ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,PM ଲାଡ଼ଲି ଲକ୍ଷ୍ମୀ ଯୋଜନାରେ ଝିଅଙ୍କୁ ମିଳୁଛି ୧,୬୦,୦୦୦ ଟଙ୍କା।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ଉନ୍ନତି କରଣ ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଅନେକ ପ୍ରକାରର ଯୋଜନା ଆଣୁଛନ୍ତି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ କି ପ୍ରଧାନମନ୍ତ୍ରୀ ଲାଡ଼ଲି ଲକ୍ଷ୍ମୀ ଯୋଜନା ଅଧୀନରେ ଝିଅମାନଙ୍କୁ ସରକାର ନଗଦ ଟଙ୍କା ଦିଆ ଯାଉଛି । ତେବେ ଆସନ୍ତୁ ଜାଣିବା ସରକାର ପ୍ରକୃତରେ ଏହି ଟଙ୍କା ଦେଉଛନ୍ତି କି ନାହିଁ।
ଜଣାଇ ରଖୁଛୁ ଯେ ,ବର୍ତ୍ତମାନ PIB ଏକ ଟୁଇଟ୍ ମାଧ୍ୟମ ରେ ଏହା ଜଣାଇଛନ୍ତି ଯେ ,ପ୍ରଧାନମନ୍ତ୍ରୀ ଲାଡଲି ଲକ୍ଷ୍ମୀ ଯୋଜନା ଅଧୀନରେ ଥିବା ସମସ୍ତ ଝିଅଙ୍କୁ କେନ୍ଦ୍ର ସରକାର ୧,୬୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ବୋଲି ଏକ ୟୁଟ୍ୟୁବ୍ ଭିଡ଼ିଓରେ ଦର୍ଶାଯାଇଛି । କିନ୍ତୁ ସରକାର ବର୍ତ୍ତମାନ ଏପରି କିଛି ଯୋଜନା କେନ୍ଦ୍ର ଚଳାଉ ନାହାଁନ୍ତି । ଯଦି ଆପଣ ଏପରି କୌଣସି ଭିଡିଓ ଦେଖିଥିବେ ତାହେଲେ ତାହାକୁ କାହା ସହ ସେୟାର କରନ୍ତୁ ନାହିଁ ।
କିପରି ଫ୍ୟାକ୍ଟ ଚେକ୍ କରିପାରିବେ:-
ଯଦି ଆପଣଙ୍କ କେବେ ଏପରି କିଛି ସୋସିଆଲ ମିଡିଆରେ ଦେଖନ୍ତି ,ତାହେଲେ ଏହାର ସତ୍ୟତା ଜାଣିବା ପାଇଁ ଆପଣ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ତେବେ ଆପଣ PIB ର ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ କୁ ଯାଇ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏହା ବ୍ୟତୀତ, ଆପଣ ସେହି ଭିଡିଓ କୁ ଏହି ଇମେଲ୍: [email protected] କିମ୍ବା ଏହି ହ୍ଵାଟ୍ସଆପ ଆପ୍ ନମ୍ବର +918799711259 କୁ ପଠାଇ ପାରିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।