ରିୟା ପୂରଣ କରନ୍ତୁ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *